କନକ ବ୍ୟୁରୋ : ଓଡ଼ିଶାରେ ଷଷ୍ଠ କରୋନା ପଜିଟିଭ୍ ଚିହ୍ନଟ । ଷଷ୍ଠ ଆକ୍ରାନ୍ତ ଜଣକ କଟକର ବୋଲି ଜଣାପଡ଼ିଛି । ତେବେ ଏଥି ସହ କଟକରେ ପ୍ରଥମ କରୋନା ରୋଗୀ ଚିହ୍ନଟ ହୋଇଛି । ନିକଟରେ ଦିଲ୍ଲୀରୁ ଫେରିଛନ୍ତି ଷଷ୍ଠ ଆକ୍ରାନ୍ତ ଜଣକ । ଟ୍ୱିଟ୍ କରି ସୂଚନା ଦେଲା ରାଜ୍ୟ ସ୍ୱାସ୍ଥ୍ୟ ବିଭାଗ । ଦିଲ୍ଲୀରୁ ଫେରିବା ପରେ ବ୍ୟକ୍ତି ଜଣଙ୍କ କାହା କାହା ସଂସ୍ପର୍ଶରେ ଆସିଛନ୍ତି ସେ ନେଇ ସ୍ୱାସ୍ଥ୍ୟବିଭାଗ ତନାଘନା ଆରମ୍ଭ ହୋଇଛି ।
କଟକରେ କରୋନା ରୋଗୀ ଚିହ୍ନଟ ହେବାପରେ କଟକକୁ ଲକଡାଉନ୍ କରିଦିଆଯାଇଛି । ଭୁବନେଶ୍ୱର ଓ ଭଦ୍ରକ ପରେ କଟକକୁ ୪୮ ଘଂଟା ପାଇଁ ସଟଡାଉନ୍ କରିଦିଆଯାଇଛି । ରାଜ୍ୟ ସରକାରଙ୍କ ପକ୍ଷରୁ ଏହି ତ୍ୱରିତ ପଦକ୍ଷେପ ନିଆଯାଇଛି । ତେବେ ପ୍ରଥମ ଓ ଦ୍ୱିତୀୟ ଆକ୍ରାନ୍ତ ସୁସ୍ଥ ହେବାପରେ ପୁଣି ଆଉ ଜଣେ ଚିହ୍ନଟ ହେବାପରେ ରାଜ୍ୟ ସରକାରଙ୍କ ପାଇଁ ଚିନ୍ତା ବଢ଼ିଯାଇଛି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2020/04/6-2.jpg)