କନକ ବ୍ୟୁରୋ : ଓଡିଶା ଅଭିମୁଖେ ଆସୁଛି ୬ଟି ଟ୍ରେନ୍ । ମହାରାଷ୍ଟ୍ର, ଗୁଜରାଟ ଓ ଆନ୍ଧ୍ରପ୍ରଦେଶରେ ଥିବା ପ୍ରବାସୀ ଓଡିଆ ଶ୍ରମିକମାନଙ୍କୁ ନେଇ ଏହି ଟ୍ରେନ୍ ଓଡିଶା ଆସୁଛି । ମହାରାଷ୍ଟ୍ର ଥାନେରୁ ଆସୁଥିବା ସ୍ୱତନ୍ତ୍ର ଟ୍ରେନରେ ୧୧ଶହରୁ ଅଧିକ ପ୍ରବାସୀ ଓଡିଆ ଆସୁଥିବା ଜଣାପଡିଛି । ୯୫୫୨ ନମ୍ବରର ଏହି ସ୍ୱତନ୍ତ୍ର ଟ୍ରେନରେ ଭଦ୍ରକ, କେନ୍ଦ୍ରପଡ଼ା, ଯାଜପୁର, ବାଲେଶ୍ୱର, ବଲାଙ୍ଗିର ଆଦି ଜିଲ୍ଲାର ପ୍ରବାସୀମାନେ ଆସୁଛନ୍ତି । ସେହିପରି ମୁମ୍ବାଇରୁ ଗୋଟିଏ ଟ୍ରେନ ଆସୁଥିବା ବେଳେ ଆନ୍ଧ୍ର ଗୁଂଟୁରରୁ ଗୋଟିଏ ଟ୍ରେନ ଆସୁଛି । ଗୁଜୁରାଟ ଥାନଗଡରୁ ଗୋଟିଏ ଟ୍ରେନ ଆଜି ଆସୁଥିବା ରେଳବାଇ ସୂଚନା ଦେଇଛି । ଏଥିସହ ୨ଟି ଟ୍ରେନ ସୁରତରୁ ଆସି ଜଗନ୍ନାଥପୁରରେ ପହଁଚିବ ବୋଲି ଜଣାପଡିଛି ।
ସେପଟେ ବେଙ୍ଗାଲୁରରୁ ବିଶାଖାପାଟଣା ଦେଇ ସାଇକେଲରେ ଆସୁଛନ୍ତି ୫ ଓଡିଆ । ଅଧାବାଟରେ ରହି ଉଦ୍ଧାର କରିବାକୁ କଲେ ଅନୁରୋଧ । କାନ୍ଦି କାନ୍ଦି ଭିଡିଓ ମେସେଜ୍ ପଠାଇ କହିଛନ୍ତି ସେମାନଙ୍କୁ କରୋନା ହୋଇଛି, ତୁରନ୍ତ ରାଜ୍ୟ ସରକାର ଉଦ୍ଧାର କରନ୍ତୁ । ଏହା ସହିତ ରେଜିଷ୍ଟ୍ରେସନ କରିବା ପରେ ମଧ୍ୟ ସରକାର ସେମାନଙ୍କୁ ନଆଣିବାରୁ ସାଇକେଲରେ ଆସିବାକୁ ବାଧ୍ୟ ହୋଇଥିବା କହିଛନ୍ତି । ସେମାନଙ୍କ ମଧ୍ୟରେ ଚାନ୍ଦବାଲିର ୨ଜଣ, ଆଳିର ଜଣେ ଓ ଅନ୍ୟମାନେ ରାଜକନିକାର ଶ୍ରମିକ ହୋଇଥିବା ଜଣାପଡିଛି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2020/05/indian_railway_660_122817022237_220320014030_080520090352_100520092151-1.jpg)