କଟକ ବଡ ମେଡିକାଲରେ ୫ଟି ସଚିବ : ବିଭିନ୍ନ ସମସ୍ୟା ଓ ଭିତ୍ତିଭୂମିର ଅନୁଧ୍ୟାନ କଲେ ପାଣ୍ଡିଆନ୍

311

କନକ ବ୍ୟୁରୋ : ଏସସିବିରେ ଫାଇଭ୍ ଟି ସଚିବ ଭି.କେ ପାଣ୍ଡିଆନ୍ । ଆଜି ସକାଳୁ ସକାଳୁ କଟକର ଏସସିବି ମେଡିକାଲରେ ପହଁଚିଥିଲେ ଫାଇଭ୍ ଟି ସଚିବ । ବଡ଼ି ଭୋରରୁ ଡାକ୍ତରଖାନାରେ ପହଁଚି ସ୍ୱାସ୍ଥ୍ୟସେବାର ସ୍ଥିତି ଯାଂଚ କରିଥିଲେ । ଏହାସହ ବିଭିନ୍ନ ଓ୍ୱାର୍ଡ ବୁଲି ରୋଗୀଙ୍କ ସହ ଆଲୋଚନା କରିଛନ୍ତି । ଡାକ୍ତରଖାନାରେ ପ୍ରଶାସନିକ ଅଧିକାରୀ ଓ ମେଡିକାଲ କର୍ତୃପକ୍ଷଙ୍କ ସହିତ ଆଲୋଚନା କରିଥିଲେ । ଏହି ଆଲୋଚନାରେ କଟକ ଜିଲ୍ଲାପାଳ, ଏନଏଚଆରଏମ୍ ନିର୍ଦ୍ଦେଶିକ , କଟକ ଡିସିପି ପ୍ରମୁଖ ଉପସ୍ଥିତ ରହିଥିଲେ । ପାଣ୍ଡିଆନଙ୍କ ସହ ଜାତୀୟ ସ୍ୱାସ୍ଥ୍ୟ ମିଶନର ନିର୍ଦ୍ଦେଶିକା ଶାଲିନୀ ପଣ୍ଡିତ ମଧ୍ୟ ଉପସ୍ଥିତ ଅଛନ୍ତି।

ବଡ଼ ଡାକ୍ତରଖାନାର ଭିତ୍ତିଭୂମି ବିକାଶ ନିମନ୍ତେ ପ୍ରସ୍ତୁତ ଏକ ନକ୍ସାକୁ ମଧ୍ୟ ୫ଟି ସଚିବ ଅନୁଧ୍ୟାନ କରିଛନ୍ତି । ଆଜି ସନ୍ଧ୍ୟାରେ ଭୁବନେଶ୍ୱରରେ ହେବାକୁ ଥିବା ବୈଠକରେ ୫ଟି ସଚିବ ଏବଂ ଅନ୍ୟ ଅଧିକାରୀମାନେ ଏସ୍‌ସିବିର ବିକାଶ ନିମନ୍ତେ ତା’ର ସମସ୍ତ ବିଭାଗର ମୁଖ୍ୟମାନଙ୍କ ସହ ଆଲୋଚନା କରିବେ ।

ଗାନ୍ଧୀ ଜୟନ୍ତୀରୁ ମୋ ସରକାର କାର୍ଯ୍ୟକ୍ରମ ଆରମ୍ଭ ହେବାରେ ସରକାରୀ ସ୍ତରରେ ତତ୍ପରତା ଦେଖାଦେଇଛି । ଆଉ ଗାନ୍ଧୀ ଜୟନ୍ତୀ ପରଠାରୁ ହେବ ଜିଲ୍ଲାରୁ ଜିଲ୍ଲା ବୁଲୁଛନ୍ତି ‘ଫାଇଭ୍ ଟି’ ସଚିବ ପାଣ୍ଡିଆନ୍ । ଜିଲ୍ଳାରୁ ଜିଲ୍ଳା ହସ୍ପିଟାଲ, ଥାନା ବୁଲି ସ୍ଥିତି ସମୀକ୍ଷା କରୁଛନ୍ତି ପାଣ୍ଡିଆନ ।  ବିଭିନ୍ନ ଜିଲ୍ଳା ମୁଖ୍ୟଚିକିତ୍ସାଳୟକୁ ଯାଇ ସ୍ଥିତି ଅନୁଧ୍ୟାନ କରିବା ସହ ରୋଗୀ ଓ ରୋଗୀଙ୍କ ସଂପର୍କୀୟ ସହ ଆଲୋଚନା ସିଧାସଳଖ ଆଲୋଚନା କରୁଛନ୍ତି  । ମେଡିକାଲରେ ରୋଗୀ ସେବା ସମେତ ଔଷଧ ଯୋଗାଣ ନେଇ ମଧ୍ୟ ଆଲୋଚନା କରୁଛନ୍ତି ଫାଇଭ୍ ଟି ସଚିବ ।