ସାଢେ ୪ ମାସ ବି ଗଲାନି ସାଢେ ୪ କୋଟିର କାମ । କୋଣାର୍କର ଖାଲକଟା ପାଟଣାରେ ଭୁଶୁଡିଲା ଗାଡୱାଲ । ସମୁଦ୍ର ଗର୍ଭରେ ଲୀନ ହେବାର ଆଶଙ୍କାରେ ପାଟଣା ଗାଁ

137

କନକ ବ୍ୟୁରୋ : ୪ ମାସ ବି ଗଲାନି ସାଢେ ୪ କୋଟିର କାମ । ଭୁଷୁଡିଗଲା ଗାର୍ଡ ୱାଲ । ନଦୀ ଓ ସମୁଦ୍ର ଗର୍ଭରେ ଲୀନ ହେବାର ଆଶଙ୍କାରେ କୋଣାର୍କର ଖାଲକଟା ପାଟଣା ଗାଁ । ଏହାକୁ ନେଇ ଦୁଇଟି ଗାଁ ଖାଲକଟା ପାଟଣା ଏବଂ ଟିକାନ ଗାଁର ପ୍ରାୟ ୩ ହଜାର ଲୋକେ ଆତଙ୍କରେ ଅଛନ୍ତି । ପୁରୀ କୋଣାର୍କ ଅଭୟାରଣ୍ୟ ରାସ୍ତା ଓ ଗାଁ ପଛରେ ଅର୍ଥାତ୍ ପ୍ରାୟ ୫ ଶହ ମିଟର ପରିଧି ଭିତରେ ଶୁଣିବାକୁ ମିଳୁଛି ସମୁଦ୍ରର ଗର୍ଜନ । ଖାଲକଟାପାଟଣା, ଟିକାନ ଓ ରାମଚଣ୍ଡି ମନ୍ଦିର ଲୁଣାବନ୍ଧ ମରାମତି ସହ ପୁନରୁଦ୍ଧାର ଓ ଗାର୍ଡ ୱାଲ ମରାମତି ହୋଇଥିଲା ।

ତେବେ କାମ ଏବେ ନିମ୍ନ ମାନର ଥିଲା ଯେ ଏହା ୪ ମାସ ବି ତିଷ୍ଠିଲାନି । ୨୦୧୮ ମସିହାରେ ଏହି କାମ ପାଇଁ ୪ କୋଟି ୩୭ ଲକ୍ଷ ୪୨ ହଜାର ଟଙ୍କା ମଂଜୁର ହୋଇଥିଲା । କିନ୍ତୁ କାମ ସରିବାର ୪ ମାସ ବି ଯାଇନଥିବା ବେଳେ ଏପରି ଚିତ୍ର ସାମ୍ନାକୁ ଆସିଥିବା ଅଂଚଳବାସୀ ଅଭିଯୋଗ କରିଛନ୍ତି । ଗାର୍ଡୱାଲ ଏବଂ ନଦୀବନ୍ଧର ବିଭିନ୍ନ ସ୍ଥାନରେ ଏବେ ଘାଇ ସୃଷ୍ଟି ହୋଇଛି । ପଥର ସବୁ ଖସି ଘଳିଆ ହୋଇଯାଇଛି । ଏନେଇ ଗ୍ରାମବାସୀ ନିମାପଡା ଜଳସଂପଦ ବିଭାଗ ଅଧିକାରୀଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ । ତେବେ ଏନେଇ ଅଧିକାରୀ ନିରବ ରହିବା ପରେ ଆତଙ୍କିତ ଅବସ୍ଥାରେ ଅଛନ୍ତି ସମୁଦ୍ର ଉପକୁଳିଆ ଲୋକେ ।