ବଲିଉଡ ଅଭିନେତା କାଦର ଖାନଙ୍କ ଆଜି ଜନ୍ମଦିନ । ନିଜର ୮୦ ତମ ଜନ୍ମ ଦିନ ପାଳନ କରିଛନ୍ତି କାଦର ଖାନ । ତାଙ୍କର ନିଆରା ଅଭିନୟ ଦକ୍ଷତା ପାଇଁ ସେ ବଲିଉଡରେ ବେଶ ପରିଚିତ । କାଦର ଖାନ ତାଙ୍କର ଅଭିନୟ କାଳରେ ୩୦୦ରୁ ଅଧିକ ସିନେମାରେ ଅଭିନୟ କରି ସାରିଛନ୍ତି । କାଦର ଖାନ କଲେଜ ସମୟରୁ ହିଁ ଅଭିନୟ କରିବା ପାଇଁ ଭଲ ପାଉଥିଲେ । ଥରେ ଦିଲ୍ଲୀପ କୁମାର ତାଙ୍କ ଅଭିନୟ ଦେଖି ତାଙ୍କୁ ନିଜ ସିନେମାରେ ଅଭିନୟର ସୁଯୋଗ ଦେଇଥିଲେ ।
ତା ପରଠାରୁ କାଦର ଖାନ ଆଉ ପଛକୁ ଫେରି ନାହାଁନ୍ତି । କାଦର ଖାନ ବଲିଉଡରେ ବିଭିନ୍ନ ଚରିତ୍ରରେ ଅଭିନୟ କରିଛନ୍ତି । କିନ୍ତୁ କାଦର ଜଣେ ହାସ୍ୟ ଅଭିନେତା ରୂପେ ବେଶ ଜଣାଶୁଣା । ସେ ବେଷ୍ଟ କମେଡିଆନ ଆୱାର୍ଡ ପାଇଁ ୯ ଥର ମନୋନୀତ ହୋଇଥିଲେ ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2016/11/121946-kadar-khan-shoots-with-ravi-kissen-at-goregaon.jpg)