ସୀମାରେ ମୁତୟନ ଯବାନ ପିନ୍ଧିବେ ସ୍ୱଦେଶୀ ବୁଲେଟଫ୍ରୁଫ୍ ଜ୍ୟାକେଟ୍ : ଭେଦ କରିପାରିବ ନାହିଁ ଏକେ-୪୭ର ଗୁଳି

441

କନକ ବ୍ୟୁରୋ : ଯବାନ ପିନ୍ଧିବେ ବୁଲଟ୍ପ୍ରେୁଫ୍ ଜ୍ୟାକେଟ୍ । ଏକେ-୪୭ର ଗୁଳି ଆଉ ଭେଦ କରିପାରିବ ନାହିଁ । ଜମ୍ମୁ-କାଶ୍ମୀରର ସୀମାରେ ମୁତୟନ ତଥା ଆତଙ୍କବାଦୀଙ୍କ ସହ ଲଢ଼ୁଥିବା ଯବାନ ମାନଙ୍କୁ ଏହି ବୁଲେଟଫ୍ରୁଫ୍  ଜ୍ୟାକେଟ୍ ପ୍ରଦାନ କରାଯିବ । ଯବାନଙ୍କ ସୁରକ୍ଷା ପାଇଁ ବଡ଼ ପଦକ୍ଷେପ ନେଇଛନ୍ତି ସରକାର ।

ଆତଙ୍କବାଦୀଙ୍କ ସହିତ ମୁକାବିଲା କରିବାକୁ ଭାରତୀୟ ଯବାନମାନେ ବୁଲେଟଫ୍ରୁଫ୍ ଜ୍ୟାକେଟ୍ ପିନ୍ଧିବେ ବୋଲି ଜଣାଯାଇଛି । ଏଥିପାଇଁ କେନ୍ଦ୍ର ସରକାର ଯବାନମାନଙ୍କ ପାଇଁ ୪୦ ହଜାର ବୁଲେଟଫ୍ରୁଫ୍ ଜ୍ୟାକେଟ୍ ପ୍ରସ୍ତୁତ କରିଛନ୍ତି । ଏସଏମପିପି ପ୍ରାଇଭେଟ୍ ଲିମିଟେଡ୍ କମ୍ପାନିକୁ ଏହି ଜ୍ୟାକେଟ୍ ତିଆରି କରିବାକୁ କୁହାଯାଇଛି । ସରକାର ୨୦୨୧ ସୁଦ୍ଧା ଜ୍ୟାକେଟ୍ ପ୍ରସ୍ତୁତ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ତେବେ ୨୦୨୦ ଶେଷ ସୁଦ୍ଧା ସବୁ ଜ୍ୟାକେଟ୍ ପ୍ରସ୍ତୁତ ହୋଇଯିବ  ବୋଲି କମ୍ପାନୀ କହିଛି । ଗତବର୍ଷ ଏଭଳି ୧.୮୬ ଲକ୍ଷ ଜ୍ୟାକେଟ୍ ପ୍ରସ୍ତୁତ କରିବା ନେଇ ପ୍ରତିରକ୍ଷା ମନ୍ତ୍ରାଳୟ ଏସ ଏମ୍ପିପି ସହିତ ଚୁକ୍ତି କରିଥିଲା ।

ବୋରାନ୍ କାର୍ବାଇଡ଼୍ ସେରେମିକରେ ପ୍ରସ୍ତୁତ ହୋଇଛି ଏହି ଜ୍ୟାକେଟ୍ । ସୁରକ୍ଷା ପାଇଁ ସବୁଠାରୁ ହାଲୁକା ଓ ଉତ୍ତମ ମ୍ୟାଟେରିଆଲରେ ଏହାକୁ ପ୍ରସ୍ତୁତ କରାଯାଇଛି । ଯବାନଙ୍କୁ ୩୬୦ ଡିଗ୍ରିରେ ସୁରକ୍ଷା ଦେବେ । ଏହି ଜ୍ୟାକେଟକୁ ଆଣ୍ଟି ଟେରର୍ ଅପରେସନରେ ବ୍ୟବାହର କରାଯିବ । ତେବେ ଏହି ଜ୍ୟାକେଟ୍ ପିନ୍ଧିବା ପାଇଁ ମଧ୍ୟ ବେଶ୍ ଆରାମ ଦାୟକ । ଜ୍ୟାକେଟ୍ ପିନ୍ଧି କିଛି ଅସୁବିଧା ଅନୁଭବ କରିବେ ନାହିଁ । ।