ଓଡ଼ିଶାରୁ ଥଣ୍ଡା ଉଭାନ : ସ୍ବାଭାବିକଠାରୁ ୫ ଡିଗ୍ରି ଉପରେ ରାତିର ତାପମାତ୍ରା

Advertisment
ଓଡ଼ିଶାରୁ ଥଣ୍ଡା ଉଭାନ : ସ୍ବାଭାବିକଠାରୁ ୫ ଡିଗ୍ରି ଉପରେ ରାତିର ତାପମାତ୍ରା

କନକ ବ୍ୟୁରୋ : ଓଡ଼ିଶାରୁ ପୁଣି ଉଭାନ ହୋଇଯାଇଛି ଥଣ୍ଡା । ତିନି ଦିନ ଧରି ହଠାତ୍‌ ତାପମାତ୍ରା କମିବା ଯୋଗୁଁ ଥଣ୍ଡା ଅନୁଭୂତ ହେଉଥିଲା । ଏବେ ପୁଣି ଥରେ ତାପମାତ୍ରା ବଢ଼ିଯାଇଛି । ରାତିରେ ସର୍ବନିମ୍ନ ତାପମାତ୍ରା ସ୍ବାଭାବିକଠାରୁ ୩ରୁ ୫ ଡିଗ୍ରି ଅଧିକ ରହୁଥିବାରୁ ଆଉ ଥଣ୍ଡା ଅନୁଭୂତ ହେଉନି । ଦିନରେ ବି ସର୍ବୋଚ୍ଚ ତାପମାତ୍ରା ୧ରୁ ୩ ଡିଗ୍ରି ପର୍ଯ୍ୟନ୍ତ ଅଧିକ ରହୁଛି । ଏଭଳି ସ୍ଥିତି ଆସନ୍ତା ୫ ଦିନ ଯାଏ ଲାଗିରହିବ । ବଡ଼ଧରଣର ପରିବର୍ତନ ହେବନି ।

ବରଂ ଉପକୂଳ ଓଡ଼ିଶା ସମେତ ଉତ୍ତର ଆଭ୍ୟନ୍ତରୀଣ ଓଡ଼ିଶା, କନ୍ଧମାଳ ଓ କୋରାପୁଟର ଗୋଟିଏ ଦୁଇଟି ସ୍ଥାନରେ ଘନ କୁହୁଡ଼ି ଲାଗିରହିବ। କେତେକ ସ୍ଥାନରେ ରାତିରେ ରାସ୍ତା ଦୃଶ୍ୟମାନ ହେବ ନାହିଁ। ଗାଡ଼ି ଚାଳକମାନେ ସତର୍କତା ଅବଲମ୍ବନ କରିବାକୁ ପରାମର୍ଶ ଦିଆଯାଇଛି ।

ଗତ ୨୪ ଘଣ୍ଟା ମଧ୍ୟରେ ଫୁଲବାଣୀକୁ ଛାଡ଼ି ଅନ୍ୟ ସମସ୍ତ ସହରରେ ସର୍ବନିମ୍ନ ତାପମାତ୍ରା ୧୦ ଡିଗ୍ରି ଉପରକୁ ଚାଲିଯାଇଛି । ଫୁଲବାଣୀରେ ୯.୩ ଡିଗ୍ରି ରେକର୍ଡ କରାଯାଇଥିବା ବେଳେ ଦାରିଙ୍ଗବାଡ଼ିରେ ୧୦, ସୋନପୁରରେ ୧୧, ଟିଟିଲାଗଡ଼ରେ ୧୧.୬, ସୁନ୍ଦରଗଡ଼ରେ ୧୩, କୋରାପୁଟରେ ୧୩.୬, ଅନୁଗୁଳରେ ୧୩.୬, ସମ୍ବଲପୁରରେ ୧୪.୨, ଝାରସୁଗୁଡ଼ାରେ ୧୪.୨, ଭବାନୀପାଟଣାରେ ୧୪.୫, କେନ୍ଦୁଝରରେ ୧୪.୮ ଡିଗ୍ରି ରେକର୍ଡ ହୋଇଛି। ଉପକୂଳ ଓଡ଼ିଶାର କେତେକ ସ୍ଥାନରେ ଆଜି ଦିନ ସାରା ମେଘୁଆ ପାଗ ଲାଗିରହିଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe