କୋରାପୁଟ ମାଛକୁଣ୍ଡ ଜଳ ବିଦ୍ୟୁତ ପ୍ରକଳ୍ପର ୩ ୟୁନିଟ୍ ବନ୍ଦ : ୫ ଦଫା ଦାବିରେ ବିଜୁଳି ପ୍ରକଳ୍ପକୁ ବନ୍ଦକଲେ ଅଞ୍ଚଳବାସୀ

193

କନକ ବ୍ୟୁରୋ : ଓଡିଶାର ପଡୋଶୀ ଆନ୍ଧ୍ରର ଦାଦାଗିରିକୁ ନେଇ ତାତିଲେ ସୀମାନ୍ତ ଅଂଚଳ ଲୋକେ । ଓଡିଶା-ଆନ୍ଧ୍ର ସୀମାରେ ଥିବା କୋରାପୁଟ ଜିଲ୍ଲାର ମାଛକୁଣ୍ଡ ଜଳଭଣ୍ଡାରର ୩ଟି ଟରବାଇନକୁ ବନ୍ଦ କରିଦେଇଛନ୍ତି ସ୍ଥାନୀୟ ଲୋକେ । ଫଳରେ ମାଛକୁଣ୍ଡ ଜଳଭଣ୍ଡାରରୁ ବିଜୁଳି ଉତ୍ପାଦନ ଓ ଯୋଗାଣ ବାଧାପ୍ରାପ୍ତ ହୋଇଛି । ବିଦ୍ୟୁତ ପ୍ରକଳ୍ପ ଅଧିନରେ ଏକ ଡାକ୍ତରଖାନା ରହିଥିଲା । ଏହି ଡାକ୍ତରଖାନା ଉପରେ ଉପ ଯୁକ୍ତ ସ୍ୱାସ୍ଥ୍ୟସେବା ପାଇଁ ନିର୍ଭର କରୁଥିଲେ ।

ତେବେ ଏଠାରେ ନିୟମିତ ଡାକ୍ତର ନରହିବା, ସମସ୍ତ ପ୍ରକାର ଔଷଧ ନମିଳିବା ଭଳି ୫ଟି ଦାବି ନେଇ ଶେଷରେ ଜଳଭଣ୍ଡାରରୁ ବିଜୁଳି ଉତ୍ପାଦନକୁ ଠପ୍ କରିଛନ୍ତି ଅଂଚଳବାସୀ । ଏହି ଜଳଭଣ୍ଡାର ଓଡିଶାରେ ୩୦ ପ୍ରତିଶତ ରହିଥିବା ବେଳେ ଆନ୍ଧ୍ରରେ ୭୦ ପ୍ରତିଶତ ରହିଛି । ଯାହାକୁ ନେଇ ଆନ୍ଧ୍ର ଚଳାଇଛି ଦାଦାଗିରି । ଏବେ ଡାକ୍ତରଖାନାରେ ବ୍ୟବସ୍ଥା ନସୁଧାରି ଏହାକୁ ଏକ ଘରୋଇ ଠିକା ସଂସ୍ଥା ହାତକୁ ଟେକି ଦେଇଛି । ତେଣୁ ଅଂଚଳବାସୀ ଆଗକୁ ଏଠାରୁ ଆଉ ସ୍ୱାସ୍ଥ୍ୟସେବା ପାଇବା ନେଇ ସନ୍ଦେହରେ ପଡିଛନ୍ତି । ଉପ ଯୁକ୍ତ ସେବା ପାଇଁ ଆନ୍ଧ୍ରର ଘରୋଇକରଣ ନୀତିକୁ ବିରୋଧ କରିଛନ୍ତି ଲୋକେ । ୫ ଦଫା ଦାବିରେ ଧାରଣାରେ ବସିଛନ୍ତି ।