ଜମ୍ମୁ ଓ କାଶ୍ମୀରରେ ସେନାକୁ ସଫଳତା  : ଏନକାଉଂଟରରେ ୩ ଆତଙ୍କବାଦୀ ନିହତ, ୪ ଘଣ୍ଟାର ଅପରେସନ ପରେ ଟଳିଲେ ଆତଙ୍କୀ

174

କନକ ବ୍ୟୁରୋ :  ଜମ୍ମୁ ଓ କାଶ୍ମୀରରେ ସେନାକୁ ସଫଳତା  । ଏନକାଉଂଟରରେ ନିହତ ହୋଇଛନ୍ତି ୩ ଆତଙ୍କବାଦୀ  । ଅବନ୍ତୀପୁରାରେ ଏହି ଏନକାଉଂଟର ଘଟିଛି  । ସମ୍ପୃକ୍ତ ଅଂଚଳରେ ଆତଙ୍କବାଦୀମାନେ ଲୁଚି ରହିଥିବା ଖବର ପାଇ ସେନା ସେଠାରେ ଅଭିଯାନ ଆରମ୍ଭ କରିଥିଲା  । ଆତଙ୍କବାଦୀମାନଙ୍କୁ ଆତ୍ମସମର୍ପଣ ପାଇଁ ସେନା ପକ୍ଷରୁ କୁହାଯାଇଥିଲେ ମଧ୍ୟ ସେମାନେ ଗୁଳିଚାଳନା କରିଥିଲେ  ।

ଫଳରେେ ସେନାର ପାଲଟା ଗୁଳିଚାଳନାରେ ୩ ଆତଙ୍କବାଦୀଙ୍କ ମୃତ୍ୟୁ ଘଟିଛି  । ସେମାନଙ୍କ ପରିଚୟ ଜଣାପଡ଼ି ନାହିଁ  । ତେବେ ନିହତ ଆତଙ୍କୀଙ୍କ ମଧ୍ୟରେ ପାକିସ୍ତାନୀ ଥିବା ସନ୍ଦେହ କରାଯାଉଛି  । ପ୍ରାୟ ୪ ଘଂଟା ଧରି ଏହି ଏନକାଉଂଟର ଚାଲିଥିଲା  ।  ସେନା ଅଂଚଳକୁ ଘେରାଉ କରି ଖାନତଲାସୀ ଚଳାଇଛି  ।

ସୂଚନାଯୋଗ୍ୟ ପାକିସ୍ତାନୀ ସେନାର କମାଣ୍ଡୋ ଫୋର୍ସ ବ୍ୟାଟ୍ ଟିମର ଯବାନ ମାନେ ୪୦୦ ମିଟର ଭାରତୀୟ ସୀମାମଧ୍ୟକୁ ପଶିଆସିଥିଲେ । କିନ୍ତୁ ସତର୍କ ଭାରତୀୟ ସେନା ସହ ତାଙ୍କର ଏନକାଉଣ୍ଟର କରିଥିଲା । ଏନକାଉଣ୍ଟରରେ ୩ ଜଣ ଆତଙ୍କବାଦୀ ନିହତ ହୋଇଛନ୍ତି । ଏହା ସହିତ ଭାରତୀୟ ସେନା ମୃତ ଆତଙ୍କବାଦୀଙ୍କଠାରୁ ବିପୁଳ ପରିମାଣରେ ଅସ୍ତ୍ରଶସ୍ତ୍ର ଜବତ କରିଛି ।