କରୋନା ନେଲା ଆଉ ୪ ଜୀବନ । ରାଜ୍ୟରେ ମୋଟ କରୋନା ମୃତ୍ୟୁସଂଖ୍ୟା ୮୩ରେ ପହଞ୍ଚିଲା । ଗଞ୍ଜାମରୁ ୨ ଜଣ, ଅନୁଗୁଳ ଓ ଗଜପତିରୁ ଜଣେ ଲେଖାଏଁ ଆକ୍ରାନ୍ତଙ୍କ ମୃତ୍ୟୁ

288

କନକ ବ୍ୟୁରୋ : ରାଜ୍ୟରେ କରୋନା ସଂକ୍ରମଣରେ ଆଉ ୪ ଜଣଙ୍କ ମୃତ୍ୟୁ ହୋଇଛି । ଗଂଜାମ ଜିଲ୍ଲାୁରୁ ୨, ଅନୁଗୁଳରୁ ଜଣେ ଏବଂ ଗଜପତି ଜିଲ୍ଲାରୁ ଜଣେ ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଛି । ଏହାକୁ ମିଶାଇ ରାଜ୍ୟରେ ମୋଟ୍ କରୋନା ମୃତ୍ୟୁ ସଂଖ୍ୟା ୮୩କୁ ବୃଦ୍ଧି ହୋଇଛି ।

ସେହିପରି ଆଜି ୭୧୮ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ ୪୭୯ ସଂଗରୋଧ କେନ୍ଦ୍ରରୁ , ସ୍ଥାନୀୟ ଅଂଚଳରୁ ହେଉଛନ୍ତି ୨୩୯ ଜଣ । ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ରାଜ୍ୟରେ ୧୬ ହଜାର ୧୧୦ରେ ପହଚିଂଛି । ଆଜି ଚିହ୍ନଟ ୭୧୮ କରୋନା ଆକ୍ରାନ୍ତଙ୍କ ମଧ୍ୟରୁ ଗଂଜାମରେ ସର୍ବାଧିକ ୨୩୧ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ଖୋର୍ଦ୍ଧାରୁ ୧୫୦ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସେହିପରି ସୁନ୍ଦରଗଡରୁ ୧୦ ଜଣ, ରାୟଗଡାରୁ ୧୯ ଜଣ, ନୟାଗଡ଼ରୁ ୧୩ ଜଣ, ଝାରସୁଗୁଡାରୁ ୨୪ ଜଣ, ଜଗତସିଂହପୁରରୁ ୧୬ ଜଣ, ଗଜପତିରୁ ୨୧ ଜଣ, ମାଲାକାନଗିରିରୁ ୫୪ ଜଣ, କଟକରୁ ୩୨ ଜଣ, ଭଦ୍ରକରୁ ୧୦ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଅନୁଗୁଳ ଓ ବାଲେଶ୍ୱରରୁ ୯ ଜଣ ଲେଖାଁଏ.କନ୍ଧମାଳ ଓ ସମ୍ବଲପୁରରୁ ୭ ଜଣ ଲେଖାଁଏ ପଜିଟିଭି ଚିହ୍ନଟ ହୋଇଛନ୍ତି ।