ରାଜ୍ୟରେ ୫୯୧ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ । ସଙ୍ଗରୋଧ କେନ୍ଦ୍ରରୁ ୩୯୪, ସ୍ଥାନୀୟ ଅଞ୍ଚଳରୁ ୧୯୭ । ଗଞ୍ଜାମ ଜିଲ୍ଲାରୁ ସର୍ବାଧିକ ୧୮୨ ଏବଂ ଖୋର୍ଦ୍ଧା ଜିଲ୍ଲାରୁ ୧୨୧ ଆକ୍ରାନ୍ତ ଚିହ୍ନଟ

850

କନକ ବ୍ୟୁରୋ : ଆଜି ରାଜ୍ୟରେ ୫୯୧ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ ସଂଗରୋଧ କେନ୍ଦ୍ରରୁ ୩୯୪ ଜଣ ଥିବା ବେଳେ ଲୋକାଲ କଂଟାକ୍ଟ ୧୯୭ ଜଣ । ସେହିପରି ୩ ଜଣ ମୃତ୍ୟୁ ହୋଇଥିବା ବେଳେ ମୃତ୍ୟୁ ସଂଖ୍ୟା ୮୬ରେ ପହଚିଂଛି । ମୃତକଙ୍କ ମଧ୍ୟରେ ଅଛନ୍ତି ଗଂଜାମରୁ ୨ଜଣ ଓ ଗଜପତିରୁ ଜଣେ । ଆଜି ୫୯୧ ନୂଆ ଆକ୍ରାନ୍ତଙ୍କ ମଧ୍ୟରୁ ଗଂଜାମରୁ ସର୍ବାଧିକ ୧୮୨ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।

ସେହିପରି ଖୋର୍ଦ୍ଧାରୁ ୧୨୧ ଜଣ, ମୟୁରଭଂଜରୁ ୨୨ ଜଣ, ନବରଙ୍ଗପୁରରୁ ୨୨ ଜଣ, କଟକରୁ ୩୮ ଜର, ସମ୍ବଲପୁରରୁ ୨୦, ସୁନ୍ଦରଗଡରୁ ୧୮, ବରଗଡରୁ ୩୫, ବାଲେଶ୍ୱରରୁ ୧୩ ଜଣ,ଯାଜପୁରରୁ ୧୯ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ରାଜ୍ୟରେ ୧୬ ହଜାର ୭୦୧ରେ ପହଚିଂଛି । ଏଯାଏ ୫ ହଜାର ୨୫୯ ସକ୍ରିୟ ସଂକ୍ରମିତ ଥିବା ବେଳେ ୧୧ ହଜାର ୩୩୦ ଜଣ ସୁସ୍ଥ ହୋଇଛନ୍ତି ।