ଆଉ ୪ ମୁଣ୍ଡ ନେଲା କରୋନା । ରାଜ୍ୟରେ ମୋଟ କରୋନା ମୃତ୍ୟୁସଂଖ୍ୟା ୪୨ରେ ପହଞ୍ଚିଲା । ସେପଟେ ଗୋଟିଏ ଦିନରେ ରେକର୍ଡ଼ ସଂଖ୍ୟକ ୫୭୧ ଜଣ ପଜିଟିଭ୍ ଚିହ୍ନଟ 

2,090

କନକ ବ୍ୟୁରୋ : ରାଜ୍ୟରେ ବଢ଼ୁଛି କରୋନା ମୃତକଙ୍କ ସଂଖ୍ୟା । ନିତି ପ୍ରତିଦିନ ମୁଣ୍ଡ ନେଉଛି କରୋନା । କରୋନାରେ ସଂକ୍ରମିତ ହୋଇ ଆଜି ପୁଣି ୪ ଜଣ କରୋନା ରୋଗୀ ପ୍ରାଣ ହରାଇଛନ୍ତି ।  ଫଳରେ ରାଜ୍ୟରେ ମୃତକଙ୍କ ସଂଖ୍ୟା ୪୨ରେ ପହଞ୍ଚିଛି । ରାଜ୍ୟ ଓ ସ୍ୱାସ୍ଥ୍ୟ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଏହି ସୂଚନା ଦିଆଯାଇଛି ।

ରାଜ୍ୟରେ ଜୁଲାଇ ମାସ ଆରମ୍ଭରୁ କରୋନା କଲବଲ କରୁଛି । ପରିସ୍ଥିତି ଏପରି ହେଲାଣି ଯେ ମାତ୍ର ୬ ଦିନରେ ୨୬୯୮ ପଜିଟିଭ୍ ଚିହ୍ନଟ ହୋଇସାରଲେଣି । ପ୍ରତ୍ୟେକ ଦିନ ଡରାଇା ଭଳି ରୋଗୀ ସଂଖ୍ୟା ବଢ଼ୁଥିବା ବେଳେ ମୃତକଙ୍କ ସଂଖ୍ୟା ମଧ୍ୟ ବଢ଼ୁଛି । ଆଉ ଜୁଲାଇ ମାସରେ ମୃତ ଘୋଷଣା ହେଉଛି । କରୋନାରେ ଏବେ କମ ବୟସର ରୋଗୀ ମଧ୍ୟ ମରିବା ଆରମ୍ଭ କରିଛିନ୍ତ, ଯାହା ମୁଣ୍ଡବିନ୍ଧାର କାରଣ ପାଲଟିଛି ।

ସେପଟେ ରାଜ୍ୟରେ ଆଜି ରାଜ୍ୟରେ ଆଜି ରେକର୍ଡ ସଂଖ୍ୟକ ୫୭୧ ପଜିଟିଭ ଚିହ୍ନଟ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ ସଂଗରୋଧ କେନ୍ଦ୍ରରୁ ୪୦୩ ଆକ୍ରାନ୍ତ ଥିବା ବେଳେ  ସ୍ଥାନୀୟ ଅଂଚଳର ୧୬୮ ଜଣ ଅଛନ୍ତି । ଗଂଜାମରୁ ସର୍ବାଧିକ ଆକ୍ରାନ୍ତ ୨୭୩ ଚିହ୍ନଟ ହୋଇଛି । ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ଏବେ ୧୦ ହଜାର ୯୭ରେ ପହଞ୍ଚଛି ।