ଭୁବନେଶ୍ବରର ତିନି ଆସନ ପାଇଁ ୪୫ ପ୍ରାର୍ଥୀ ! ଶେଷ ଦିନରେ ନାମାଙ୍କନ ଦାଖଲ କଲେ ୩୬ଜଣ

ଭୁବନେଶ୍ବରର ତିନି ଆସନ ପାଇଁ ୪୫ ପ୍ରାର୍ଥୀ ! ଶେଷ ଦିନରେ ନାମାଙ୍କନ ଦାଖଲ କଲେ ୩୬ଜଣ

କନକ ବ୍ୟୁରୋ : ତୃତୀୟ ପର୍ଯ୍ୟାୟରେ ମତଦାନ ହେବାକୁ ଥିବା ଭୁବନେଶ୍ବର ଲୋକସଭା ନିର୍ବାଚନ ମଣ୍ଡଳୀ ପାଇଁ ପ୍ରାର୍ଥିପତ୍ର ଦାଖଲ ଶେଷ ହୋଇଛି ।  ଭୁବନେଶ୍ବରର ତିନିଟି ଆସନରୁ ୪୫ଜଣ ପ୍ରାର୍ଥୀ ନିର୍ବାଚନ ଲଢ଼ିବାକୁ ନାମାଙ୍କନ ପତ୍ର ଦାଖଲ କରିଥିବା ବେଳେ ଜଟଣୀରେ ୭ଜଣ ଏବଂ ଜୟଦେବ ପାଇଁ ୧୩ଜଣ ନାମାଙ୍କନପତ୍ର ଦାଖଲ କରିଥିବା ଜଣାପଡ଼ିଛି । ଏହି ପ୍ରାର୍ଥୀଙ୍କ ମଧ୍ୟରୁ କେତେ ଜଣ ନିର୍ବାଚନ ମଇଦାନକୁ ଓହ୍ଲାଉଛନ୍ତି ତାହା ଏପ୍ରିଲ ୮ତାରିଖରେ ଜଣାପଡ଼ିବ ।

ଭୁବନେଶ୍ବର‌ର ତିନିଟି ଆସନରେ ତିନି ପ୍ରମୁଖ ଦଳ ସମେତ ବିଭିନ୍ନ ରାଜନୈତିକ ଦଳ ପ୍ରାର୍ଥୀ ଦେଇଛନ୍ତି । ଏଥର ବି ବହୁ ପ୍ରାର୍ଥୀ ସ୍ବାଧୀନ ଭାବେ ଲଢ଼ିବାକୁ ପ୍ରାର୍ଥିପତ୍ର ଦାଖଲ କରିଛନ୍ତି । ନାମାଙ୍କନପତ୍ର ଦାଖଲର ଶେଷ ଦିନରେ ଗତକାଲି ଭୁବନେଶ୍ବର ଉପଜିଲ୍ଲାପାଳ ଏବଂ ଅତିରିକ୍ତ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ମୋଟ୍‌ ୩୬ଜଣ ନାମାଙ୍କନ ଦାଖଲ କରିଛନ୍ତି । ଏଥିରେ ଭୁବନେଶ୍ବର ଏକାମ୍ର ପାଇଁ ୫ଜଣ, ଭୁବନେଶ୍ବର ମଧ୍ୟ ପାଇଁ ୯ଜଣ, ଭୁବନେଶ୍ବର ଉତ୍ତର ପାଇଁ ୧୧ଜଣ, ଜଟଣୀ ପାଇଁ ୨ଜଣ ଏବଂ ଜୟଦେବ ପାଇଁ ୯ଜଣ ନାମାଙ୍କନପତ୍ର ଦାଖଲ କରିଛନ୍ତି ।

ଭୁବନେଶ୍ବର ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ଭୁବନେଶ୍ବର ଏକାମ୍ର ପାଇଁ ମୋଟ୍‌ ୧୪ଜଣ, ଜଟଣୀ ପାଇଁ ୭ଜଣ ଏବଂ ଜୟଦେବ ପାଇଁ ୧୩ଜଣ ନାମାଙ୍କନପତ୍ର ଦାଖଲ କରିଛନ୍ତି । ସେହିପରି ଅତିରିକ୍ତ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ଭୁବନେଶ୍ବର ଉତ୍ତର ପାଇଁ ୧୭ଜଣ ଏବଂ ଭୁବନେଶ୍ବର ମଧ୍ୟ ପାଇଁ ୧୪ଜଣ ନାମାଙ୍କନ ଦାଖଲ କରିଛନ୍ତି । ଗତକାଲି ୩୬ଜଣ ପ୍ରାର୍ଥିପତ୍ର ଦାଖଲ କରିଥିବାବେଳେ ଭୁବନେଶ୍ବର ମଧ୍ୟର ବିଜେଡି ପ୍ରାର୍ଥୀ ଅନନ୍ତ ନାରାୟଣ ଜେନା ବିରାଟ ଶୋଭାଯାତ୍ରାରେ ବାହାରି ନାମାଙ୍କନ ପତ୍ର ଦାଖଲ କରିଥିଲେ ।

ସେ ଗୋପବନ୍ଧୁ ଛକରୁ ଶୋଭାଯାତ୍ରାରେ ବାହାରି ଅତିରିକ୍ତ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପର୍ଯ୍ୟନ୍ତ ଯାଇଥିଲେ । ତାଙ୍କ ସହ ଭୁବନେଶ୍ବର ସାଂସଦ ପ୍ରାର୍ଥୀ ଅରୂପ କୁମାର ପଟ୍ଟନାୟକ, ଭୁବନେଶ୍ବର ଏକାମ୍ର ବିଧାୟକ ପ୍ରାର୍ଥୀ ଅଶୋକ ଚନ୍ଦ୍ର ପଣ୍ଡା ଶୋଭାଯାତ୍ରାରେ ସାମିଲ୍‌ ହୋଇଥି‌େଲ । ଆଜି ଭୁବନେଶ୍ବର ମଧ୍ୟ ପାଇଁ ୧୪ଜଣ ପ୍ରାର୍ଥିପତ୍ର ଦାଖଲ କରିଥିବା‌ବେଳେ କଂଗ୍ରେସ ପ୍ରାର୍ଥୀ ଭାବେ ରାଜୀବ କୁମାର ପଟ୍ଟନାୟକ, ବହୁଜନ ସମାଜ ପାର୍ଟିରୁ ବୀରେନ୍ଦ୍ର ନାଏକ, ଫ୍ରି ଥଟ୍ ପାର୍ଟି ଅଫ୍‌ ଇଣ୍ଡିଆରୁ ନୀଳମାଧବ ବେହେରା, ଅଲ୍‌ ଇଣ୍ଡିଆ ଫରୱାର୍ଡ ବ୍ଲକରୁ ପ୍ରଦୀପ କୁମାର ଦାସ, ତୃଣମୂଳ କଂଗ୍ରେସରୁ ପ୍ରଦୀପ କୁମାର ଭୂୟାଁ, ସ୍ବାଧୀନ ପ୍ରାର୍ଥୀ ଭାବେ ସଂଯୁକ୍ତା ମହାନ୍ତି, ମହେଶ ଚନ୍ଦ୍ର ସେଠୀ, ସୁନିଲ କୁମାର ଅଗ୍ରୱାଲ ପ୍ରମୁଖ ଶୋଭାଯାତ୍ରାରେ ଆସି ନାମାଙ୍କନ ପତ୍ର ଦାଖଲ କରିଥିଲେ ।

ସେହିପରି ଭୁବନେଶ୍ବର ଉତ୍ତର ପାଇଁ ଅତିରିକ୍ତ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ଆଜି ୧୧ଜଣ ପ୍ରାର୍ଥୀ ନାମାଙ୍କନ ଦାଖଲ କରିଥିବାବେଳେ ବିଜେଡି ପ୍ରାର୍ଥୀ ଭାବେ ସୁଶାନ୍ତ କୁମାର ରାଉତ, ବହୁଜନ ସମାଜ ପାର୍ଟିରୁ ଅଭିମନ୍ୟୁ ନାଏକ, ସ୍ବାଧୀନ ପ୍ରାର୍ଥୀ ଭାବେ ଯୁଗାଂଶୁ ଶେଖର ପଣ୍ଡା, ରାଜ କୁମାର ରାଉତ, ଆଶୁତୋଷ ସାମନ୍ତରାୟ, ଉମେଶ ଚନ୍ଦ୍ର ଦାସ, ପ୍ରୀତିନନ୍ଦା ରାଉତରାୟ‌, ସୁଧାଂଶୁବାଳା ଦାଶ, କଳିଙ୍ଗ ସେନାରୁ ପ୍ରଦୀପ କୁମାର ସାହୁ, କଂଗ୍ରେସରୁ ଇତିସ କୁମାର ପ୍ରଧାନ, ତୃଣମୂଳ କଂଗ୍ରେସରୁ ପ୍ରଭାତ କୁମାର ଶ୍ରୀଚନ୍ଦନ ପ୍ରମୁଖ ଶୋଭାଯାତ୍ରାରେ ଆସି ନାମାଙ୍କନ ପତ୍ର ଦାଖଲ କରିଛନ୍ତି ।

ଭୁବନେଶ୍ବର ଏକାମ୍ର ପାଇଁ ସ୍ବାଧୀନ ପ୍ରାର୍ଥୀ ଭାବେ ଜ୍ଞାନେନ୍ଦ୍ର ମହାନ୍ତି, କଳିଙ୍ଗ ସେନାରୁ ଦୀପ୍ତିମୟୀ ମହାପାତ୍ର, ବହୁଜନ ସମାଜ ପାର୍ଟିରୁ ବୀଣାପାଣି ଭୋଇ, ଅଣରକ୍ଷିତ ସମାଜ ପାର୍ଟିରୁ ସୁମିତ କୁମାର ମିଶ୍ର, ଅଲ୍‌ ଇଣ୍ଡିଆ ଫରୱାର୍ଡ ବ୍ଲକରୁ ନାରାୟଣ ଡାଳୁଆ ‌ପ୍ରାର୍ଥିପତ୍ର ଦାଖଲ କରିଛନ୍ତି । ଜୟଦେବ ସିଟ୍‌ ପାଇଁ ସ୍ବାଧୀନ ପ୍ରାର୍ଥୀ ଭାବେ ନିର୍ମାଲ୍ୟ ପ୍ରସାଦ ବେହେରା, ରାଘବ ଚନ୍ଦ୍ର ସେଠୀ, ସୁରେନ୍ଦ୍ର ଭଞ୍ଜ, ଜୟନ୍ତ କୁମାର ଭୋଇ, ମହେନ୍ଦ୍ର କୁମାର ବେହେରା, ବାହନ ଭୋଇ ପ୍ରମୁଖ ନାମାଙ୍କନ ଦାଖଲ କରିଛନ୍ତି । ଏଠାରେ ଜୟପ୍ରକାଶ ଜନତା ଦଳରୁ ବନ୍ଧୁ ସେଠୀ, ବହୁଜନ ସମାଜ ପାର୍ଟିରୁ ପବିତ୍ର ମୋହନ ଭୋଇ, କଂଗ୍ରେସରୁ ସୁକାନ୍ତ ତିଆଡି ନାମାଙ୍କନ ଦାଖଲ କରିଛନ୍ତି। ଜଟଣୀ ଆସନ ପାଇଁ ଆଜି ବହୁଜନ ସମାଜ ପାର୍ଟିର ବସନ୍ତ କୁମାର ନାଏକ ଓ ସ୍ବାଧୀନ ପ୍ରାର୍ଥୀ ଭାବେ ନବକିଶୋର ପାଇକରାୟ ପ୍ରାର୍ଥିପତ୍ର ଦାଖଲ କରିଛନ୍ତି ।

ବିଜେପି ନେତା ଦାମୋଦର ରାଉତଙ୍କ ଝିଅ ତଥା ବିଏମ୍‌ସି ୬ ନମ୍ବର ୱାର୍ଡର ପୂର୍ବତନ କର୍ପୋରେଟର ପ୍ରୀତିନନ୍ଦା ରାଉତରାୟଙ୍କୁ ନେଇ ଉତ୍ତର ଭୁବନେଶ୍ବର ନିର୍ବାଚନ ମଣ୍ଡଳୀରେ ଜୋରଦାର ଚର୍ଚ୍ଚା ଆରମ୍ଭ ହୋଇଛି । ବିଜେଡି ଟିକେଟ୍‌ରେ ନିର୍ବାଚନ ଲଢ଼ି କର୍ପୋରେଟର ହୋଇଥିଲେ । ସାଧାରଣ ନିର୍ବାଚନର ଠିକ୍‌ ପୂର୍ବରୁ ବିଜେଡିରୁ ଇସ୍ତଫା ଦେଇଥିଲେ। ଚର୍ଚ୍ଚା ହେଉଥିଲା ପିତା ଦାମୋଦର ରାଉତଙ୍କ ପଦାଙ୍କ ଅନୁସରଣ କରି ସେ ବିଜେପିରେ ସାମିଲ ହେବେ ।

ତେବେ ସେଭଳି କିଛି ହେଲା ନାହିଁ। କୌଣସି ଦଳରେ ମିଶିଲେ ନାହିଁ । ବରଂ ଆଜି ଉତ୍ତର ଭୁବନେଶ୍ବର ନିର୍ବାଚନ ମଣ୍ଡଳୀରେ ସ୍ବାଧୀନ ଭାବେ ଲଢ଼ିବା ପାଇଁ ନାମାଙ୍କନପତ୍ର ଦାଖଲ କରିଛନ୍ତି । କୌଣସି ପ୍ରାର୍ଥୀଙ୍କ ଭୋଟ କାଟିବା ଲାଗି ନିର୍ବାଚନୀ ମଇଦାନକୁ ଓହ୍ଲାଇଛନ୍ତି ନା ଆଉ କୌଣସି ଲକ୍ଷ୍ୟ ରହିଛି ତାହାକୁ ନେଇ ଦିନତମାମ ଚର୍ଚ୍ଚା ଚାଲିଥିଲା ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe