ରାଜ୍ୟର କରୋନା ତାଲିକା ଶୀର୍ଷରେ ଗଞ୍ଜାମ । ଜିଲ୍ଲାରେ ୮୩ ଆକ୍ରାନ୍ତ ଚିହ୍ନଟ । ଦ୍ୱିତୀୟରେ ଯାଜପୁର ୫୫, ଖୋର୍ଦ୍ଧାରେ ୫୦ ଆକ୍ରାନ୍ତ ।

1,148

କନକ ବ୍ୟୁରୋ : ରାଜ୍ୟରେ ନୂଆ ହଟସ୍ପଟ୍ ଗଞ୍ଜାମ । ସୁରତ ଫେରନ୍ତାଙ୍କ ପାଇଁ ସ୍ଥିତି ସଙ୍ଗୀନ ହେବାରେ ଲାଗିଛି । ମାତ୍ର ସପ୍ତାହକ ମଧ୍ୟରେ ରାଜ୍ୟର କରୋନା ଗ୍ରାଫ୍ ଶୀର୍ଷରେ ପହଞ୍ଚିଯାଇଥିବା ବେଳେ ସୁରତ ଫେରନ୍ତା ଜିଲ୍ଲା ପ୍ରଶାସନ ତଥା ରାଜ୍ୟ ସରକାରଙ୍କ ମୁଣ୍ଡବିନ୍ଧାର କାରଣ ସାଜିଛନ୍ତି ।

ଦିନ କେଇଟାରେ ହଟସ୍ପଟ୍ ପାଲଟିଛି ଗଂଜାମ ଜିଲ୍ଲା । ଏବେ ସୁଦ୍ଧା ଜିଲ୍ଲାରେ ୮୩ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଆଗରୁ ୭୧ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ଆଜି ୧୨ ଜଣ ପଜିଟିଭ ଚିହ୍ନଟ ହୋଇଛନ୍ତି । ସେହିଭଳି ମୟୂରଭଂଜରେ ବଢିଲା କରୋନା ଆକ୍ରାନ୍ତଙ୍କ ସଂଖ୍ୟା । ଜିଲ୍ଲାରେ ଆଜି ୩ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏବେ ଜିଲ୍ଲାରେ ୭ ଜଣ କରୋନା ଆକ୍ରନ୍ତ ଚିହ୍ନଟ ହୋଇଛନ୍ତି । ସମସ୍ତଙ୍କର ଚିକିତ୍ସା ଜାରି ରହିଛି ।

କରୋନା ତାଲିକାର ଦ୍ୱିତୀୟ ସ୍ଥାନରେ ରହିଛି ଯାଜପୁର ୫୫, ଖୋର୍ଦ୍ଧା ୫୦, ବାଲେଶ୍ୱର ୨୭, ଭଦ୍ରକରେ ଆଜି ଜଣଙ୍କୁ ମିଶାଇ ଆକ୍ରାନ୍ତ ସଂଖ୍ୟା ୨୫ରେ ପହଂଚିଛି । ସେହିପରି ସୁନ୍ଦରଗଡରେ ୧୩, କେନ୍ଦ୍ରାପଡାରେ ୮, ଜଗତସିଂହପୁରରେ ୫, ମୟୂରଭଂଜରେ ୭, ଝାରସୁଗୁଡାରେ ୨, କଳାହାଣ୍ଡାରେ ୨, କଟକରେ ୨, ବଲାଙ୍ଗୀର ୨, କେନ୍ଦୁଝର ୨ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଢେଙ୍କାନାଳ, କୋରାପୁଟ, ପୁରୀ ଓ ଦେବଗଡରେ ଜଣେ ଲେଖାଏଁ ଭୂତାଣୁ ସଂକ୍ରମିତ ଚିହ୍ନଟ ହୋଇଛନ୍ତି ।