ରାଜ୍ୟରେ ଆଜି ଚିହ୍ନଟ ହେଲେ ୭୩ ନୂଆ ଆକ୍ରାନ୍ତ : ୬୧୧ରେ ପହଞ୍ଚିଲା ମୋଟ୍ ଆକ୍ରାନ୍ତଙ୍କ ସଂଖ୍ୟା

4,315

କନକ ବ୍ୟୁରୋ : ରାଜ୍ୟରେ ଆଉ ୭୩ କରୋନା ପଜିଟିଭ୍ ଚିହ୍ନଟ । ରାଜ୍ୟରେ ଗତକାଲି କରୋନା ସଂକ୍ରମିତ ଚିହ୍ନଟ ହେବାର ସର୍ବକାଳୀନ ରେକର୍ଡ଼ କରିଥିବା ବେଳେ ଆଜି ୭୩ ପଜିଟିଭ୍ ଚିହ୍ନଟ ହୋଇ ଆକ୍ରାନ୍ତଙ୍କ ସଂଖ୍ୟା ୬୦୦ ପାର ହୋଇଛି । ନୂଆ ଆକ୍ରାନ୍ତଙ୍କୁ ମିଶାଇ ରାଜ୍ୟରେ ମୋଟ୍ ଆକ୍ରାନ୍ତଙ୍କ ସଂଖ୍ୟା ୬୧୧ରେ ପହଞ୍ଚିଲା । ବର୍ତ୍ତମାନ ୪୬୫ ଜଣ ସକ୍ରିୟ ସଂକ୍ରମିତ ଥିବା ବେଳେ ୧୪୩ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି । ଏବଂ ରାଜ୍ୟରେ ୩ ଜଣ କରୋନରେ ପ୍ରାଣ ହରାଇଛନ୍ତି ।


ତେବେ ଆଜି ଆକ୍ରାନ୍ତଙ୍କ ମଧ୍ୟରେ ଗଞ୍ଜାମରେ ସର୍ବାଧିକ ୪୨ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସେମାନେ ସମସ୍ତେ  ସୁରନ୍ତ ଫେରନ୍ତା । ସେହିପରି ପୁଣି ଅନେକ ଦିନରେ ବ୍ୟବଧାନ ପରେ ଖୋର୍ଦ୍ଧାକୁ ପୁଣି ଫେରିଲା କରୋନା । ତେବେ ଏମାନେ ସମେସ୍ତ ସୁରନ୍ତ ଫେରନ୍ତା ବୋଲି ଜଣାପଡ଼ିଛି । ସେହିପରି ଭଦ୍ରକରୁ ୯ ଜଣ କରୋନା ରୋଗୀ ଚିହ୍ନଟ ହୋଇଥିବା ବେଳେ ସେଥିମଧ୍ୟରୁ ୫ ଜଣ ସୁରତ ଫେରନ୍ତା, ୩ ଜଣ ପଶ୍ଚିମବଙ୍ଗରୁ ଆସିଥିବା ବେଳେ ଆଉ ଜଣେ କର୍ଣ୍ଣାଟକ ଫେରନ୍ତା ବୋଲି ସୂଚନା ଲୋକସମ୍ପର୍କ ବିଭାଗ ସ୍ପଷ୍ଟ କରିଛି ।

ସେହିପରି ଯାଜପୁର ଜିଲ୍ଲାରୁ ୧୭ ଜଣ କରୋନା ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ସମସ୍ତେ କ୍ୱାରଣ୍ଟିନରେ ଥିଲେ ବୋଲି ଜଣାପଡ଼ିଛି । ଅନ୍ୟପଟେ ଆଜି ଯାଜପୁରରୁ ଚିହ୍ନଟ ସମସ୍ତ ଆକ୍ରାନ୍ତ ସମେସ୍ତ ପଶ୍ଚିମବଙ୍ଗ ଫେରନ୍ତା । ଏହାସହ ସୁନ୍ଦରଗଡ଼ରୁ ଆଜି ଆଉ ଦୁଇ ଜଣ କରୋନା ରୋଗୀ ଚିହ୍ନଟ ହୋଇନ୍ତି । ଏବଂ ସେମାନେ ସମସ୍ତେ କଣ୍ଟେନମେଣ୍ଟ ଅଞ୍ଚଳର ବୋଲି ଜଣାପଡ଼ିଛି ।