ସତ ହେଲା କଏଦୀଙ୍କ କଥା । ବ୍ରହ୍ମପୁର ମଣ୍ଡଳ କାରାଗାରରେ ୪୨ କରୋନା ଆକ୍ରାନ୍ତ ଚିହ୍ନଟ । ୩୩ ଜଣ ବିଚାରଧିନ କଏଦୀଙ୍କ ସମେତ ୯ ଜଣ ଜେଲ କର୍ମଚାରୀ କରୋନା ପଜିଟିଭ ।  ଗତକାଲି କନକ ନ୍ୟୁଜକୁ ଫୋନ ଯୋଗେ ସୂଚନା ଦେଇଥିଲେ କଏଦୀ

546

କନକ ବ୍ୟୁରୋ : ବ୍ରହ୍ମପୁର ମଣ୍ଡଳ କାରାଗାରରେ ୪୨ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏମାନଙ୍କ ମଧ୍ୟରେ ୩୩ ଜଣ ବିଚାରଧିନ କଏଦୀ ଥିବାବେଳେ ୯ ଜଣ ଜେଲ କର୍ମଚାରୀ ଅଛନ୍ତି ବୋଲି ସୂଚନା ଦେଇଛନ୍ତି ବ୍ରହ୍ମପୁର ଜେଲ ଅଧିକ୍ଷକ । ବ୍ରହ୍ମପୁର ମଣ୍ଡଳ କାରାଗାରର ଜଣେ ଏକଦୀଙ୍କ ସୂଚନା ଆଧାରରେ କନକ ନ୍ୟୁଜ୍ ଯେଉଁ ଖବର ପ୍ରସାରଣ କରିଥିବା ତାହା ସତ ପ୍ରମାଣିତ ହୋଇଛି । ଗତକାଲି ଏନେଇ ଖବର ପ୍ରସାରଣ କରିଥିଲା କନକ ନ୍ୟୁଜ୍ ।

ଜେଲ୍ ଭିତରୁ ଜଣେ କଏଦୀ ଆମ ପ୍ରତିନିଧିଙ୍କୁ ଫୋନ କରି ଜେଲ୍ ଭିତରର ଅବ୍ୟବସ୍ଥା ବିଷୟରେ ଟିକନିଖ ସୂଚନା ଦେଇଥିଲେ । ଏହି କଏଦୀ ଜଣକ କହିଥିଲେ, ଜେଲ୍ ଭିତରେ ଗୋଟିଏ ହଲରେ ୮୦ରୁ ୧୦୦ ଜଣ ରହୁଛନ୍ତି । ଏବଂ ଦେଢଶହରୁ ଅଧିକ ଅନ୍ତେବାସୀଙ୍କ ପାଖରେ ଥଣ୍ଡା, କାଶ, ଜର ଭଳି କରୋନା ଲକ୍ଷଣ ଦେଖାଦେଇଛି । ହେଲେ କାହାରି କରୋନା ପରୀକ୍ଷା ହେଉନଥିବା ସେ ଅଭିଯୋଗ କରିଥିଲେ । ଆଉ ଏହାରି ଭିତରେ ଜେଲ ୱାର୍ଡର ଓ କିଛି କର୍ମଚାରୀଙ୍କୁ କରୋନା ହେବା ନେଇ ଚର୍ଚ୍ଚା ହେଉଛି ବୋଲି କନକ ନ୍ୟୁଜ୍କୁ ଫୋନ୍ ଯୋଗେ ସୂଚନା ଦେଇଛନ୍ତି ।