ପ୍ରଧାନମନ୍ତ୍ରୀ ମୋଦିଙ୍କ ସହ ସିଧାସଳଖ ସମ୍ପର୍କ କରିବା ପାଇଁ ଚାହୁଁଛନ୍ତି କି ? ଜାଣନ୍ତୁ ୪ ଟି ଉପାୟ

153

ନରେନ୍ଦ୍ର ମୋଦି ଭାରତର ସବୁଠାରୁ ଲୋକପ୍ରିୟ ପ୍ରଧାନମନ୍ତ୍ରୀ ମାନଙ୍କ ମଧ୍ୟରେ ଜଣେ । ସେ ୧୬ ତମ ଲୋକସଭା ନିର୍ବାଚନରେ ବହୁମତ ହାସଲ କରିଥିଲେ । ଅଳ୍ପ ସମୟରେ ହିଁ ସେ ସେ କେବଳ ଭାରତର ନୁହଁ ଅନ୍ୟ ଦେଶର ଲୋକମାନଙ୍କ ହୃଦୟରେ ମଧ୍ୟ ସ୍ଥାନ ପାଇଛନ୍ତି । ଲୋକଙ୍କ ମଧ୍ୟରେ ତାଙ୍କର ଲୋକପ୍ରିୟତା କାରଣରୁ ଆଜି ଭାରତର ପ୍ରତ୍ୟେକ ନାଗରିକ ପ୍ରଧାନମନ୍ତ୍ରୀଙ୍କ ସହ ସମ୍ପର୍କ କରିବା ପାଇଁ ଚାହୁଁଛନ୍ତି ।

ଆଗରୁ କୌଣସି ସାଧାରଣ ନାଗରିକ ପ୍ରଦାନମନ୍ତ୍ରୀଙ୍କୁ ଭେଟିବା କିମ୍ବା ତାଙ୍କ ସହ ସିଧା ସମ୍ପର୍କ କରିବା ସହଜ କଥା ନଥିଲା । କିନ୍ତୂ ଏବେ ନୂଆ କୌଶଳ ମାଧ୍ୟମରେ ମୋଦି ଏହାକୁ ସହଜ କରିଛନ୍ତି । ଜନତାଙ୍କ ସହ ସିଧା ସମ୍ପର୍କ କରିବା ଉଦ୍ଦେଶ୍ୟରେ ପ୍ରଧାନମନ୍ତ୍ରୀ କାର୍ଯାଳୟ ଅନେକ ଅନଲାଇନ ଓ ଅଫଲାଇନ ମାଧ୍ୟମ ଆରମ୍ଭ କରିଛନ୍ତି । କିନ୍ତୁ ଲୋକମାନେ ଏନେଇ ସମସ୍ତଙ୍କ ପାଖରେ ବିସ୍ତୃତ ସୂଚନା ନାହିଁ । ଏବେ ଆମେ ଆପଣଙ୍କୁ ଜଣାଇବୁ କିପରି ଆପଣ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ପର୍ଯ୍ୟନ୍ତ ଆପଣ ନିଜର ଅସୁବିଧା,ପ୍ରଶ୍ନ ଏପରିକି ଉପଦେଶ ମଧ୍ୟ ପହଞ୍ଚାଇ ପାରିବେ ।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ପ୍ରଧାନମନ୍ତ୍ରୀ କାର୍ଯ୍ୟାଳୟ (ପିଏମଓ) ସହ ସମ୍ପର୍କ କରିବା ପାଇଁ ୪ ଟି ଉପାୟ—

୧. ପ୍ରଧାନମନ୍ତ୍ରୀ କାର୍ଯ୍ୟାଳୟର ୱେବସାଇଟକୁ ଯାଇ କିମ୍ବା ପତ୍ର ମାଧ୍ୟମରେ ଆପଣ ନରେନ୍ଦ୍ର ମୋଦିିଙ୍କ ସହ ସମ୍ପର୍କ କରିପାରିବେ–

(କ) ପ୍ରଥମେ ଆପଣ ପ୍ରଧାନମନ୍ତ୍ରୀଙ୍କ ୱେବସାଇଟକୁ ଯାଇ ପ୍ରଧାନମନ୍ତ୍ରୀ ମୋଦିଙ୍କ ସହ ସମ୍ପର୍କ କରନ୍ତୁ-

 ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟର ୱେବସାଇଟ ଏଚଟିଟିପି://ପିଏମଇଣ୍ଡିଆ.ଜିଓଭି.ଆଇଏନ./ଇଏନ/ଇନଟରାକ୍ଟ-ଉଇଥ-ଅନରେବଲ-ପିଏମ/ ସାଇଟକୁ ଯାଇ ସିଧା ପ୍ରଧାମନନ୍ତ୍ରୀଙ୍କ ସହ ସମ୍ପର୍କ କରିପାରିବେ । ଏହି ୱେବସାଇଟରେ ନରେନ୍ଦ୍ର ମୋଦିଙ୍କ ସହ ସିଧା ସମ୍ପର୍କ କରିବା ପାଇଁ କରାଯାଇଛି । ଆପଣ ଉପରୋକ୍ତ ଲିଙ୍କରେ କ୍ଲିକ କରି ଲଗଅନ କରିବେ ଓ ପ୍ରଧାନମନ୍ତ୍ରୀଙ୍କ ସହ କଥା ହେବାପାଇଁ ପଞ୍ଜୀକୃତ କରିପାରିବେ ।

(ଖ) ଆପଣ ନିଜ ପ୍ରଶ୍ନର ଉତ୍ତର ପାଇଁ ଆରଟିଆଇ ମଧ୍ୟ ଫାଇଲ କରିପାରିବେ—

ଆରଟିଆଇ ନିୟମ ୨୦୦୫ ଅନୁସାରେ ଆପଣ ନିଜର ପ୍ରଶ୍ନର ଉତ୍ତର ଆରଟିଆଇ ଫାଇଲ କରି ପାଇ ପାରିବେ । ଏଥିପାଇଁ ଆପଣଙ୍କୁ ଅନଲିିନ କିମ୍ବା ଅଫଲାଇନ ଆବେଦନ କରିବା ପାଇଁ ପଡିବ, ଯେଉଁଥି ପାଇଁ ଆପଣଙ୍କକୁ ୧୦ ଟଙ୍କାର ପିଏମଓ ପକ୍ଷରେ ଡିମାଣ୍ଡ ଡ୍ରାଫ୍ଟ କରିବା ପାଇଁ ପଡିବ । ଏଥିନେଇ ଅଧିକ ତଥ୍ୟ ଜାଣିବା ପାଇଁ ଆପଣ ପିଏମଓ ଇଣ୍ଡିଆ ଆରଟିଆଇ ପେଜ ଯାଇ ସବିଶେଷ ସୂଚନା ନିଅନ୍ତୁ ।

(ଗ) ପତ୍ର ମାଧ୍ୟମରେ ସମ୍ପର୍କ କରିପାରିବେ—

ଆପଣ ତଳେ ଦିଆ ଯାଇଥିବା ଠିକଣାରେ ପ୍ରଧାନମନ୍ତ୍ରୀଙ୍କୁ ସମ୍ପର୍କ କରିପାରିବେ
ଠିକଣା-ସଞ୍ଜୁକ୍ତ ସଚିବ,ପ୍ରଧାନମନ୍ତ୍ରୀ କାଯ୍ୟାଳୟ
ସାଉଥ ବ୍ଲକ, ନୂଆ ନିଲ୍ଲୀ-୧୧୦୦୧୧
ଦୂରଭାଷ-୦୧୧-୨୩୦୧୪୫୪୭

(ଘ) ମାଇଜିଓଭି.ନିକ.ଇନ ପୋର୍ଟାଲ ମାଦ୍ୟମରେ ଯୋଡି ହୋଇପାରିବେ—

ଆପଣ ଏହି ୱେବସାଇଟ ପୋର୍ଟାଲ ଯାଇ ଫର୍ମ ଭରି ନିଜର ଅସୁବିଧା ସମ୍ପର୍କରେ ଅବଗତ କରିପାରିବେ କିମ୍ବା କିଛି ଉପଦେଶ ମଧ୍ୟ ଦେଇପାରିବେ । ଏଥିପାଇଁ ସର୍ବପ୍ରଥମେ ଆପଣଙ୍କୁ ଏହି ୱେସାଇଟରେ ନିଜକୁ ପଞ୍ଜୀକୃତ କରିବାକୁ ପଡିବ ।
ୱେବସାଇଟ- ଏଚଟିଟିପି://ପିଜିପୋର୍ଟାଲ.ଜିଓଭି,ଇନ/ପିଏମସିଟିଜେନ/ଗ୍ରିଏଭାନ୍ସପିଏମଓ.ଏସପିଏକ୍ସ

ପ୍ରଧାନମନ୍ତୀ ନରେନ୍ଦ୍ର ମୋଦିଙ୍କ ସହ ସମ୍ପର୍କ କରିବା ପାଇଁ ପ୍ରଧାନମନ୍ତ୍ରୀଙ୍କ ଟିମ ଦ୍ୱାରା ଆଣ୍ଡ୍ରଏଡ, ଓିଣ୍ଡୋଜ, ଓ ଆଇଓଏସ୍ ତିନଟିି ମାଧ୍ୟମରେ ମୋବାଇଲ ଆପ୍ଲିକେସନ ବିକାଶିତ କରାଯାଇଛି । ଆପଣ ଏହି ଆପ୍ଲିକେସନକୁ ମୋବାଇଲ ଫୋନରେ ଡାଉନଲୋଡ କରି ପ୍ରଧାନମନ୍ତ୍ରୀଙ୍କ ସହ ସମ୍ପର୍କ କରିନ୍ତୁ ।

୩. ଆପଣ ଫ୍ୟାକ୍ସ ମାଧ୍ୟମରେ ସମ୍ପର୍କର କରିପାରିବେ- 

ଆପଣ ୦୦୯୧-୧୧-୨୩୦୧୯୫୪୫ କିମ୍ବା ୦୦୯୧-୧୧-୨୩୦୧୬୮୫୭ ନମ୍ବରରେ ଫ୍ୟାକ୍ସ ମଧ୍ୟ କରି ନିଜ ସମସ୍ୟାର ବିଷୟରେ ପ୍ରଧାନମନ୍ତ୍ରୀଙ୍କୁ ଅବଗତ କରାଇ ପାରିବେ ।

୪.ଆପଣ ସୋସିଆଲ ମିଡିଆ ମାଧ୍ୟମରେ ସମ୍ପର୍କ କରନ୍ତୁ-

(କ) ଇମେଲ ମାଧ୍ୟମରେ-

ଆପଣ ନରେନ୍ଦ୍ରମୋଦି୧୨୩୪ଆଟଦରେଟଜିମେଲ.କମରେ ମେଲ ମାଧ୍ୟମରେ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ସମ୍ପର୍କ କରିପାରବେ । ଏହି ସୂଚନା ଦିଆଯାଇଛି ଡିଆଇଜିଆଇଓସିକେଇଆର ୱେସାଇଟରେ ଦିଆ ଯାଇଛି ।
(ଖ) ୟୁଟ୍ୟୁବ ଦ୍ୱାରା-
ଆପଣ ନନିଜର ଅସୁବିଧା କିମ୍ବା କିଛି ସୂଚନା ୟୁଟ୍ୟୁବ ମାଧ୍ୟମରେ ମଧ୍ୟ ପହଞ୍ଚାଇ ପାରିବେ । ଏଥିପାଇଁ ୟୁଟ୍ୟୁବ ଚ୍ୟାନେଲରେ ଆପଣଙ୍କୁ ‘ସେଣ୍ଡ ମେସେଜ’ର ବିକଳ୍ପ ବାଛିବା ପାଇଁ ପଡିବ । ଏହି ମାଧ୍ୟମରେ ଆପଣଙ୍କ ପ୍ରଶ୍ନ ମୋଦିଙ୍କ ପାଖରେ ପହଞ୍ଚି ପାରିବ ।

(ଗ) ଟ୍ୱିଟର ମାଧ୍ୟମରେ- ଆପଣ ଟ୍ୱିଟର ମାଧ୍ୟମରେ ମଧ୍ୟ ନିଜର ପ୍ରଶ୍ନ ପ୍ରଧାନମନ୍ତ୍ରୀଙ୍କ ପାଖରେ ପହଁଚାଇ ପାରିବେ । ଏହା ହେଉଛି  ପିଏମର  ଟ୍ୱିଟର ହ୍ୟାଣ୍ଡେଲ ପିଏମଓଇଣ୍ଡିଆ(ଏଚଟିଟିପି://ଟ୍ୱିଟର.କମ)ପିଏମଣ୍ଡିଆ

(ଘ) ଫେସବୁକ ପେଜ- ଆପଣ ମୋଦିଙ୍କ ଫେସବୁକ ପେଜ ଏଫବି.କମ/ପିଏମଇଣ୍ଡିଆରେ ଯାଇ ନିଜର ପ୍ରଶ୍ନ ପଚାରି ପାରିବେ । ଏଥିପାଇଁ ଆପଣଙ୍କୁ ଏକ ପୋଷ୍ଟ ଲେଖିବା ପାଇଁ ପଡିବ ।
(ଙ) ଏହାସହ
ଇନଷ୍ଟାଗ୍ରାମ ନରେନ୍ଦ୍ର ମୋଦି :ଏଚଟିଟଇପି://ଇନଷ୍ଟାଗ୍ରାମ.କମ/ନରେନ୍ଦ୍ରମୋଦି ମାଧ୍ୟମରେ ମଧ୍ୟ ମୋଦିଙ୍କୁ ସମ୍ପର୍କ କରିପାରିବେ ।

                                                ସୌଜନ୍ୟ- ଜାଗରଣ ଜୋସ