କଳିଯୁଗର କୁଳାଙ୍ଗାର ପୁଅ : ୭୦ ବର୍ଷୀୟ ମା’କୁ ରାସ୍ତାରେ ଛାଡ଼ି ସ୍ତ୍ରୀ ସହ ବୁଲିବାକୁ ଚାଲିଗଲା ପୁଅ

49

କୁହାଯାଏ ମା’ ର ମମତା ଠାରୁ ବଳି ଆଉ କିଛି ନାହିଁ । ମା’ ଡାକରେ ପେଟ ପୁରି ଯାଏ । ଏହାକୁ ବୁଝାଇ ହୁଏନି । ବାଖ୍ୟା କରିହୁଏନି । ଖାଲି ଅନୁଭବ କରିହୁଏ । ମା’ ଶବ୍ଦଟି ଆକାଶ ପରି ବ୍ୟାପକ ଆଉ ମାଟି ଠୁ ଅଧିକ ନିବିଡ । ମା’ ର ପଣତ ତଳେ ଥାଏ ସ୍ୱର୍ଗ ସୁଖ । ସନ୍ତାନର ସୁଖ ସୁୁବିଧା ପାଇଁ ମା’ ସବୁ ଜଳାଞ୍ଜଳି ଦେଇଦିଏ । ସଳିତା ପରି ନିଜେ ଜଳି ସନ୍ତାନକୁ ଆଲୋକ ଦେଖାଏ । ହେଲେ ମା’ ପ୍ରତି ସନ୍ତାନର କର୍ତ୍ତବ୍ୟ କଥା ଉଠିଲେ ପିଲାମାନେ ହାତ ଛାଡ଼ିଦିଅନ୍ତି ।

ମା’ କରିଥିବା କଷ୍ଟ କଥା ଭୁଲିିଯାଆନ୍ତି । କିଛି କରିବାର ସମୟ ଆସିଲେ ସନ୍ତାନ ମାନେ ଓଲଟା ବ୍ୟବହାର କରନ୍ତି । ଶେଷ ସମୟରେ ମା’ବାପାଙ୍କର ଉଚିତ୍ ଯତ୍ନ ନେବା ସହ ଦେଖାଶୁଣା କରିବା ସନ୍ତାନର କର୍ତ୍ତବ୍ୟ । କିନ୍ତୁ ବର୍ତ୍ତମାନ ସମୟରେ ପିଲାମାନେ ନିଜ କର୍ତ୍ତବ୍ୟ ଭୁଲି ଯାଉଛନ୍ତି । ଯତ୍ନ ନେବା ତ ଦୂରର କଥା ଦୁଇ ଓଳି ଦୁଇ ମୁଠା ଖାଇବାକୁ ଦେବାକୁ ନାରାଜ । ନିକଟରେ ଏପରି ଏକ ଖବର ଆସିଛି, ଯାହା ଶୁଣି ଆଖିରେ ଲୁହ ଆସିଯିବ । ପଶ୍ଚିମବଙ୍ଗରେ ଘଟିଛି ଏକ ଲଜ୍ଜାଜନକ ଘଟଣା ।

ପଶ୍ଚିମବଙ୍ଗ ବେରଖପୁରରେ ଜଣେ୭୦ ବର୍ଷୀୟ ମହିଳାଙ୍କୁ ତାଙ୍କ ପୁଅବୋହୂ ଅକଥନୀୟ ନିର୍ଯାତନା ଦେଉଥିିଲେ । ତେବେ ପୁଅବୋହୁର ବଦନାମ ନେହେଉ ବୋଲି ମହିଳା ଜଣକ ଚୁପ ରହୁଥିଲେ । ତେବେ ମା ଚୁପ୍ ରହୁଥିବାର ଦେଖି ପୁଅବୋହୁ ସବୁବେଳେ ତାଙ୍କ ସରଳତାର ଫାଇଦା ଉଠାଉଥିଲେ । ବାରମ୍ବାର ଏପରି ଘଟଣା ଘଟୁଥିଲା । ହେଲେ ସବୁ ଜାଣିଶୁଣି ମହିଳା ଜଣକ ଚୁପ ରହୁଥିଲେ ।

ତେବେ ନିକଟରେ ମହିଳାଙ୍କ ପୁଅବୋହୁ ବୁଲିଯିବେ ବୋଲି ତାଙ୍କୁ ରାସ୍ତାରେ ଛାଡ଼ି ଚାଲିଯାଇଛନ୍ତି । ନିଜ ଘର ଥାଇ ମଧ୍ୟ ଶେଷ ସମୟରେ ପର ଲୋକ ପରି ବ୍ୟବହାର ପାଉଛନ୍ତି ମହିଳା ଜଣକ । ପୁଅବୋହୁ ଚାଲିଯିବା ପରେ ମହିଳା ଜଣକ ନିଜ ଘରେ ସାମ୍ନାରେ ଥିବା ସଡ଼କରେ ପଡ଼ିରହିଥିଲେ  । ଭୋକ ଉପାସରେ ପଡ଼ିଥିବାର ଦେଖି ପଡ଼ୋଶୀମାନେ ଘଟଣା ସମ୍ପର୍କରେ ପଚାରିଥିଲେ । ଆଉ ପରେ ଘଟଣା ବିଷୟରେ ସବୁ ଜଣାପଡ଼ିଥିଲା । ପଡ଼ୋଶୀଙ୍କ କହିବା ଅନୁସାରେ ଗତ ବର୍ଷ ଶୀତ ସମୟରେ ମଧ୍ୟ ମହିଳା ଜଣଙ୍କୁ ଏପରି ପୁଅବୋହୁ ଛାଡ଼ି ଚାଲିଯାଇିଲେ । ଏବେ ମହିଳା ଜଣଙ୍କୁ ଉଦ୍ଧାର କରାଯାଇ ଖାଇବା ପିଇବା ବ୍ୟବସ୍ଥା କରାଯାଇଛି । ପୁଅବୋହୁ ଫେରିଲେ ହିଁ ଆଇନଗତ କାର୍ଯ୍ୟାନୁଷ୍ଠାନ ହେବ ବୋଲି ସୂଚନା ମିଳିଛି ।