ବିରଳ ବଜ୍ରକାପ୍ତା ଚୋରା ଚାଲାଣ ଘଟଣା : ୧୦ଜଣ ଅଭିଯୁକ୍ତଙ୍କୁ ୭ଦିନିଆ ରିମାଣ୍ଡରେ ଆଣିବ ଆଠଗଡ ବନବିଭାଗ

ବିରଳ ବଜ୍ରକାପ୍ତା ଚୋରା ଚାଲାଣ ଘଟଣା : ୧୦ଜଣ ଅଭିଯୁକ୍ତଙ୍କୁ ୭ଦିନିଆ ରିମାଣ୍ଡରେ ଆଣିବ ଆଠଗଡ ବନବିଭାଗ

କନକ ବ୍ୟୁରୋ : ବିରଳ ବଜ୍ରକାପ୍ତା ଚୋରା ଚାଲାଣ ଘଟଣାରେ ଗିରଫ ୧୦ଜଣ ଅଭିଯୁକ୍ତଙ୍କୁ ରିମାଣ୍ଡରେ ଆଣିବ ଆଠଗଡ ବନବିଭାଗ । ସେମାନଙ୍କୁ ୭ଦିନିଆ ରିମାଣ୍ଡରେ ଆଣିବା ପାଇଁ ଆଠଗଡ ଏସ୍‌ଡିଜେଏମ୍‌ କୋର୍ଟରେ ଆବେଦନ କରିଛନ୍ତି ଆଠଗଡ ବନଖଣ୍ଡ ଅଧିକାରୀ ସସ୍ମିତା ଲେଙ୍କା । ଅନ୍ୟପଟେ ଏହି ବଜ୍ରକାପ୍ତା ଚୋରା ଚାଲାଣ ରାକେଟରେ ଆହୁରି ଅଧିକ ବ୍ୟକ୍ତି ସଂପୃକ୍ତ ଥିବା ଓ ପରବର୍ତ୍ତୀ ତଦନ୍ତରେ ଆହୁରି ଚାଞ୍ଚଲ୍ୟକର ତଥ୍ୟ ମିଳିବ ବୋଲି ବନବିଭାଗ ଆଶା ରଖିଛି ।

ବନ୍ୟପ୍ରାଣୀ ସୁରକ୍ଷା‌ ଆଇନ ୧୯୭୨, ଧାରା ୯, ୩୯, ୪୪, ୪୯ ଓ ଧାରା ୫୧ ଅନୁସାରେ ୧୧ ଜଣଙ୍କୁ ଗିରଫ କରାଯାଇଛି । ଏହି ଘଟଣାରେ ବିଦେଶ ଲିଙ୍କ ରହିବା ସହ ଆହୁରି ଅଧିକ ବ୍ୟକ୍ତି ସଂପୃକ୍ତ ଥିବା ଦର୍ଶାଯାଇଛି। ଅନ୍ୟପଟେ ଗିରଫ ସମୟରେ ଖସି ଯାଇଥିବା ମାଫିଆ ବଜ୍ରକାପ୍ତାକୁ ନେଇ ପଳାଇଥିବା କୁହାଯାଉଛି। ଏହି ବଜ୍ରକାପ୍ତାକୁ ମାଫିଆ କେଉଁଠି ଛାଡି ପଳାଇଥିବା ସନ୍ଦେହରେ ତିଗିରିଆ ବନକର୍ମଚାରୀମାନେ ବିଭିନ୍ନ ସ୍ଥାନରେ ଚଢଉ କରିଥିଲେ ବି ବଜ୍ରକାପ୍ତା ପାଇବାରେ ବିଫଳ ହୋଇଛନ୍ତି।

ବଜ୍ରକାପ୍ତା ଚୋରା ଚାଲାଣ ଅଭିଯୋଗରେ ଗତ ୨ ତାରିଖ ଦିନ ବାରଙ୍ଗ ଥାନା ରତାଗଡ଼ର ବିଭୂତି ଭୂଷଣ ସାହୁ, ଗୁରୁଡ଼ିଝାଟିଆ ସୁନିଆମୁହଁର ଆକାଶ ବେହେରା, ଖୁଣ୍ଟୁଣୀ ଡାବର ପଲ୍ଲୀର ସତିଆ ବେହେରା, ଆଠଗଡ଼ ଥାନା ଗୁଣ୍ଡିଚାପୁରର ରାଜୁ ଦେହୁରୀ, କୁଲାଇଲୋ ଗ୍ରାମର ପ୍ରଶାନ୍ତ ସେଠୀ, ହେମମାଳପୁରର ଅଶୋକ କୁମାର ଜେନା, ଚୌଦ୍ୱାର ନୂଆପାଟଣାର ଧ୍ରୁବଚରଣ ସାହୁଙ୍କୁ ବନବିଭାଗ ଗିରଫ କରିଥିଲା । ଅଭିଯୁକ୍ତମାନଙ୍କଠାରୁ ୧୦ଟି ବଜ୍ରକାପ୍ତା କାତି, ୬ଟି ମୋବାଇଲ ଫୋନ ବନ ବିଭାଗ ଜବତ କରିଥିଲା ।

ତେବେ ୯ ତାରିଖରେ ଢେଙ୍କାନାଳ ଜିଲ୍ଲାର ଗୋବିନ୍ଦପୁର ଅଞ୍ଚଳର ବିଶ୍ବଜିତ୍‌ ସାମଲ, ଦଲକ୍‌ ଗ୍ରାମର ରତିକାନ୍ତ ବେହେରା, ବାଙ୍କୀ ବ୍ଲକ୍‌ ଅନ୍ତର୍ଗତ ଘୋଳପୁର ଗ୍ରାମର ଆଶୁତୋଷ ସାହୁଙ୍କୁ ଗିରଫ କରାଯାଇଥିଲା । ସେମାନଙ୍କଠାରୁ ୨୨ରୁ ଅଧିକ ବଜ୍ରକାପ୍ତା କାତି, ମୋବାଇଲ, ହରିଣ ସିଂଘ ସମତେ ଅନେକ ବନ୍ୟପ୍ରାଣୀ ଚୋରା ଚାଲାଣ ସଂପର୍କିତ ଭିଡିଓ ବନବିଭାଗ ଜବତ କରିଥିଲା ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe