ଓଡ଼ିଶାରେ ଷଷ୍ଠ କରୋନା ପଜିଟିଭ୍ ଚିହ୍ନଟ : ଦିଲ୍ଲୀରୁ ଫେରିଥିଲେ ଆକ୍ରାନ୍ତ ବ୍ୟକ୍ତି, ଟ୍ୱିଟ୍ କରି ସୂଚନା ଦେଲା ରାଜ୍ୟ ସ୍ୱାସ୍ଥ୍ୟ ବିଭାଗ

1,804

କନକ ବ୍ୟୁରୋ : ଓଡ଼ିଶାରେ ଷଷ୍ଠ କରୋନା ପଜିଟିଭ୍ ଚିହ୍ନଟ । ଷଷ୍ଠ ଆକ୍ରାନ୍ତ ଜଣକ କଟକର ବୋଲି ଜଣାପଡ଼ିଛି । ତେବେ ଏଥି ସହ କଟକରେ ପ୍ରଥମ କରୋନା ରୋଗୀ ଚିହ୍ନଟ ହୋଇଛି । ନିକଟରେ ଦିଲ୍ଲୀରୁ ଫେରିଛନ୍ତି ଷଷ୍ଠ ଆକ୍ରାନ୍ତ ଜଣକ । ଟ୍ୱିଟ୍ କରି ସୂଚନା ଦେଲା ରାଜ୍ୟ ସ୍ୱାସ୍ଥ୍ୟ ବିଭାଗ । ଦିଲ୍ଲୀରୁ ଫେରିବା ପରେ ବ୍ୟକ୍ତି ଜଣଙ୍କ କାହା କାହା ସଂସ୍ପର୍ଶରେ ଆସିଛନ୍ତି ସେ ନେଇ ସ୍ୱାସ୍ଥ୍ୟବିଭାଗ ତନାଘନା ଆରମ୍ଭ ହୋଇଛି ।

କଟକରେ କରୋନା ରୋଗୀ ଚିହ୍ନଟ ହେବାପରେ କଟକକୁ ଲକଡାଉନ୍ କରିଦିଆଯାଇଛି । ଭୁବନେଶ୍ୱର ଓ ଭଦ୍ରକ ପରେ କଟକକୁ ୪୮ ଘଂଟା ପାଇଁ ସଟଡାଉନ୍ କରିଦିଆଯାଇଛି । ରାଜ୍ୟ ସରକାରଙ୍କ ପକ୍ଷରୁ ଏହି ତ୍ୱରିତ ପଦକ୍ଷେପ ନିଆଯାଇଛି । ତେବେ ପ୍ରଥମ ଓ ଦ୍ୱିତୀୟ ଆକ୍ରାନ୍ତ ସୁସ୍ଥ ହେବାପରେ ପୁଣି ଆଉ ଜଣେ ଚିହ୍ନଟ ହେବାପରେ ରାଜ୍ୟ ସରକାରଙ୍କ ପାଇଁ ଚିନ୍ତା ବଢ଼ିଯାଇଛି ।

Comments are closed.