ରାଜ୍ୟରେ ଏବେ ସୁଦ୍ଧା ପରୀକ୍ଷା ହେଲାଣି ମୋଟ ୪୧୭୦ଟି ସାମ୍ପଲ : ଗତକାଲି ଟେଷ୍ଟ ହୋଇଥିବା ୩୦୮ଟି ନମୁନା ନେଗେଟିଭ୍ ଥିବା ସ୍ୱାସ୍ଥ୍ୟ ବିଭାଗର ସୂଚନା,ଆକ୍ରାନ୍ତଙ୍କ ସଂଖ୍ୟା ୫୪ରେ ସ୍ଥିର

1,571

କନକ ବ୍ୟୁରୋ : ଏବେ ସୁଦ୍ଧା ସୁଦ୍ଧା ରାଜ୍ୟରେ ୪ ହଜାର ୧୭୦ ଟି କରୋନା ସାମ୍ପଲ ଟେଷ୍ଟ କରାଯାଇଛି । ଗତକାଲି ୩୦୮ଟି ନମୁନା ପରୀକ୍ଷା କରାଯାଇଥିଲା । ହେଲେ ସମସ୍ତ ସାମ୍ପଲ ନେଗେଟିଭ୍ ଆସିଛି । ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରାଳୟ ପକ୍ଷରୁ ସୂଚନା ଦିଆଯାଇଛି । ଏବେ ରାଜ୍ୟର ମୋଟ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୫୪ରେ ସ୍ଥିର ରହିଛି ।

ସେମାନଙ୍କ ମଧ୍ୟରୁ ୧୩ ଜଣ ସୁସ୍ଥ ହୋଇଥିବାବେଳେ ଜଣଙ୍କର ମୃତ୍ୟୁ ହୋଇଛି । ଏବଂ ଏବେ ୪୦ ଜଣ ବିଭିନ୍ନ କୋଭିଡ୍ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି । ଅନ୍ୟପଟେ ବ୍ରହ୍ମପୁର ମେଡିକାଲ କଲେଜ ଓ ହସ୍ପିଟାଲରେ କରୋନା ସାମ୍ପୁଲ ପରୀକ୍ଷା ଆରମ୍ଭ ହୋଇଛି । ଏହା ସହିତ ଭିମସାରରେ ମଧ୍ୟ ଖୁବ୍ ଶୀଘ୍ର ସାମ୍ପଲ କରିବା ପାଇଁ କାର୍ଯ୍ୟ ଚାଲିଥିବା ନେଇ ସୂଚନା ଦେଇଛି ରାଜ୍ୟ ସ୍ୱାସ୍ଥ୍ୟ ବିଭାଗ ।