କରୋନା ମୁକାବିଲା ପାଇଁ ରାଜ୍ୟ ସରକାରଙ୍କ ବଡ ପଦକ୍ଷେପ : ଭୁବନେଶ୍ୱରକୁ ତିନୋଟି ଜୋନରେ ଭାଗ କରି ୬ ଆଇଏଏସଙ୍କୁ ଦିଆଗଲା ଗୁରୁତ୍ୱପୂର୍ଣ୍ଣ ଦାୟିତ୍ୱ,ଅବରୋଧ ଅଂଚଳ ଉପରେ ରଖିବେ ନଜର

545

କନକ ବ୍ୟୁରୋ : କରୋନା ମୁକାବିଲା ପାଇଁ ୬ ଜଣ ଆଇଏଏସ୍ ଅଧିକାରୀଙ୍କୁ ଦାୟିତ୍ୱ । ଓଡ଼ିଶାରେ କରୋନା ସଂକ୍ରମଣକୁ ନଜରରେ ରଖି ନୂଆ ରଣନୀତି ପ୍ରସ୍ତୁତ କରିଛନ୍ତି ରାଜ୍ୟ ସରକାର । ଭୁବନେଶ୍ୱରରେ କରୋନା ରୋଗୀଙ୍କ ସଂଖ୍ୟା ବଢ଼ୁଥିବାରୁ ରାଜଧାନୀ ଉପରେ କଡ଼ା ନଜର ନଜର ରଖିବା ପାଇଁ ୬ ଜଣ ବରିଷ୍ଠ ଅଧିକାରୀଙ୍କୁ ଗୁରୁଦାୟିତ୍ୱ ଦିଆଯାଇଛି ।

ବର୍ତ୍ତମାନ ସମୟରେ ଭୁବନେଶ୍ୱର କରୋନାର ହଟସ୍ପଟ୍ ପାଲିଟିଛି । ଆଉ ଏଥିପାଇଁ ରାଜଧାନୀ ଭୁବନେଶ୍ୱରରେ ତିନୋଟି ଭିନ୍ନ ଭିନ୍ନ ଜୋନ୍ ତିଆରି କରାଯାଇଛି । ଗତକାଲି ଭୁବନେଶ୍ୱରରୁ ବୋମିଖାଲରୁ ୩ ଜଣ ଓ ଝାରପଡ଼ାରୁ ଜଣେ ନୂଆ କରୋନା ରୋଗୀ ଚିହ୍ନଟ ପରେ ରାଜ୍ୟ ସରକାର ଚିନ୍ତାରେ ।

ଆଉ ଏଥିପାଇଁ ମୁଖ୍ୟ ଶାସନ ସଚିବ ୬ ଜଣ ଆଇଏଏସ ଅଧିକାରଙ୍କୁ ଦାୟିତ୍ୱ ଦେଇଛନ୍ତି । ଭୁବନେଶ୍ୱରକୁ ଉତ୍ତର ଜୋନ୍,  ଦକ୍ଷିଣ ପୂର୍ବ , ଦକ୍ଷିଣ ପଶ୍ଚିମ, ଜୋନରେ ବିଭକ୍ତ କରାଯାଇଛି ଦାୟିତ୍ୱ ଦିଆଯାଇଛି । । ଉତ୍ତର ଜୋନ ଦାୟିତ୍ୱରେ ଅଛନ୍ତି ରଞ୍ଜନ ଚୋପ୍ରା ଓ ବିଷ୍ଣୁପଦ ସେଠୀ ।  ସେହିପରି ଏସ୍. କେ ଲୋହାନୀ ଓ ଶାଶ୍ୱତ ମିଶ୍ରଙ୍କୁ ଦକ୍ଷିଣ ପୂର୍ବ ଜୋନ୍ ଦାୟିତ୍ୱ ଦିଆଯାଇଛି । ଅଶୋକ  ମୀନା ଓ ଭାସ୍କର ଜ୍ୟୋତି ଶର୍ମାଙ୍କୁ ଦକ୍ଷିଣ ପଶ୍ଚିମ ଜୋନର ଦାୟିତ୍ୱ ଦିଆଯାଇଛି ।

ତେବେ ଏହି ବରିଷ୍ଠ ଅଧିକାରୀମାନେ କଣ୍ଟେନମେଣ୍ଟ ଜୋନ ଉପରେ କଡ଼ା ନଜର ରଖିବା ସହ ଭାଇରସ୍ ଯେପରି ନବ୍ୟାପେ ତା’ଉପରେ କଡ଼ା ନଜର ରଖିବେ । କରୋନା ମୁକାବିଲା ପାଇଁ ରାଜ୍ୟ ସରକାରଙ୍କ ନିର୍ଦ୍ଦେଶାବଳୀକୁ କାର୍ଯ୍ୟକାରୀ କରାଇବେ ଓ କରୋନା ଆକ୍ରାନ୍ତଙ୍କ ସଂସ୍ପର୍ଶରେ ଆସିଥିବା ବ୍ୟକ୍ତିଙ୍କର ନମୂନା ପରୀକ୍ଷାକୁ ତ୍ୱରାନ୍ୱିତ କରାଇବେ । କେବଳ ଏତିିକି ନୁହେଁ ଘର ଘର ଯାଇ ଲୋକଙ୍କୁ ସଚେତନମଧ୍ୟ କରାଯିବ । ବର୍ତ୍ତମାନ ସୁଦ୍ଧା ୯ଟି ଜିଲ୍ଲାରେ କାୟା ବିସ୍ତାର କରିସାରିଛି କରୋନା ।