ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା ୭୪ ଛୁଇଁଲା । କେଉଁ ଜିଲ୍ଲାରୁ କେତେ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ? ଦେଖନ୍ତୁ ପୁରା ତାଲିକା . . . .

1,079

କନକ ବ୍ୟୁରୋ : ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା ୭୪ ଛୁଇଁଲା । ଆଜି ସକାରେ ୭ ଆଉ ଏବେ ମୋଟ ୬ ଜଣ କରୋନା ରୋଗୀ ଚିହ୍ନଟ ହୋଇଛନ୍ତି । ଗୋଟିଏ ଦିନରେ ୧୩ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଏବେ ୬ ନୂଆ ଆକ୍ରାନ୍ତ ମଧ୍ୟରୁ ଯାଜପୁରରୁ ୫ ଜଣ ଓ ସୁନ୍ଦରଗଡ ବିଶ୍ରାର ଜଣେ ଥିବା ନେଇ ସ୍ପଷ୍ଟ କରିଛନ୍ତି ରାଜ୍ୟ ସରକାର । ତେବେ ସଂକ୍ରମିତଙ୍କ ମଧ୍ୟରେ ସର୍ବାଧିକ ଖୋର୍ଦ୍ଧା ଜିଲ୍ଲାରେ କରୋନା ରୋଗୀ ଚିହ୍ନଟ ହୋଇଛନ୍ତି । ଖୋର୍ଦ୍ଧା ଜିଲ୍ଲାରେ ଏବେ ସୁଦ୍ଧା ୪୬ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏଥି ମଧ୍ୟରୁ ୨୮ ଜଣ ସକ୍ରିୟ କରୋନା ରୋଗୀ ଥିବା ଜଣେ ପ୍ରାଣ ହରାଇଛନ୍ତି । ଏବଂ  ୧୭ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି ।

ସେହିପରି ଭଦ୍ରକ ଜିଲ୍ଲାରେ ୮ ଜଣଙ୍କର ନମୂନା ପଜିଟିଭ୍ ଆସିଛି । ପୂର୍ବରୁ ଭଦ୍ରକରୁ ୩ କରୋନା ରୋଗୀ ଚିହ୍ନଟ ହୋଇଥିବା ବେଳେ ଆଜି ୫ ଜଣ ଚିହ୍ନଟ ହୋଇଛନ୍ତି । ଏଥି ମଧ୍ୟରୁ ୬ ଜଣ ସକ୍ରିୟ କରୋନା ରୋଗୀ ଥିବା ବେଳେ ୨ ଜଣ ସୁସ୍ଥ ହୋଇଛନ୍ତି । ଏପଟେ ଯାଜପୁରରେ ୭ ଜଣଙ୍କ ଠାରେ କରୋନା ଭୂତାଣୁ ଠାବ ହୋଇଛି । ସେମାନଙ୍କ ମଧ୍ୟରୁ  ୬ ଜଣ ଚିକିତ୍ସିତ ହେଉଥିବା ବେଳେ ଜଣେ ସୁସ୍ଥ ହୋଇ ସାରିଛନ୍ତି । ବାଲେଶ୍ୱରରେ ୩ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ୩ ଜଣ ଜାକ ଚିକିତ୍ସିତ ହୋଇଛନ୍ତି ।

ଅନ୍ୟପଟେ ସୁନ୍ଦରଗଡ଼ରେ ୩ ଆକ୍ରାନ୍ତଙ୍କ ମଧ୍ୟରୁ ଦୁଇ ଜଣ ସକ୍ରିୟ ଥିବା ବେଳେ ଜଣେ ସୁସ୍ଥ ହୋଇଛନ୍ତି । କେନ୍ଦ୍ରାପଡ଼ାରେ ୨ କରୋନା ରୋଗୀ ଠାବ ହୋଇଥିବା ବେଳେ ଦୁଇ ଜଣ ସକ୍ରିୟ ରୋଗୀ ଅଛନ୍ତି । କଳାହାଣ୍ଡିରେ ୨ ଜଣ ରୋଗୀଙ୍କ ମଧ୍ୟରୁ ଜଣେ ସୁସ୍ଥ ହେଉଥିବା ବେଳେ ଜଣେ ଚିକିତ୍ସିିତ ହେଉଛନ୍ତି । ଅନ୍ୟପଟେ ପୁରୀରେ ଜଣେ ଜଣେ କରୋନା ସଂକ୍ରମିତ ଭଲ ହୋଇଯାଇଛନ୍ତି । ଢ଼େଙ୍କାନାଳର କରୋନା ରୋଗୀ ଜଣକ ଚିକିତ୍ସିତ ହେଉଥିବା ବେଳେ କଟକ ସଂକ୍ରମିତ ସୁସ୍ଥ ହୋଇ ସାରିଛନ୍ତି ।