କନକ ବ୍ୟୁରୋ : ବିଭିନ୍ନ ଦାବି ପାଇଁ ଆନ୍ଦୋଳନକୁ ଓହ୍ଳାଇଥିବା ଆମ୍ବୁଲାନ୍ସ ଚାଳକଙ୍କ ବିରୋଧରେ ଏସମା ଲାଗୁ କରିଛନ୍ତି ସରକାର । ଏସମା ବଳରେ ୪୦୦ ଜଣ ଆମ୍ବୁଲାନ୍ସ ଡ୍ରାଇଭରଙ୍କୁ କୋର୍ଟ ଚାଲାଣ କରାଯାଇଛି । ରାଜ୍ୟ ସରକାରଙ୍କ ପକ୍ଷରୁ ଏସମା ଲାଗୁକରାଯାଇଥିବା ବେଳେ ସମ୍ବଲପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ଟାଉନଥାନାରେ ଆମ୍ବୁଲାନ୍ସ ଡ୍ରାଇଭରଙ୍କ ବିରୋଧରେ ଏତଲା ଦେଇଥିଲେ । ଏହା ପରେ ସେମାନଙ୍କୁ ରାତି ଅଧିଆ ଉଠାଇ ଆଣିଛି ପୁଲିସ ।