ଭୋଟ୍ ଦେବାକୁ ଆସି ଟଳିପଡ଼ିଲେ ୯୫ ବର୍ଷୀୟ ବୃଦ୍ଧ ! ଅଂଶୁଘାତଜନିତ ମୃତ୍ୟୁ ଅନୁମାନ

221

କନକ ବ୍ୟୁରୋ : ଭୋଟ୍ ଦେଉଛି ଓଡ଼ିଶା । ଆଜି ଦ୍ୱିତୀୟ ପର୍ଯ୍ୟାୟ ମତଦାନ । ଗୋଟିଏ ପଟେ ନିଜର ବହୁମୂଲ୍ୟ ଭୋଟ୍ ଦେଇ ନେତା ବାଛୁଛନ୍ତି ଜନତା । ଅନ୍ୟପଟେ ଆସ୍କା ଲୋକସଭା ଅନ୍ତର୍ଗତ ଏକ ବୁଥରେ ଘଟିଛି ଅଭାବନୀୟ ଘଟଣା । ଆସ୍କା ଲୋକସଭା ଅଧିନରେ ଆସୁଥିବା ସାନଖେମୁଣ୍ଡି କଂସାମାରି ବୁଥରେ ଜଣେ ୯୫ ବର୍ଷୀୟ ବୃଦ୍ଧଙ୍କ ମୃତ୍ୟୁ ଘଟିଥିବା ଜଣାଯାଇଛି ।

ଭୋଟ୍ ଦେବାକୁ ଆସି ମୃତ୍ୟୁବରଣ କରିଥିବା ବୃଦ୍ଧଙ୍କ ନଟବର ବେହେରା ବୋଲି ଜଣାପଡ଼ିଛି । ଭୋଟ୍ ଦେବା ପାଇଁ ଦୀର୍ଘ ସମୟ ଧରି ସେ ଧାଡ଼ିରେ ଠିଆ ହୋଇଥିଲେ । ଆଉ ସେତିକିବେଳେ ହଠାତ୍ ସେ ତଳେ ପଡ଼ିଯାଇଥିଲେ । ତା’ପରେ ପରିବାର ଲୋକେ ତାଙ୍କୁ ତତକ୍ଷଣାତ୍ ଡାକ୍ତରଖାନାରେ ଭର୍ତ୍ତି କରିଥିଲେ । ହେଲେ ସେତେବେଳେକୁ ଡେରି ହୋଇଯାଇଥିଲା । ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ଏହା ଏକ ଅଂଶୁଘାତଜନିତ ମୃତ୍ୟୁ ବୋଲି ଅନୁମାନ କରାଯାଉଛି ।