ଆଜି ଚିହ୍ନଟ ହୋଇଥିବା ସମସ୍ତ ୫ ଆକ୍ରାନ୍ତ ବାଲେଶ୍ୱରର : ବାଲେଶ୍ୱରରେ ଆକ୍ରାନ୍ତଙ୍କ ସଂଖ୍ୟାରେ ୮ରେ ପହଞ୍ଚିଲା,କାଲି ୨ ଜଣ ପଜିଟିଭ ଚିହ୍ନଟ ହୋଇଥିଲେ

2,409

କନକ ବ୍ୟୁରୋ : ରାଜ୍ୟରେ ଆଉ ୫ କରୋନା ପଜିଟିଭ ଚିହ୍ନଟ । ଆଜି ଚିହ୍ନଟ ହୋଇଥିବା ୫ ଜଣ କରୋନା ସଂକ୍ରମିତ ବାଲେଶ୍ୱରର ବୋଲି ଜଣାପଡ଼ିଛି । ନୂଆ ଆକ୍ରାନ୍ତଙ୍କୁ ମିଶାଇ ବାଲେଶ୍ୱରରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୮କୁ ବୃଦ୍ଧି ପାଇଛି । କିଛି ଦିନ ପୂର୍ବରୁ ବାଲେଶ୍ୱରରୁ ପ୍ରଥର ଥର ପାଇଁ ଜଣେ ୫୮ ବର୍ଷୀୟ ବୃଦ୍ଧଙ୍କ ଠାରେ ଭୂତାଣୁ ଚିହ୍ନଟ ହୋଇଥିଲା । ସେପଟେ ଗତକାଲି ବାଲେଶ୍ୱରରୁ ଦୁଇ ଜଣ କରୋନା ଆକ୍ରାନ୍ତ ଠାବ ହୋଇଥିଲେ । ତେବେ ଆଜି ଚିହ୍ନଟ ହୋଇଥିବା ନୂଆ ଆକ୍ରାନ୍ତଙ୍କ କେଉଁଠିକୁ ଯାଇଥିଲେ, କାହା ସହିତ ମିଶିଥିଲେ ଓ ତାଙ୍କର ସଂସ୍ପର୍ଶରେ କେଉଁମାନେ ଆସିଥିଲେ ତାହାର ଟ୍ରେସିଂ କରାଯାଉଛି ।

ଏବେ ସୁଦ୍ଧା ରାଜ୍ୟରେ ମୋଟ ୭୯ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଗତକାଲି ୧୩ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିଲେ । ସେମାନଙ୍କ ମଧ୍ୟରେ ୨ ଜଣ ବାଲେଶ୍ୱରର ଥିଲେ । ଆକ୍ରାନ୍ତଙ୍କ ମଧ୍ୟରେ ଜଣେ ୨ ବର୍ଷର ଝିଅ ରହିଥିଲେ । ଗତ ୪୮ ଘଂଟାରେ ୧୮ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏବେ ସୁଦ୍ଧା ୫୩ଟି ସକ୍ରିୟ ମାମଲା ରହିଛି । ବିଭିନ୍ନ ଡାକ୍ତରଖାନାରେ ୨୫ ଜଣ ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେରିଛନ୍ତି । ଆକ୍ରାନ୍ତ ବିଭିନ୍ନ ଡାକ୍ତରଖାନାରେ ଚିକିତ୍ସିତ କରାଯାଉଛି ।

୨୦ ଏପ୍ରିଲ ଅର୍ଥାତ୍ ଗତକାଲି ସୁଦ୍ଧା ରାଜ୍ୟରେ ୧୧ ହଜାର ୭ଶହ ୪୮ଟି ନମୁନା ପରୀକ୍ଷା କରାଯାଇଛି । ୪ ହଜାର ୮୬୧ଟି ରାପିଡ୍ ଆଂଟିବଡି ଟେଷ୍ଟ କରାଯାଇଛି । ଏହାରି ଭିତରେ ରାଜ୍ୟରେ ଧିରେ ଧିରେ ଆକ୍ରାନ୍ତଙ୍କ ସଂଖ୍ୟା ବଢୁଛି । ବିଭିନ୍ନ ଜିଲ୍ଲା ଓ ଭୁବନେଶ୍ୱରକୁ ମିଶାଇ ୭୯ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।