ରାଜପଥରେ ଘଟିଲା ଭୟାନକ ଦୁଃର୍ଘଟଣା : ଏକସଙ୍ଗେ ଧକ୍କା ହେଲା ୭୦ଟି କାର୍, କାରଣ ଅଷ୍ପଷ୍ଟ 

685

କନକ ବ୍ୟୁରୋ : ଆମେରିକାର ଭର୍ଜିନିଆରେ ଭୟାନକ ଦୁର୍ଘଟଣା ଘଟିଛି । ଆଶ୍ଚର୍ଯ୍ୟର କଥା ହେଲା ପାଖାପାଖି ୭୦ଟି କାର ଏକସଙ୍ଗେ ଧକ୍କା ହୋଇଛି । ଏହି ଦୁର୍ଘଟଣାରେ ୫୧ ଜଣ ଲୋକ ଆହତ ହୋଇଛନ୍ତି । ମିଳିଥିବା ସୂଚନା ଅନୁଯାୟୀ, ଭର୍ଜିନିଆରେ ରବିବାର ସକାଳେ ଏକ ପ୍ରମୁଖ ରାଜମାର୍ଗରେ କାର ଧକ୍କା ହୋଇ ଏକା ସମୟରେ ୫୧ ଲୋକ ଆହତ ହୋଇଛନ୍ତି ।

ଭର୍ଜିନିଆ ରାଜ୍ୟ ପୁଲିସ ସୂଚନା ଅନୁସାରେ, ଦୁଃର୍ଘଟଣା ପରେ ସଂପୃକ୍ତ ମାର୍ଗରେ ଯାତାୟତ ବନ୍ଦ କରିଦିଆଯାଇଛି । ଏହି ଦୁଃର୍ଘଟଣାର କାରଣ ବର୍ତ୍ତମାନ ପର୍ଯ୍ୟନ୍ତ ଅଷ୍ପଷ୍ଟ ହୋଇ ରହିଛି ।ଧକ୍କା ହୋଇଥିବା ଗାଡି ଗୁଡିକର ଯାଂଚ କରାଯାଉଛି । ପାଖାପାଖି ଭାବେ ସକାଳ ୭.୫୧ରେ ଦୁଃର୍ଘଟଣା ଘଟିଛି । ପ୍ରଥମେ ୩୫ ଲୋକ ଆହତଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା ।  ପରମୁହୁର୍ତ୍ତରେ ଆହତଙ୍କ ସଂଖ୍ୟା ୫୧ରେ ପହଞ୍ଚିଛି ।