ରାଜ୍ୟରେ ମୋଟ୍ ୬୩୯୦ ଭିକାରୀ ଚିହ୍ନଟ : କଟକ ଜିଲ୍ଲାରେ ବୁଲୁଛନ୍ତି ସର୍ବାଧିକ ଭିକାରୀ 

166

କନକ ବ୍ୟୁରୋ : ଓଡ଼ିଶାରେ ମୋଟ ୬୩୯୦ ଜଣ ଭିକାରୀ ଚିହ୍ନଟ ହୋଇଛନ୍ତି । ଭିକାରୀଙ୍କ ହିତ ଉଦ୍ଦେଶ୍ୟରେ ବିକଳ୍ପ ଆତ୍ମନିଯୁକ୍ତ ସହାୟ ଯୋଜନା ଚଳାଉଛନ୍ତି ରାଜ୍ୟ ସରକାର । ୨୮୮୬ ଜଣ ଭିକାରୀଙ୍କୁ ବିଭିନ୍ନ ସହାୟତା ଯୋଗାଇ ଦିଆଯାଉଛି ।  କଟକ ଜିଲ୍ଲାରେ ସର୍ବାଧିକ ଭିକାରୀ ଭୁଲୁଛନ୍ତି । କଟକରେ ରାଜ୍ୟର ସବୁଠାରୁ ଅଧିକ ତଥା ୧୦୬୦ ଜଣ ଭିକାରୀ ଚିହ୍ନଟ ହୋଇଚନ୍ତି । ସେହିପରି ବଲାଙ୍ଗୀର ଜିଲ୍ଲା ଦ୍ୱିତୀୟ ସର୍ବାଧିକ ଭିକାରୀ ଥିବା ଜିଲ୍ଲା । ଏଠାରେ ଅଛନ୍ତି ୭୦୮ ଜଣ ଭିକାରୀ । ସର୍ବନିମ୍ନ ଭିକାରୀ ଥିବା ଜିଲ୍ଲା ହେଲା ଦେବଗଡ଼ । ଦେବଗଡ଼ରେ ମାତ୍ର ୧୬ ଜଣ ଭିକାରୀ ଅଛନ୍ତି ।

ଅନୁଗୁଳରେ ୯୭, ବଲାଙ୍ଗୀରରେ ୭୦. ବାଲେଶ୍ୱରରେ ୧୩୧, ବରଗଡରେ ୧୬୬ ,ଭଦ୍ରକରେ ୨୨. ବୌଦ୍ଧରେ ୧୯ ,  ଦେବଗଡ଼ରେ ୧୬  ଜଣ , ଢ଼େଙ୍କାନାଳରେ ୧୧୨ , ଗଜପତିରେ ୫୮, ଗଞ୍ଜାମରେ ୪୫.  ଜଗତସିଂହପୁରରେ ୫୩, ଯାଜପୁର ୧୯୬,  ଝାରସୁଗୁଡ଼ାରେ ୪. କଳାହାଣ୍ଡିରେ  ୨୧୪, କନ୍ଧମାଳ ୧୧୭,  କେନ୍ଦ୍ରାପଡ଼ାରେ ୨୨ କେନ୍ଦୁଝରରେ ୧୩୫ ଖୋର୍ଦ୍ଧାରେ  ୫୩ ଜଣ ଭିକାରୀ ଚିହ୍ନଟ ହୋଇଛନ୍ତି । ସେହିପରି କୋରାପୁଟରେ ୨୦୦, ମାଲକାନଗିରିରେ ୨. ମୟୁରଭଞ୍ଜରେ ୪୮୫,  ନବରଙ୍ଗପୁରରେ ୧୮.  ନୟାଗଡ଼ରେ ୬୬, ନୂଆପଡ଼ାରେ ୨୮୮ ପୁରୀରେ ୧୨୦ , ରାୟଗଡ଼ାରେ ୧୮୧, ସମ୍ବଲପୁରରେ ୨୨୩ , ସୋନପୁରରେ ୨୮୦ ଓ  ସୁନ୍ଦରଗଡ଼ରେ ଜଣ ୪୬୭ ଭିକାରୀ ଚିହ୍ନଟ ହୋଇଛନ୍ତି ।