କନକ ବ୍ୟୁରୋ : କରୋନା ଯୁଦ୍ଧର କୁନି ଯୋଦ୍ଧା । କୁମ୍ପିଭାଙ୍ଗି ୭ହଜାର ଟଙ୍କା ପ୍ରଦାନ କଲେ ଭଦ୍ରକ ଜିଲ୍ଲା ଧାମରା ଅଞ୍ଚଳର ୫ ବର୍ଷର ସାଇ ସ୍ପନ୍ଦନ । ମୁଖ୍ୟମନ୍ତ୍ରୀଙ୍କ ରିଲିଫ ଫଣ୍ଡକୁ ଦୁଇ ବର୍ଷ ସଞ୍ଚୟ କରିଥିବା ୭ହଜାର ଟଙ୍କା ଦାନ କରିଛନ୍ତି । ଦେଶର ସେନା ବିଭାଗର କାର୍ଯ୍ୟରତ ସୈନିକଙ୍କ ପୁଅ ସାଇ ସ୍ପନ୍ଦନ ।

Advertisment

କରୋନା ମୁକାବିଲା ପାଇଁ ସାଇ ସ୍ପନ୍ଦନଙ୍କ ଦାନକୁ ଅଂଚଳରେ ପ୍ରଶଂସା କରାଯାଉଛି । ଧାମରା ଅତିରିକ୍ତ ତହସିଲଦାରଙ୍କ ଜରିଆରେ ଏହି କୁନି ପୁଅ ନିଜ ସଂଚିତ ଅର୍ଥ ଦାନ କରିଛନ୍ତି । କୁନି ଶିଶୁର ବଦାନ୍ୟ ମନୋଭାବ ଅନ୍ୟମାନଙ୍କ ପାଇଁ ଉଦାହରଣ ପାଲଟିଛି ।