ଚିନ୍ତା ବଢ଼ାଇଲା କରୋନା : ନୂଆ ଜିଲ୍ଲାରୁ ଆଉ ୩ କରୋନା ରୋଗୀ ଚିହ୍ନଟ । ପ୍ରଥମ ଥର ପାଇଁ ଦେବଗଡ଼, ଝାରସୁଗୁଡ଼ା ଓ କେନ୍ଦୁଝରରୁ ଜଣେ ଲେଖାଏଁ କରୋନା ରୋଗୀ ଚିହ୍ନଟ

1,419

କନକ ବ୍ୟୁରୋ : ରାଜ୍ୟରେ କରୋନା ତାଲିକା ଲମ୍ବା ହୋଇ ଚାଲିଛି । ଆଜି ସକାଳରୁ ଭୁବନେଶ୍ୱର ମଧୁସୂଦନ ନଗର ଅଞ୍ଚଳରୁ ଜଣେ କରୋନା ରୋଗୀ ଚିହ୍ନଟ ହୋଇଥିବା ବେଳେ ଏବେ ରାଜ୍ୟରେ ଆଉ ୩ କରୋନା ପଜିଟିଭ୍ ଚିହ୍ନଟ  ହୋଇଛନ୍ତି । ଲକଡାଉନ୍ ଖୋଲିବାକୁ ଆଉ ଅଳ୍ପ ଦିନ ବାକି ଥିବାବେଳେ ବଢ଼ୁଛନ୍ତି ସଂକ୍ରମିତ । ନୂଆ ଆକ୍ରାନ୍ତଙ୍କୁ ମିଶାଇ ମୋଟ୍ ଆକ୍ରାନ୍ତଙ୍କ ସଂଖ୍ୟା ୧୨୨ ଛୁଇଁଲା ।  ପ୍ରଥମ ଥର ପାଇଁ ଦେବଗଡ଼, ଝାରସୁଗୁଡ଼ା ଓ କେନ୍ଦୁଝରରେ ଜଣେ ଲେଖାଏଁ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । କିଛି ଜିଲ୍ଲାରେ ସୀମିତ ଥିବା କରୋନା ଏବେ ଜିଲ୍ଲା ଡେଉଁଛି ।

ଏହି ଜିଲ୍ଲାରେ ବର୍ତ୍ତମାନ ସୁଦ୍ଧା କୌଣସି କରୋନା ରୋଗୀ ଚିହ୍ନଟ ହୋଇନଥିଲା  । କରୋନା ରୋଗୀ ନଥିବାରୁ ଗ୍ରୀନ ଜୋନରେ ଥିବା ଜିଲ୍ଲା ଗୁଡ଼ିକ ଏବେ ଅରେଞ୍ଜ୍ ଜୋନକୁ ଚାଲି ଆସିଛି । ତେବେ ଏବେ ଚିହ୍ନଟ ରୋଗୀ କାହା ସଂସ୍ପର୍ଶରେ ଆସିଛନ୍ତି ତାହା ଜଣାପଡ଼ିନାହିଁ । ସେମାନଙ୍କ କଣ୍ଟାକ୍ ଟ୍ରେସିଂ ପ୍ରକିୟା ଜାରି ରହିଛି ।

ପ୍ରାଥମିକ ପର୍ଯ୍ୟାୟରେ ଭୁବନେଶ୍ୱର ଚିନ୍ତା ବଢ଼ାଇଥିଲା । ଆଉ ତା’ପରେ ପରେ ଭଦ୍ରକ, ଯାଜପୁର, ବାଲେଶ୍ୱର ଓ ସୁନ୍ଦଗଡରରେ ସଂକ୍ରମିତ ସଂଖ୍ୟା ବଢ଼ିଚାଲିଥିଲା । ହେଲେ ଏବେ ନୂଆ ନୂଆ ଜିଲ୍ଲାରେ କରୋନା ରୋଗୀ ଚିହ୍ନଟ ହେବା ସରକାରଙ୍କ ପାଇଁ ଚିନ୍ତା ବଢ଼ାଇବ ।