କଡ଼ା ସୁରକ୍ଷାରେ ହେବ ସପ୍ତମ ପର୍ଯ୍ୟାୟ ମତଦାନ : ହିଂସା ଜର୍ଜରିତ ପଶ୍ଚିମବଙ୍ଗରେ ମୁତୟନ ହେବେ ୭୧୦ କମ୍ପାନୀର ସୁରକ୍ଷା ବଳ 

177

କନକ ବ୍ୟୁରୋ : ହିଂସା ଜର୍ଜରିତ ପଶ୍ଚିମବଙ୍ଗରେ କଡ଼ା ସୁରକ୍ଷା ବଳୟ ଭିରେ ହେବ ସପ୍ତମ ପର୍ଯ୍ୟାୟ ମତଦାନ । ରାଜ୍ୟରେ ସ୍ୱଚ୍ଛ ଓ ଅବାଧ ନିର୍ବାଚନ ପାଇଁ ଏପରି ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ନିଆଯାଇଛି । ପଶ୍ଚିମବଙ୍ଗରେ ସପ୍ତମ ତଥା ଅନ୍ତିମ ପର୍ଯ୍ୟାୟ ଲୋକସଭା ନିର୍ବାଚନ ଲାଗି ୭୧୦ କମ୍ପାନି ନିରାପତ୍ତା କର୍ମଚାରୀ ମୁତୟନ କରାଯିବା କଥା ଗୁରୁବାର ଦିନ ନିର୍ବାଚନ କମିସନ ଘୋଷଣା କରିଛନ୍ତି । ନିର୍ବାଚନ କମିସନଙ୍କ ଆଦେଶକ୍ରମେ ଦେଶରେ ପ୍ରଥମ ଥର ପାଇଁ ନିର୍ଦ୍ଧାରିତ ସମୟର ୨୦ ଘଣ୍ଟା ପୂର୍ବରୁ ରାଜ୍ୟର ନଅଟି ଆସନ ପାଇଁ ପ୍ରଚାର ଅଭିଯାନ ଶେଷ ହୋଇଛି।

ନିର୍ବାଚନ କମିସନ ସ୍ଥିର କରିଛନ୍ତି କି, ଇଭିଏମ୍ ଜଗିବାକୁ ଷ୍ଟ୍ରଙ୍ଗ୍ରୁମ୍ ଗୁଡ଼ିକରେ ୩୪ କମ୍ପାନି କେନ୍ଦ୍ରୀୟ ବଳ ମୁତୟନ କରାଯିବ ଏବଂ ଅନ୍ୟାନ୍ୟ ଅଞ୍ଚଳରେ ବାକି ୬୭୬ କମ୍ପାନିର ନିରାପତ୍ତା ବଳ ମୁତୟନ କରାଯିବ। ପଶ୍ଚିମବଙ୍ଗର ବରସାତରେ ୫୫, ବରାକପୁରରେ ୪୮, ବରୁଇପୁର ୧୦୨, ବଶିରହାଟରେ ୭୧, ବିଧାନନଗରରେ ୨୭, ଡାଇମଣ୍ଡ୍ ହାର୍ବର୍ରେ ୮୧, ସୁନ୍ଦରବନରେ ୮୦, କୋଲକାତାରେ ୧୪୭, ଭାଟପଡ଼ାରେ ୬, ଦାର୍ଜିଲିଙ୍ଗରେ ୧୬, ହବିବପୁରରେ ୧୧, ଇସଲାମପୁରରେ ୧୦ ଏବଂ ମୁର୍ଶିଦାବାଦ ନୌଦା କାଣ୍ଡିରେ ୨୨ କମ୍ପାନି କେନ୍ଦ୍ରୀୟ ବଳ ମୁତୟନ କରାଯିବ। ସୂଚନାଯୋଗ୍ୟ ଆସନ୍ତା ରବିବାର ଦିନ ନଅଟି ନିର୍ବାଚନ ମଣ୍ଡଳୀର ୧, ୪୯, ୬୩, ୦୬୩ ଜଣ ଭୋଟ୍ଦାତା ୧୧୧ ଜଣ ପ୍ରାର୍ଥୀଙ୍କର ଭାଗ୍ୟ ନିର୍ଦ୍ଧାରଣ କରିବେ।