୬୧ ବର୍ଷ ତଳୁ ଗଲୱାନ ଘାଟିରେ ଆରମ୍ଭ ହୋଇଥିଲା ବିବାଦ : ୧୯୫୯ରେ ଏଲଏସିର ପେଟ୍ରୋଲ ପଏଂଟ ନମ୍ବର ୧୪କୁ ନିଜର ଦାବି କରିଥିଲା ଚୀନ୍, ଭାରତ ସରକାରଙ୍କ ଚେତାବନୀ ପରେ ପଛକୁ ହଟିଥିଲା ଡ୍ରାଗନ

227

କନକ ବ୍ୟୁରୋ : ଗଲୱାନ ଘାଟିରେ ଗତମାସ ୧୫ ତାରିଖରେ ହୋଇଥିବା ରକ୍ତାକ୍ତ ସଂଘର୍ଷ ଆଜି କାଲିର ବିବାଦ ନୁହେଁ । ଏହା ଦୀର୍ଘ ୬୧ ବର୍ଷ ତଳର ବିବାଦ । ୧୯୫୯ ମସିହାରେ ପ୍ରଥମେ ଏହି ବିବାଦ ହୋଇଥିଲା । ସେହି ବିବାଦ ପୁଣି ଥରେ ଗତ ଏପ୍ରିଲ ମାସରେ ମୁଣ୍ଡ ଟେକିଥିଲା । ଏପ୍ରିଲ ମାସରେ ଗଲୱାନ ଘାଟିର ପଏଂଟ -୧୪ର ୮ଶହ ମିଟର ଅଂଚଳକୁ ନିଜର ବୋଲି ଦାବି କରିଥିଲା ଚୀନ୍ । ଏପ୍ରିଲରେ ହୋଇଥିବା ବଟାଲିୟନ ଲେବର ମିଟିଂରେ ଏହି ଦାବି କରିଥିଲା ଡ୍ରଗନ । ଏହା ପରେ ଭାରତ ଗଲୱାନ ଓ ଶୋକ୍ ନଦୀର ସଂଗମ ସ୍ଥଳରେ ପୋଲ ନିର୍ମାଣ କରିବା ଆରମ୍ଭ କରି ଦେଇଥିଲା । ତାପରେ ଜୁନ୍ ୧୫ରେ ମୁହାଁମୁହିଁ ହୋଇଥିଲେ ଦୁଇ ଦେଶର ସେନା ।

ତେବେ ଏହି ବିବାଦ ଦୀର୍ଘ ୬୧ ବର୍ଷ ତଳେ ପ୍ରଥମେ ଆରମ୍ଭ ହୋଇଥିଲା । ହେଲେ ଏହାକୁ ନେଇ ଦୁଇ ଦେଶ ମଧ୍ୟରେ ସେହି ସମୟରେ ସହମତି ହୋଇଥିଲା । ଅର୍ଥାତ ଏବେ ଗଲୱାଟ ଘାଟିର ଯେଉଁ ଅଂଚଳକୁ ଚୀନ ଏବେ ନିଜର ବୋଲି ଦାବି କରୁଥିଲା ସେ ନେଇ ୬୧ ବର୍ଷ ତଳେ ଦୁଇ ଦେଶ ମଧ୍ୟରେ ସହମତି ହୋଇଥିଲେ । ଏପରିକି ୧୯୬୨ରେ ଗଲୱାନ ଘାଟିରେ ଚୀନ ପଛକୁ ଫେରିଥିବାର ଏକ ପୁରୁଣା ଖବର କାଗଜର କଟପିସ୍ ସୋସିଆଲ ମିଡିଆରେ ଘୁରି ବୁଲୁଛି । ଭାରତର ଚେତାବନୀ ପରେ ଚୀନ ପଛକୁ ହଟିଥିବା ଏଥିରେ ଲେଖାଯାଇଛି ।

ଗୋଟିଏ ପଟେ ଲଦାଖ ସୀମାରୁ ପଛରୁ ହଟିଛି ଚୀନ ସେନା, ତ ଅନ୍ୟପଟେ ଉତରାଖଣ୍ଡ ସୀମାରେ ଦୁଇଟି ଚେକ୍ପୋଷ୍ଟ ଉଠାଇ ଦେଇଛି ନେପାଳ । ନେପାଳ ପ୍ରଧାନମନ୍ତ୍ରୀ କେପି ଶର୍ମା ଓଲିଙ୍କ ଭାରତ ବିରୋଧି ବୟାନ ପାଇଁ ତାଙ୍କୁ ଇସ୍ତଫା ଦେବାକୁ ଦାବି ଜୋର ଧରିଛି । ଏପରି ସମୟରେ ଉତରାଖଣ୍ଡ ପିଥୋରଗଡ ଜିଲ୍ଲାକୁ ଲାଗି ଥିବା ସୀମାରେ ନେପାଳ ତାର ୨ଟି ଚେକ୍ ପୋଷ୍ଟ ଉଠାଇ ଦେଇଛି । ଚୀନ ବଳରେ ଭାରତକୁ ନାଲି ଆଖି ଦେଖାଉଥିବା ନେପାଳ ସରକାରରେ ଫାଟ ଦେଖାଯିବା ପରେ ଏଭଳି ପରିବର୍ତନ ଦେଖିବାକୁ ମିଳିଛି ।

ସରକାରରେ ଥିବା ନେପାଳ କମ୍ୟୁନିଷ୍ଟ ପାର୍ଟି ପ୍ରଧାନମନ୍ତ୍ରୀ କେପି ଶର୍ମା ଓଲିଙ୍କ ଇସ୍ତଫା ଦାବି କରିବା ପରେ ଭାରତ ପ୍ରତି ଥିବା ତାଙ୍କର କଡ୍ଡା ଆଭିମୁଖ୍ୟ ବଦଲାଇବାକୁ ସେ ଏକପ୍ରକାର ବାଧ୍ୟ ହୋଇଛନ୍ତି । ଫଳରେ ସୀମାରେ ଭାରତ ଉପରେ ନଜର ରଖିବା ପାଇଁ ଲଗାଇଥିବା ଚେକ୍ ପୋଷ୍ଟ ହିଁ ନିଜ ଆଡୁ ଉଠାଇ ଦିଆଯାଇଛି ।