ମୟୂରଭଞ୍ଜରେ ଆଉ ଜଣେ କରୋନା ଆକ୍ରାନ୍ତ ଚିହ୍ନଟ । ଜିଲ୍ଲାରେ ମୋଟ୍ ଆକ୍ରାନ୍ତଙ୍କ ସଂଖ୍ୟା ୪ରେ ପହଞ୍ଚିଲା

1,071

କନକ ବ୍ୟୁରୋ : ରାଜ୍ୟରେ ଆଉ ଜଣେ କରୋନା ଆକ୍ରାନ୍ତ ଚିହ୍ନଟ । ନୂଆ ଆକ୍ରାନ୍ତଙ୍କୁ ମିଶାଇ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୨୦୬କୁ ବୃଦ୍ଧି ପାଇଛି । ଏବେ ଚିହ୍ନଟ ଆକ୍ରାନ୍ତ ଜଣଙ୍କ ମୟୂରଭଞ୍ଜ ଜିଲ୍ଲାର ବୋଲି ସୂଚନା ମିଳିଛି । ଆଜି ସକାଳେ ମୟୂରଭଞ୍ଜରୁ ୩ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ଏବେ ପୁଣି ଜଣେ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏବେ ମୟୁରଭଞ୍ଜରେ ଆକ୍ରାନ୍ତଙ୍କ ସଂଖ୍ୟା ୪ରେ ପହଞ୍ଚିଲା । ଗୋଟିଏ ଦିନରେ ହିଁ ମୟୂରଭଞ୍ଜରେ ୪ ଜଣ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି ।

୪୩ ଦିନ ଗ୍ରୀନଜୋନରେ ରହିବା ପରେ ଆଜି ମୟୁରଭଞ୍ଜ ମଧ୍ୟ ରାଜ୍ୟ କରୋନା ମ୍ୟାପରେ ସମିଲ ହୋଇଛି । ତେବେ ଆଜି ଆକ୍ରାନ୍ତ ଚିହ୍ନଟ ହେବାପରେ ମୟୂରଭଞ୍ଜ ଜିଲ୍ଲାକୁ ଅରେଞ୍ଜ ଜୋନ ଘୋଷଣା କରିଛନ୍ତି ରାଜ୍ୟ ସରକାର । ମୟୂରଭଞ୍ଜରୁ ଆଜି ପ୍ରଥମ କରି ୪କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି ।

ଆଜି ଗୋଟିଏ ଦିନରେ ଏବେ ସୁଦ୍ଧା ରାଜ୍ୟରେ ମୋଟ୍ ୨୧ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ରାଜ୍ୟରେ ଗୋଟିଏ ଦିନରେ ସର୍ବାଧିକ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏହାସହ ଆଜି ଭୁବନେଶ୍ୱରରୁ ଜଣେ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି । ଏହା ସହ ବର୍ତମାନ ସୁସ୍ଥଙ୍କ ସଂଖ୍ୟା ୬୨ରେ ପଂହଚିଛି । ବର୍ତମାନ ଆକ୍ଟିଭ ମାମଲା ୧୪୧ ରହିଛି । କରୋନାେ ରାଜ୍ୟରେ ୨ ଜଣ ପ୍ରାଣ ହରାଇଛନ୍ତି ।