ରାଜ୍ୟରେ ଆଉ ନୂଆ ୮୬ କରୋନା ପଜିଟିଭ । କ୍ବାରେଣ୍ଟିନ୍ ସେଣ୍ଟରରୁ ୮୦, କଣ୍ଟେନମେଣ୍ଟ ଜୋନରୁ ଜଣେ ଏବଂ ୫ ଜଣ ଲୋକାଲ୍ ଆକ୍ରାନ୍ତ ଚିହ୍ନଟ

4,238

କନକ ବ୍ୟୁରୋ : ଦିନକୁ ଦିନ ରାଜ୍ୟରେ ବଢ଼ିଚାଲିଛି କରୋନା ଆକ୍ରାନ୍ତଙ୍କ ସଂଖ୍ୟା । ଆଜି ରାଜ୍ୟରେ ପୁଣି ୮୬ ଜଣ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଗତକାଲି ୫୧ ଜଣ କରୋନା ରୋଗୀ ଚିହ୍ନଟ ହୋଇଥିବା ବେଳେ ଆଜି ପୁଣି ୮୬ ନୂଆ କରୋନା ରୋଗୀ ଚିହ୍ନଟ ହୋଇଛନ୍ତି । ନୂଆ ଆକ୍ରାନ୍ତଙ୍କୁ ମିଶାଇ ରାଜ୍ୟରେ ମୋଟ୍ ଆକ୍ରାନ୍ତ ସଂଖ୍ୟା ୧୧୮୯ରେରେ ପହଞ୍ଚିଲା ।

ଆଜି ଯାଜପୁର ଜିଲ୍ଲାରୁ ୪୬, କଟକ ୧୧, ନୟାଗଡ ୬, ଗଂଜାମ ୫, ବାଲେଶ୍ୱର ୩, ଭଦ୍ରକ ୩, କେନ୍ଦୁଝର ୩ , ଖୋର୍ଧା ୩, ପୁରୀ ୩, ବଲାଂଗିର ୨ , ସୁନ୍ଦରଗଡରୁ ଜଣେ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଯାଜପୁରରେ ୪୬ ଆକ୍ରାନ୍ତଙ୍କୁ ମିଶାଇ ମୋଟ୍ ଆକ୍ରାନ୍ତ ସଂଖ୍ୟା ୨ ଶହ ଅତିକ୍ରମ କରିଛି । ଯାଜପୁର ଜିଲ୍ଲାରେ ମୋଟ୍ ଆକ୍ରାନ୍ତ ସଂଖ୍ୟା ୨୨୫କୁ ବୃଦ୍ଧି ହୋଇଛି । ଗଂଜାମରେ ସର୍ବାଧିକ ଆକ୍ରାନ୍ତ ସଂଖ୍ୟା ୩୨୨ ରହିଛି । ବର୍ତ୍ତମାନ ସୁଦ୍ଧା ରାଜ୍ୟରେ କରୋନା ଭୂତାଣୁ ସଂକ୍ରମଣରେ ୭ ଜଣଙ୍କ ଜୀବନ ଯାଇଛି ।

ତେବେ ଆଜି ଚିହ୍ନଟ ଆକ୍ରାନ୍ତଙ୍କ ମଧ୍ୟରୁ କ୍ୱାରେଣ୍ଟିନ୍ ସେଣ୍ଟରରୁ ୮୦ ଜଣ ଚିହ୍ନଟ ହୋଇଥିବା ବେଳେ କଣ୍ଟେନମେଣ୍ଟ୍ ଜୋନ ଚିହ୍ନଟ ହୋଇଛନ୍ତି । ଅନ୍ୟପଟେ ୫ ଜଣ ସ୍ଥାନୀୟ ଲୋକ ଆକ୍ରାନ୍ତ ହୋଇଥିବା ସୂଚନା ମିଳିଛି ।