ଆଉ ୬ କରୋନା ଆକ୍ରାନ୍ତ ଚିହ୍ନଟ । ରାଜ୍ୟରେ କରୋନା ସଂକ୍ରମିତଙ୍କ ସଂଖ୍ୟା ୭୪ରେ ପହଞ୍ଚିଲା । ଯାଜପୁରରୁ ୫ ଜଣ ଓ ସୁନ୍ଦରଗଡ ବିଶ୍ରାର ଜଣେ ଥିବା ନେଇ ସ୍ପଷ୍ଟ କଲେ ସରକାର

1,214

କନକ ବ୍ୟୁରୋ : ରାଜ୍ୟରେ ଆଉ ୬ କରୋନା ଆକ୍ରାନ୍ତ ଚିହ୍ନଟ । ରାଜ୍ୟରେ କରୋନା ସଂକ୍ରମିତଙ୍କ ସଂଖ୍ୟା ୭୪ରେ ପହଞ୍ଚିଲା । ଏହି ସଂଖ୍ୟାକୁ ମିଶାଇ ଆଜି ଗୋଟିଏ ଦିନରେ ୧୩ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ତେବେ ଏହି ଆକ୍ରାନ୍ତଙ୍କ ମଧ୍ୟରୁ ୫ ଜଣ ଯାଜପରରୁ ଓ ଆଉ ଜଣେ ସୁନ୍ଦରଗଡ଼ ବିଶ୍ରାରୁ ଚିହ୍ନଟ ହୋଇଛନ୍ତି । ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି । ସେପଟେ ଏପର୍ଯ୍ୟନ୍ତ ୨୪ ଜଣ ସୁସ୍ଥ ହୋଇଛନ୍ତି ଏବଂ ଜଣଙ୍କର ମୃତ୍ୟୁ ହୋଇଛି । ଅର୍ଥାତ ରାଜ୍ୟର ବିଭିନ୍ନ କୋଭିଡ୍ ହସ୍ପିଟାଲରେ ୪୯ ଜଣ ଚିକିତ୍ସିତ ହେଉଛନ୍ତି । ତେବେ ସଂକ୍ରମିତଙ୍କ ଟ୍ରାଭେଲ୍ ହିଷ୍ଟ୍ରି ସମ୍ପର୍କରେ କୌଣସି ସୂଚନା ମିଳିପାରି ନାହିଁ ।

ଯାଜପୁର ୫ ଆକ୍ରାନ୍ତଙ୍କ କୋଲକାତା ଲିଙ୍କ୍ ରହିଛି । ଆଜି ଚିହ୍ନଟ ହୋଇଥିବା ୧୩ ଆକ୍ରାନ୍ତଙ୍କ ମଧ୍ୟରୁ ୧୦ ଜଣ କୋଲକାତାରୁ ଆସିଛନ୍ତି । ଗତ ୨୮ ଦିନ ଭିତରେ ପଶ୍ଚିମବଙ୍ଗରୁ ଆସିଥିବା ଲୋକଙ୍କୁ ସତର୍କ କଲେ ସରକାର । ଏହି ସମୟ ସୀମା ମଧ୍ୟରେ ଆସିଥିଲେ ସଙ୍ଗରୋଧରେ ରହିବାକୁ କୁହାଯାଇଛି । ସ୍ଥାନୀ ସରପଞ୍ଚ, ବିଡ଼ିଓ , ତହସିଲଦାରଙ୍କୁ ଜଣାଇବାକୁ ପରାମର୍ଶ ଦିଆଯାଇଛି ।

ଆଜି ସକାଳେ ଭଦ୍ରକ ଜିଲ୍ଲାରୁ ୫ ଓ ବାଲେଶ୍ୱରରୁ ଦୁଇ ଜଣ ଚିହ୍ନଟ ହେବା ପରେ, ସେହି ଅଞ୍ଚଳକୁ କଣ୍ଟେନମେଣ୍ଟନ ଜୋନ ଘୋଷଣା କରିଛି ଜିଲ୍ଲା ପ୍ରଶାସନ । ଏପଟେ ଗୋଟିଏ ଦିନରେ ଏତେ ଆକ୍ରାନ୍ତ ଚିହ୍ନଟ ହେବା ରାଜ୍ୟ ସରକାରଙ୍କ ଚିନ୍ତାର ବିଷୟ । ଗୋଟିଏ ପଟେ ରାଜ୍ୟରେ ଲକଡାଉନ୍ କୋହଳ କରିବା ପାଇଁ ସରକାର ଚିନ୍ତା କରୁଥିବା ବେଳେ ଆଜି ପୁଣି ଗୋଟିଏ ଦିନରେ ଏତେ ସଂଖ୍ୟାରେ କରୋନା ରୋଗୀ ଚିହ୍ନଟ ହେବା ସରକାରଙ୍କ ପାଇଁ ମୁଣ୍ଡବିନ୍ଧାର କାରଣ ପାଲଟିଛି । ସଂଖ୍ୟା ଧୀରେ ଧୀରେ ବଢ଼ୁଥିବା ବେଳେ ଉଭୟ ସରକାର ଓ ଜନସାଧାରଣଙ୍କ ପାଇଁ ଏହା ବଡ଼ ଆହ୍ୱାନ ହେବ । ବଢ଼ୁଥିବା ସଂଖ୍ୟାକୁ ଦୃଷ୍ଟିରେ ରଖି ଆଗାମୀ ସମୟରେ କିଛି ବଡ଼ ନିଷ୍ପତ୍ତି ନିଆଯିବ ବୋଲି ଆଶା କରାଯାଉଛି ।