ମହଙ୍ଗା ହେବାକୁ ଯାଉଛି ଟ୍ରେନର ଚା’-ନାସ୍ତା : ଖୁବ ଶୀଘ୍ର ଲାଗୁ ହେବ ନୂଆ ଦର 

594

କନକ ବ୍ୟୁରୋ : ଟ୍ରେନରେ ଯାତ୍ରା କରିବା ସମୟରେ ଏବେ ଚା’ ଜଳଖିଆ ଓ ଭୋଜନ ପାଇଁ ଅଧିକ ଖର୍ଚ୍ଚାନ୍ତ ହେବାକୁ ପଡ଼ିବ । ଏଣିକି ଟ୍ରେନରେ ଯାତ୍ରା କରିବା ସମୟରେ ଚା’,ଜଳଖିଆ ବାବଦରେ ଅଧିକ ଟଙ୍କା ଦେବାକୁ ପଡ଼ିବ । ଖାଲି ସେତିକି ନୁହେଁ ଟ୍ରେନ୍ ଟିକେଟ ବୁକିଂ ସମୟରେ ଏବାଦରେ ଅର୍ଥ ଦେବାକୁ ପଡ଼ିବ । ରାଜଧାନୀ, ଶତାବ୍ଦୀ ଏବଂ ଦୂରାନ୍ତ ଟ୍ରେନରେ ଏହି ବ୍ୟବସ୍ଥା ଲାଗୁ କରାଯିବ ବୋଲି ଜଣାଯାଇଛି। ରେଲୱେ ବୋର୍ଡର ପର୍ୟ୍ୟଟନ ଓ ଖାଦ୍ୟପେୟ ବିଭାଗର ନିର୍ଦ୍ଦେଶକଙ୍କ ପକ୍ଷରୁ ଏନେଇ ଏକ ସର୍କୁଲାର ଜାରି କରାଯାଇଛି।

ରାଜଧାନୀ, ଶତାବ୍ଦୀ ଏବଂ ଦୂରାନ୍ତ ଟ୍ରେନରେ ଚା ଜଳଖିଆ, ଖାଦ୍ୟପେୟ ମହଙ୍ଗା ହେବାକୁ ଯାଉଛି ବୋଲି ସର୍କୁଲାରରେ ଜଣା ପଡିଛି । ଏହି ଟ୍ରେନରେ ଟିକେଟ୍ କରିବା ସମୟରେ ଚା’ ଜଳଖିଆ ଏବଂ ଖାଦ୍ୟ ପାଇଁ ଟଙ୍କା ଦେବାକୁ ପଡିବ । ସେହି ସମୟରେ ଅନ୍ୟ ଟ୍ରେନରେ ମଧ୍ୟ ଖାଦ୍ୟପେୟ ର ଦାମ୍ ବି ବଢ଼ିବ ବୋଲି ଅନୁମାନ କରାଯାଉଛି । ରାଜଧାନୀ, ଦୂରନ୍ତ ଏବଂ ଶତାବ୍ଦୀ ଟ୍ରେନରେ ଖାଦ୍ୟପେୟ ଉପରେ ଲାଗୁ ହୋଇଥିବା ନୂତନ ଦର ମୁତାବକ, ଯାତ୍ରୀମାନଙ୍କୁ ଏବେ ଚା’ର ଦାମ୍ ୧୦ ଟଙ୍କା ବଦଳରେ ୨୦ ଟଙ୍କା, ସ୍ଲିପର କ୍ଲାସର ଯାତ୍ରୀଙ୍କ ପାଇଁ ୧୫ ଟଙ୍କା ରହିବ ।

ସେହିପରି ଦୂରନ୍ତ ସ୍ଲିପର କ୍ଲାସରେ ଜଳଖିଆ  ୮୦ ଟଙ୍କାରେ ମିଳୁଥିଲା । ତାହା ଏବେ ୧୨୦ ଟଙ୍କାକୁ ବୃଦ୍ଧି କରାଯାଇଛି । ସେହି ସମୟରେ ସନ୍ଧ୍ୟା ଚା’ର ଦାମ୍ ୨୦ ଟଙ୍କାର ବୃଦ୍ଧି କରାଯାଇ ୫୦ ଟଙ୍କା ରଖାଯାଇଛି ।