ବିଜେପି ସଦସ୍ୟଙ୍କ ପ୍ରତିବାଦ ଭିତରେ ଆରମ୍ଭ ହେଲା ବିଧାନସଭାର ପ୍ରଶ୍ନକାଳ : ଦୁଇ ଦିନ ପରେ ସ୍ୱାଭାବିକ ହେଲା ଗୃହକାର୍ଯ୍ୟ, କଳାପଟି ବାନ୍ଧି ଗୃହକୁ ଆସିଲେ ବିଜେପି ବିଧାୟକ

190

କନକ ବ୍ୟୁରୋ : ବିଧାନସଭା ଶୀତ ଅଧିବେଶନର ଆଜି ତୃତୀୟ ଦିନ । ଦୁଇ ଦିନ ପରେ ତୃତୀୟ ଦିନରେ ଆଜି ବିଧାନସଭା ସ୍ୱାଭାବିକ  । ତେବେ ଗୃହ ଆରମ୍ଭରୁ ସ୍ମିତାରାଣୀ ମୃତ୍ୟୁ ପ୍ରସଙ୍ଗରେ ମୁହଁରେ କଳାପଟି ବାନ୍ଧି ନୀରବ ପ୍ରତିବାଦ କରଥିଲେ ବିଜେପି ସଦସ୍ୟ । ଏହାପରେ ଆସନରେ ବସିବା ପାଇଁ ବାଚସ୍ପତିଙ୍କ ନିବେଦନ ପରେ  ମୁହଁରୁ କଳା ପଟି କାଢି ନିଜ ନିଜ ଆସନରେ ବସିଥିଲେ ବିଜେପି ବିଧାୟକ । ତେବେ ସ୍ମିତାରାଣୀ ପ୍ରସଙ୍ଗରେ ଗୃହ ୨ଦିନ ଧରି ଅଚଳ ରହିଥିବା ବେଳେ ଆଜି ସ୍ୱାଭାବିକ ହୋଇଛି । ଗୃହରେ ପ୍ରଶ୍ନୋତ୍ତର କାର୍ଯ୍ୟକ୍ରମ ଜାରି ରହିଛି ।

ଗତକାଲି ବିଧାନସଭାରେ ଉଠିଥିଲା ସ୍ମିତାରାଣୀ ଝଡ଼ । ଦ୍ୱିତୀୟ ଦିନରେ ବି ସ୍ମିତାରାଣୀ ମୃତ୍ୟୁ ପ୍ରସଙ୍ଗରେ ଜୋରଦାର ହଟଗୋଳ କରି ଥିଲେ ବିରୋଧୀ । ଆଲୋଚନା ବେଳେ ପ୍ଲାକାର୍ଡ ଧରି ସିବିଆଇ ତଦନ୍ତ ଦାବିରେ ନାରାବାଜି ଜାରି ରଖିଥିଲେ ବିଜେପି ବିଧାୟକ । କଂଗ୍ରେସ ସ୍ମିତାରାଣୀଙ୍କ ପ୍ରସଙ୍ଗରେ ଆଣିଥିବା ମୁଲତବୀ ପ୍ରସ୍ତାବ ଆଲୋଚନା ହୋଇଥିଲା । କିନ୍ତୁଏହାରି ଭିତରେ ଗୃହରାଷ୍ଟ୍ରମନ୍ତ୍ରୀ ଉତ୍ତର ରଖି କହିଥିଲେ ସ୍ମିତାରାଣୀ ଆତ୍ମହତ୍ୟା କରିଛନ୍ତି । ମନ୍ତ୍ରୀଙ୍କ ଉତ୍ତରରେ ସନ୍ତୁଷ୍ଟ ନହୋଇ କଂଗ୍ରେସ ସଦସ୍ୟ କକ୍ଷତ୍ୟାଗ କରିଥିଲେ । ଆଉ ମୁଲତବୀ ପ୍ରସ୍ତାବକୁ ନାକଚ କରିଥିଲେ ବାଚସ୍ପତି ।