ରାଜ୍ୟରେ ଦିନ ଗୋଟାଏ ସୁଦ୍ଧା ୩୫ ପ୍ରତିଶତ ମତଦାନ ! ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ସୂଚନା

81

କନକ ବ୍ୟୁରେ : ଚତୁର୍ଥ ପର୍ଯ୍ୟାୟ ନିର୍ବାଚନ ପାଇଁ ଚାଲିଛି ମତଦାନ । ଭୋଟ ଦେଇ ନେତା ବାଛୁଛନ୍ତି ଜନତା । ଦିନ ଗୋଟାଏ ସୁଦ୍ଧା ରାଜ୍ୟରେ ୩୫ ପ୍ରତିଶତ ମତଦାନ ହୋଇଛି । ରାଜ୍ୟର ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ଏହି ସୂଚନା ମିଳିଛି । ସକାଳ ୯ଟା ସୁଦ୍ଧା ୯% ଓ ପୂର୍ବାହ୍ନ ୧୧ଟା ସୁଦ୍ଧା ୧୭% ମତଦାନ ହୋଇଥିବାର ସୂଚନା ମିଳିଥିଲା । ବିଭିନ୍ନ ବୁଥ୍‌ରେ ଇଭିଏମ୍‌ କାମ କରୁ ନ ଥିବାରୁ ମତଦାନରେ ବିଳମ୍ବ ହେଉଥିବାର ଅଭିଯୋଗ ହେଉଛି ।

ସୂଚନାଯୋଗ୍ୟ ଏହି ପର୍ଯ୍ୟାୟରେ ୧୦ ହଜାର ୭୯୨ଟି ବୁଥରେ ମତଗ୍ରହଣ କରାଯିବ,ଯେଉଁଥିରେ ୯୫ ଲକ୍ଷ ୬୫୩ଜଣ ଭୋଟର ମତାଧିକାର ସାବ୍ୟସ୍ତ କରି ୩୮୮ଜଣ ପ୍ରାର୍ଥୀଙ୍କ ମଧ୍ୟରୁ ସେମାନଙ୍କର ପ୍ରତିନିଧି ବାଛିବେ। ମତଦାତାଙ୍କ ମଧ୍ୟରେ ୪୯ ଲକ୍ଷ ୧ ହଜାର ୭୯ ଜଣ ପୁରୁଷ ଭୋଟର ଅଛନ୍ତି ଓ ୪୫ ଲକ୍ଷ ୯୮ ହଜାର ୯୭୯ ଜଣ ମହିଳା ଏବଂ ୫୯୫ ଜଣ ତୃତୀୟ ଲିଙ୍ଗ ଭୋଟର ଅଛନ୍ତି ।

ଏହି ପର‌୍ୟ୍ୟାୟରେ ମୋଟ ୩ ହଜାର ୯୨ଟି ସମ୍ବେଦନଶୀଳ ବୁଥ୍ ଚିହ୍ନଟ କରାଯାଇଛି । ସେଥିରୁ ୪୧୧ଟି ପାଇଁ ସିଏପିଏଫ ସୁରକ୍ଷା ବଳ ମୁତୟନ କରାଯିବା ସହ ୧ ହଜାର ୧୨୬ଟି ବୁଥରେ ୫୫୪ଟିରେ ସିସିଟିଭି, ୫୯୫ଟିରେ ମାଇକ୍ରୋ ଅବଜରଭର, ୨୪୦ଟି ବୁଥର ଭିଡିଓଗ୍ରାଫି, ୧୬୬ଟିରେ ସ୍ଥିର ଫଟୋଚିତ୍ର ପାଇଁ ବ୍ୟବସ୍ଥା କରାଯାଇଛି ।