ଯେଉଁପରି ମହିଳା ଚାହାନ୍ତି ତାଙ୍କର ଜୀବନସାଥୀ ତାଙ୍କୁ ଭଲ ଭାବରେ ବୁଝନ୍ତୁ, ସେହିପରି ପୁରୁଷ ବି ଚାହାନ୍ତି ତାଙ୍କ ସହ ଯୋଡି ହୋଇଥିବା ସବୁ ଛୋଟ ବଡ କଥାକୁ ମହିଳା ବୁଝିବାପାଇଁ ଚେଷ୍ଟା କରନ୍ତୁ । ଏକ ମଜଭୁତ ସମ୍ପର୍କର ମୂଳଦୁଆ, ଭଲ ବୁଝାମଣା ଓ ବିଶ୍ୱାସ ଉପରେ ନିର୍ଭର କରେ ।

Advertisment

ହୋଇପାରେ ଆପଣ ଆପଣଙ୍କ ଜୀବନସାଥୀଙ୍କୁ ବହୁତ ଭଲ ଭାବରେ ବୁଝନ୍ତି, କିନ୍ତୁ କିଛି ଏପରି କଥା ଥାଏ ଯାହା ମହିଳାଙ୍କୁ ଜଣା ନଥାଏ । ମହିଳାମାନେ ଦାବି କରନ୍ତି କି ସେମାନେ ତାଙ୍କ ଜୀବନସାଥୀକୁ ଅଧିକ ଭଲ ଭାବେ ବୁଝନ୍ତି, କିନ୍ତୁ ଅଧିକାଂଶ ପୁରୁଷ ନିଜ କିଛି ଅଭ୍ୟାସକୁ ସମସ୍ତଙ୍କ ଠାରୁ ଲୁଚାଇ ରଖନ୍ତି ।

୧. ସାଧାରଣତଃ ପୁରୁଷ ନିଜ ଭାବନାକୁ ବ୍ୟକ୍ତ କରିବାରେ ସଙ୍କୋଚ ବୋଧ କରନ୍ତି । ସେମାନେ ବି କାନ୍ଦନ୍ତି କିନ୍ତୁ ଏକୁଟିଆ କିମ୍ବା ନିଜର କେହି ଖାସ ବନ୍ଧୁୁ ସାମ୍ନାରେ । ଏମିତିରେ ଯଦି ଆପଣ ଭାବୁଛନ୍ତି କି ପୁରୁଷ ମାନେ କାନ୍ଦନ୍ତି ନାହିଁ, ତେବେ ଏ ଧାରଣା ବଦଳାଇ ନିଅନ୍ତୁ ।

୨. ପୁରୁଷଙ୍କୁ କଷ୍ଟ ହୁଏନି . . . . . ଯଦି ଆପଣ ବି ଏପରି ଚିନ୍ତା କରୁଛନ୍ତି, ତେବେ ଏହା ଆପଙ୍କ ଭୁଲ ଧାରଣା । କଷ୍ଟ ସମସ୍ତଙ୍କୁ ହୁଏ । ପୁରୁଷ ନିଜର ଭାବନାକୁ ଶୀଘ୍ର କୁହନ୍ତିୁ ନାହିଁ, ଏଥିପାଁଇ ଆପଣଙ୍କୁ ଲାଗେ ତାଙ୍କୁ ଦୁଃଖ ଲାଗୁନି । କିନ୍ତୁ ଏପରି ଭାବିବା ଭୁଲ ।

୩. ମହିଳାମାନେ ଭାବନ୍ତି ୯୮ ପ୍ରତିଶତ ପୁରୁଷ ଆଡଲ୍ଟ ସିନେମା ଦେଖିବା ପାଇଁ ପସନ୍ଦ କରନ୍ତି । କିନ୍ତୁ ସେମାନେ ସବୁବେଳେ ଆଡଲ୍ଟ ସିନେମା ଦେଖନ୍ତି ନାହିଁ ।

୪. ଯଦି ଆପଣ ବି ଆପଣଙ୍କ ଜୀବନସାଥୀର ଥାଳିରୁ ଉଠାଇ କିଛିି ଖାଉଛନ୍ତି, ତେବେ ଏଇଠି କହି ରଖୁଛୁ ମହିଳାଙ୍କ ଏପରି ଅଭ୍ୟାସକୁ ପୁରୁଷ ପସନ୍ଦ କରନ୍ତି ନାହିଁ ।

୫. ଆପଣଙ୍କ ଜୀବନସାଥୀ ଯେତେ ଖୁଲା ବିଚାରର ହୋଇଥିଲେ ମଧ୍ୟ ସେମାନେ ଅନ୍ୟ ପୁରୁଷଙ୍କ ବିଷୟରେ ଶୁଣିବା ପାଇଁ ପସନ୍ଦ କରନ୍ତି ନାହିଁ ।

୬. ଭିଡିଓ ଗେମ ଖେଳୁଥିବା ସମୟରେ, ଖବରକାଗଜ ପଢ଼ୁଥିବା ସମୟରେ, ଟିଭି ଦେଖୁଥିବା ସମୟରୁ କିମ୍ବା ବହି ପଢ଼ିିବା ସମୟରେ କୌ÷ଣସି ପ୍ରକାର ଗୋଳମାଳ ପୁରୁଷ ପସନ୍ଦ କରନ୍ତି ନାହିଁ ।