ଲିମକା ବୁକ ଅଫ ରେକର୍ଡରେ ସ୍ଥାନ ପାଇବା ପାଇଁ ଉଦ୍ୟମ : ପାରମ୍ପରିକ ବେଶରେ ପଦ୍ମପୁରରେ ଏକାଠି ନାଚିଲେ ୩ ହଜାର କଳାକାର, କରମସାନି ପୂଜାରେ ମାଦଳ ବଜାଇ କଲେ ବିଶ୍ୱ ରେକର୍ଡ

205

କନକ ବ୍ୟୁରୋ : ଲିମ୍‌କା ବୁକ୍‌ ଜାତୀୟ ରେକର୍ଡ ପାଇଁ ସମ୍ବଲପୁରୀ ଫୋକ୍‌ ଏକାଡେମି ଆନୁକୂଲ୍ୟରେ ରବିବାର ବରଗଡ଼ ଜିଲ୍ଲା ଗାଇସିଲାଟ୍‌ ବ୍ଲକ ସରଧାପାଲି ନିକଟରେ ଥିବା ମହାଜନ ଡୁଙ୍ଗୁରିଠାରେ ବିଶାଳ କରମସାନି ଉତ୍ସବ ଅନୁଷ୍ଠିତ ହୋଇଛି ।  କରମସାନୀ ପୂଜାରେ  ଲୋକେ କରମା ଗଛର ଡାଳକୁ ପୂଜା ମଣ୍ଡପରେ ସ୍ଥାପନ କରି  ମାଦଳ ବଜାଇ ଗୀତଗାଇ କରମସାନୀ ଦେବୀଙ୍କୁ ପୂଜା କରିଥାନ୍ତି ।  ଏହି ଉତ୍ସବରେ ରେକର୍ଡ କରିବା ପାଇଁ ନିଆରା ଉଦ୍ୟମ କରିଛି  ସମ୍ବଲପୁର ଫୋକ ଏକାଡେମୀ ।

ଏକା ଥରକେ ପ୍ରାୟ  ୩ ହଜାର କଳାକାର ଏକାଠି ହୋଇ ମାଦଳ ବଜାଇ  ଏହି ରେକର୍ଡ କରିଛନ୍ତି ।  ଏହି କରମା ଉତ୍ସବରେ  ଆଖପାଖ ତଥା ଦୂର ଦୂରାନ୍ତରୁ  ହଜାର ହଜାର ବାଦକ ଓ ଗାହାକ ଯୋଗ ଦେଇ ପର୍ଯ୍ୟାୟ କ୍ରମେ କଳା ପ୍ରଦର୍ଶନ କରିଥିଲେ । ଏଭଳି ପ୍ରୟାସ  ପଶ୍ଚିମ ଓଡିଶା ନୁହେଁ ଭାରତରେ ବିରଳ ବୋଲି ଚର୍ଚ୍ଚା ହେଉଛି । ସୂଚନାଯୋଗ୍ୟ, ଅକ୍ଟୋବର ୧୫ରେ ବରିଷ୍ଠ କଳାକାର ତଥା ଯୋଜନା ଓ ପରିବହନ ମନ୍ତ୍ରୀ ପଦ୍ମନାଭ ବେହେରା ‘ଡଙ୍ଗର ଉପରେ କରମସାନି’ କାର୍ଯ୍ୟକ୍ରମକୁ ଉଦ୍‌ଘାଟନ କରିଥିଲେ।