ବଢ଼ୁଛି ସଂକ୍ରମଣ । ରାଜ୍ୟରେ ଆଉ ୭ କରୋନା ପଜିଟିଭ୍ ଚିହ୍ନଟ । ସୁନ୍ଦରଗଡ଼ର ୪ ଓ ଭଦ୍ରକର ୩ ସଂକ୍ରମିତ ଚିହ୍ନଟ

1,292

କନକ ବ୍ୟୁରୋ : ଲକଡାଉନ ସତ୍ୱେ ରାଜ୍ୟରେ ଧୀରେ ଧୀରେ ବଢ଼ୁଛି ସଂକ୍ରମଣ । ଆଜି ସକାଳ ସୁଦ୍ଧା ରାଜ୍ୟରେ ଆଉ ୭ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଫଳରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧୧୮ରେ ପହଞ୍ଚିଲା । ଏମାନଙ୍କ ମଧ୍ୟରୁ ସୁନ୍ଦରଗଡ଼ରୁ ୪ ଜଣ ଓ ଭଦ୍ରକରୁ ୩ ଜଣ ପଜିଟିଭ୍ ଚିହ୍ନଟ ହୋଇଛି । ଫଳରେ ସୁନ୍ଦରଗଡ ଜିଲ୍ଲାରେ ଆକ୍ରାନ୍ତ ସଂଖ୍ୟା ୧୦କୁ ବୃଦ୍ଧି ହୋଇଛି । ଏହା ମଧ୍ୟରୁ ବର୍ତମାନ ୭ ଜଣ ଆକ୍ଟିଭ୍ କେସ୍ ରହିଛନ୍ତି , ୩ ଜଣ ଚିକିତ୍ସା ପରେ ସୁସ୍ଥ ହୋଇଛନ୍ତି । ସେପଟେ ଭଦ୍ରକ ଜିଲ୍ଲାରେ କରୋନା ଆକ୍ରାନ୍ତ ସଂଖ୍ୟା ୧୯କୁ ବୃଦ୍ଧି ହୋଇଛି । ଏହା ମଧ୍ୟରୁ ୨ ଜଣ ସୁସ୍ଥ ହୋଇଛନ୍ତି । ଫଳରେ ଭଦ୍ରକ ଜିଲ୍ଲାରେ ଏବେ ମୋଟ୍ ଆକ୍ଟିଭ୍ କେସ୍ ୧୭ ରହିଛି । ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ଏହି ସୂଚନା ମିଳିଛି ।

ତେବେ ଏବେ ସୁଦ୍ଧା ସକ୍ରିୟ ସକ୍ରଂମିତଙ୍କ ସଂଖ୍ୟା ୮୦ ରହିଥିବା ବେଳେ ମୋଟ୍ ୩୭ ଜଣ ସୁସ୍ଥ ହୋଇଛନ୍ତି ।ଅନ୍ୟପେଟେ ରାଜ୍ୟରେ ଜଣେ କରୋନା ରୋଗୀ ପ୍ରାଣ ହରାଇଛନ୍ତି । ବର୍ତ୍ତମାନ ସୁଦ୍ଧା ରାଜ୍ୟରେ କରୋନା ଆକ୍ରାନ୍ତ ସଂଖ୍ୟା ୧୧୮କୁ ବୃଦ୍ଧି ହୋଇଛି । ରାଜ୍ୟର ୧୧ ଜିଲ୍ଲାରେ ପାଦ ରଖିଛି କୋଭିଡ୍ ୧୯ ଭୂତାଣୁ । ଖୋର୍ଧା ଜିଲ୍ଲାରେ ସର୍ବାଧିକ ୪୬ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।ଭଦ୍ରକରେ ୧୯ , ବାଲେଶ୍ୱରରେ ୧୬, ଯାଜପୁରରେ ୧୯,କେନ୍ଦ୍ରାପଡାରେ ୨ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସେହିପରି କଟକ, ପୁରୀ ଓ ଢେଙ୍କାନାଳ ଜିଲ୍ଲାରେ ଜଣେ ଲେଖାଏଁ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । କୋରାପୁଟରେ ଜଣେ , କଳାହାଣ୍ଡି ଜିଲ୍ଲାରେ ୨ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।

ରାଜ୍ୟ ଗତକାଲି ଗୋଟିଏ ଦିନରେ ୮ ଜଣ ପଜିଟିଭ୍ ଚିହ୍ନଟ ହୋଇଥିବା ବେଳେ ଆଜି ପୁଣି ୭ ଜଣ କରୋନା ରୋଗୀ ଚିହ୍ନଟ ହୋଇଛନ୍ତି । ୬ଜଣ ବାଲେଶ୍ବରର ହୋଇଥିବା ବେଳେ କୋରାପୁଟ ଓ ଯାଜପୁରରୁ ଜଣେ ଲେଖାଏଁ ଚିହ୍ନଟ ହୋଇଥିଲେ । ରାଜ୍ୟରେ ଦିନକୁ ଦିନ ସଂକ୍ରମିଣ ବଢ଼ିବା ସରକାରଙ୍କ ପାଇଁ ମୁଣ୍ଡବନ୍ଧାର କାରଣ ପାଲଟିଛି ।