ରେକର୍ଡ଼ ସଂଖ୍ୟକ ୫୭୧ କରୋନା ପଜିଟିଭ୍ ଚିହ୍ନଟ । ସଂଗରୋଧ କେନ୍ଦ୍ରରୁ ୪୦୩ ଓ ସ୍ଥାନୀୟ ଅଂଚଳର ୧୬୮ ଜଣ ନୂଆ ଆକ୍ରାନ୍ତ ଚିହ୍ନଟ,ମୋଟ୍ ଆକ୍ରାନ୍ତଙ୍କ ସଂଖ୍ୟା ୧୦ହଜାର ଟପିଲା

Advertisment
ରେକର୍ଡ଼ ସଂଖ୍ୟକ ୫୭୧ କରୋନା ପଜିଟିଭ୍ ଚିହ୍ନଟ । ସଂଗରୋଧ କେନ୍ଦ୍ରରୁ ୪୦୩ ଓ ସ୍ଥାନୀୟ ଅଂଚଳର ୧୬୮ ଜଣ ନୂଆ ଆକ୍ରାନ୍ତ ଚିହ୍ନଟ,ମୋଟ୍ ଆକ୍ରାନ୍ତଙ୍କ ସଂଖ୍ୟା ୧୦ହଜାର ଟପିଲା

କନକ ବ୍ୟୁରୋ : ରାଜ୍ୟରେ ଦିନକୁ ଦିନ ବଢ଼ୁଛି ସଂକ୍ରମଣ । ଜୁଲାଇ ମାସ ଆରମ୍ଭରୁ କଲବଲ କଲାଣି କରୋନା । ସଂକ୍ରମିତଙ୍କ ସଂଖ୍ୟା ବଢ଼ି ବଢ଼ି ଚାଲିଛି । ରାଜ୍ୟରେ ଆଜି ରେକର୍ଡ ସଂଖ୍ୟକ ୫୭୧ ପଜିଟିଭ ଚିହ୍ନଟ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ ସଂଗରୋଧ କେନ୍ଦ୍ରରୁ ୪୦୩ ଆକ୍ରାନ୍ତ ଥିବା ବେଳେ ସ୍ଥାନୀୟ ଅଂଚଳର ୧୬୮ ଜଣ ଅଛନ୍ତି । ଗଂଜାମରୁ ସର୍ବାଧିକ ଆକ୍ରାନ୍ତ ୨୭୩ ଚିହ୍ନଟ ହୋଇଛି । ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ଏବେ ୧୦ ହଜାର ୯୭ରେ ପହଞ୍ଚଛି । ଏ ନେଇ ରାଜ୍ୟ ସୂଚନା ଓ ଲୋକସଂପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।

୫୭୧ ଆକ୍ରାନ୍ତଙ୍କ ମଧ୍ୟରୁ ଅନୁଗୁଳରୁ ୪, ବାଲେଶ୍ୱରରୁ ୨୮, ଭଦ୍ରକରୁ ୧, ବଲାଙ୍ଗୀରରୁ ୫, କଟକରୁ ୨୯, ଢେଙ୍କାନାଳରୁ ୧, ଗଜପତିରୁ ୫୬, ଗଞ୍ଜାମ ରୁ ୨୭୩, ଜଗତସିଂହପୁର ରୁ ୧୭, ଯାଜପୁରରୁ ୧୬, ଝାରସୁଗୁଡା ରୁ ୧, କେନ୍ଦ୍ରାପଡାରୁ ୩, କେନ୍ଦୁଝର ରୁ ୭, ଖୋର୍ଦ୍ଧା ରୁ ୩୭, ମୟୂରଭଞ୍ଜରୁ ୧୪, ନବରଙ୍ଗପୁରରୁ ୭, ନୟାଗଡରୁ ୧, ପୁରୀରୁ ୪, ରାୟଗଡାରୁ ୧୦, ସମ୍ବଲପୁରରୁ ୬, ସୁନ୍ଦରଗଡରୁ ୫୧ ,ଅନୁଗୁଳରୁ ୪, ବାଲେଶ୍ୱରରୁ ୨୮, ଭଦ୍ରକରୁ ୧, ବଲାଙ୍ଗୀରରୁ ୫, କଟକରୁ ୨୯, ଢେଙ୍କାନାଳରୁ ୧, ଗଜପତିରୁ ୫୬, ଗଞ୍ଜାମରୁ ୨୭୩, ଜଗତସିଂହପୁରରୁ ୧୭, ଯାଜପୁରରୁ ୧୬, ଝାରସୁଗୁଡାରୁ ୧, କେନ୍ଦ୍ରାପଡାରୁ ୩, କେନ୍ଦୁଝର ରୁ ୭, ଖୋର୍ଦ୍ଧାରୁ ୩୭, ମୟୂରଭଞ୍ଜରୁ ୧୪, ନବରଙ୍ଗପୁରରୁ ୭, ନୟାଗଡରୁ ୧, ପୁରୀରୁ ୪, ରାୟଗଡାରୁ ୧୦, ସମ୍ବଲପୁରରୁ ୬, ସୁନ୍ଦରଗଡରୁ ୫୧ ଚିହ୍ନଟ ହୋଇଛନ୍ତି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe