ବୌଦ୍ଧରେ ଯାତ୍ରୀବାହୀ ବସକୁ ୬ ଲକ୍ଷ ୭୨ ହଜାର ଟଙ୍କାର ଫାଇନ : ଟ୍ରାଫିକ ନିୟମ ଉଲ୍ଲଂଘନ କରିଥିବାରୁ ଚାଲାଣ କାଟିଲା ପୁଲିସ

2,092

କନକ ବ୍ୟୁରୋ : ଯାତ୍ରୀବାହୀ ବସକୁ ୬ ଲକ୍ଷ ୭୨ ହଜାର ୪୪୫ ଟଙ୍କାର ଫାଇନ । ବୌଦ୍ଧ ଆରଟିଓ ପକ୍ଷରୁ ଏହି ଚାଲାଣ କଟାଯାଇଛି । ଭୁବନେଶ୍ୱରରୁ ବୌଦ୍ଧ ଯାତାୟାତ କରୁଥିଲା ଏହି ମିନାର ବସ୍ । ତେବେ ଏହି ବସଟି ୫ଟି ଟ୍ରାଫିକ ନିୟମ ଉଂଲଘନ କରିଥିବାରୁ ଏହି ଚାଲାଣ କଟାଯାଇଥିବା ଆରଟିଓ କହିଛନ୍ତି । ବିନା ରେଜିଷ୍ଟ୍ରେନରେ ଚାଲୁଥିବାରୁ ୫ ହଜାର, ୧୭୭ ଧାରା ନିୟମ ଉଂଲଘନ ପାଇଁ ୫୦୦, ବସର ରୁଟ ପରମିଟ ନଥିବାରୁ ୧୦ ହଜାର, ଇନସୁରାନ୍ସ ନଥିବାରୁ ୨ ହଜାର ଏବଂ ୨୦୧୮ରୁ ୨୦୨୦ ମଧ୍ୟରେ ବସର ଟ୍ୟାକ୍ସ ଫାଇନ ପାଇଁ ୬ ଲକ୍ଷ ୫୪ ହଜାର ୯୪୫ ଟଙ୍କାର ଚାଲାଣ କଟାଯାଇଛି ।

ସେପଟେ ଟ୍ରାଫିକ୍ ଯାଚଂ ଜୋରଦାର ଚାଲିଥିବା ବେଳେ ନାବାଳକଙ୍କୁ ସ୍କୁଟି ଚଳାଇବା ମହଙ୍ଗା ପଡିଲା । ଦୁଇ ନାବାଳକଙ୍କୁ ୬୦ ହଜାର ଟଙ୍କାର ଫାଇନ କାଟିଛି ଟ୍ରାଫିକ ପୁଲିସ । ହେଲମେଟ ପାଇଁ ୫ ହଜାର ଲେଖାଏ ଫାଇନ ଓ ନାବାଳକ ହୋଇଥିବାରୁ ୨୫ ହଜାର ଲେଖାଁଏ ଚାଲାଣ କଟାଯାଇଛି । ସମ୍ବଲପୁର ଅଇଁଠାପାଲ୍ଲୀ ଛକରେ ଟ୍ରାଫିକ ଯାଂଚ ବେଳେ ଟ୍ରାଫିକ ପୁଲିସ ହାବୁଡରେ ପଡିଥିଲେ ୨ ନାବାଳକ ।

ମାର୍ଚ୍ଚ ୦୧ ଠାରୁ ନୂଆ ମୋଟର ଯାନ ଆଇନକୁ ସାରା ରାଜ୍ୟରେ କଡ଼ାକଡ଼ି ଭାବେ ଲାଗୁ କରାଯାଇଛି । ଆଜି ବି ପଞ୍ଚମ ଦିନରେ ଟ୍ରାଫିକ ଚେକିଂ ଜୋରଦାର ଚାଲିଛି । ନୂଆ ମୋଟର ଯାନ ଆଇନ ନିୟମ ଉଲଘଂନକାରୀଙ୍କ ଠାରୁ ଜରିମାନା ଆଦାୟ କରାଯାଉଛି ।