ରାଜ୍ୟରେ ଆଉ ୯୦ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ । ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୨୪୭୮କୁ ବୃଦ୍ଧି । କ୍ୱାରେଣ୍ଟାଇନ ସେଣ୍ଟରରୁ ୭୯, ସ୍ଥାନୀୟ ଅଞ୍ଚଳରୁ ୧୧ ଜଣ ସଂକ୍ରମିତ ଚିହ୍ନଟ

4,221

କନକ ବ୍ୟୁରୋ :  ରାଜ୍ୟରେ ଆଜି ପୁଣି ୯୦ଜଣ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ଆଜି ୧୩ଟି ଜିଲ୍ଲାରୁ ଆଜି ଏହିସବୁ ଆକ୍ରାନ୍ତ ଚିହ୍ନଟ ହୋଇଥିବା ଜଣାଯାଇଛି। ଏହାଫଳରେ ଏବେ ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୨୪୭୮କୁ ବୃଦ୍ଧି ପାଇଛି। ଏନେଇ ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ଏମାନଙ୍କ ଭିତରୁ ୧୧ଜଣ ସ୍ଥାନୀୟ ସଂକ୍ରମିତ ଥିବା ବେଳେ ଅବଶିଷ୍ଟ ୭୯ଜଣ ସଙ୍ଗରୋଧ କେନ୍ଦ୍ରର ବୋଲି ଜଣାଯାଇଛି।

ଆଜି ଆକ୍ରାନ୍ତଙ୍କ ମଧ୍ୟରୁ ଖୋର୍ଦ୍ଧାରୁ ୨୫, ନୟାଗଡରୁ ୭, ଅନୁଗୁଳରୁ୧, ବାଲେଶ୍ୱରରୁ ୧, ଭଦ୍ରକ ରୁ୯, କଳାହାଣ୍ଡି ରୁ୧, ଗଞ୍ଜାମରୁ ୨୨, ସମ୍ୱଲପୁରରୁ ୧, ସୁନ୍ଦରଗଡରୁ ୫, ପୁରୀରୁ ୨, କଟକରୁ ୫, ବରଗଡରୁ ୧, ଢେଙ୍କାନାଳରୁ ୧୦ ଚିହ୍ନଟ ହୋଇଛନ୍ତି । ଏବେ ରାଜ୍ୟରେ ସକ୍ରିୟ ସଂକ୍ରମିତଙ୍କ ସଂଖ୍ୟା ୧୦୫୩ରେ ପହଞ୍ଚିଛି। ତେବେ ୧୪୧୬ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି।  ଅପରପକ୍ଷରେ ୭ଜଣଙ୍କର ମୃତ୍ୟୁ ଘଟିଛି।