ନିଲମ୍ବିତ ହେଲେ ୩ ଲାଞ୍ଚୁଆ ଜେଇ : ନିଲମ୍ବନ ନିର୍ଦ୍ଦେଶ ଦେଲେ ସେସୁ ସିଇଓ ଅରୁଣ ବୋଥ୍ରା

1,290

କନକ ବ୍ୟୁରୋ : ନିଲମ୍ବିତ ହେଲେ ଲାଞ୍ଚୁଆ ଜେଇ ।  ଦୁର୍ନୀତିକୁ ମୂଳତ୍ପୋଟନ କରିବା ଉଦ୍ଦେଶ୍ୟରେ କନକ ବ୍ଲାକ୍ଆଉଟ୍ ଅପରେସନରେ ଧରାପଡ଼ିଥିବା ୩ ଲାଞ୍ଚୁଆ ଅଧିକାରୀଙ୍କୁ ଚାକିରୀରୁ ବରଖାସ୍ତ ନିର୍ଦ୍ଦେଶ ଦେଇଛନ୍ତି ସେସୁ ସିଇଓ ଅରୁଣ ବୋଥ୍ରା । କନକ ନ୍ୟୁଜରେ ଭିଡ଼ିଓ କ୍ଲିପ ଦେଖିବା ପରେ ତୁରନ୍ତ ଏପରି କାର୍ଯ୍ୟାନୁଷ୍ଠାନ ନେଇଛନ୍ତି ଅରୁଣ ବୋଥ୍ରା  । କାରଣ ଭିଡ଼ିଓ ଦେଖି ଏପରି ତୁରନ୍ତ କାର୍ଯ୍ୟାନୁଷ୍ଠାନ ନିଆଯାଏ ନାହିଁ । ତେବେ ଆଗକୁ ଭିଡ଼ିଓ ଦେଖି ପ୍ରକୃତ ସତ୍ୟାସତ୍ୟ ଜାଣିବା ପରେ ଆଉ ଅଧିକ କାର୍ଯ୍ୟାନୁଷ୍ଠାନ କରାଯିବ ବୋଲି କହିଛନ୍ତି ସେସୁ ସିଇଓ ।

ଖୋର୍ଦ୍ଧା ସବଡିଭିଜନ୍ ଜେଇ ଅଭିମନ୍ୟୁ ଜେନା, ଭୁବନେଶ୍ୱର ଭିଏସଏସ୍ ନଗରର ଜେଇ ସୁବ୍ରତ ଦାସ ଏବଂ ଭୁବନେଶ୍ୱର ବରମୁଣ୍ଡା ସବଡିଭିଜନ୍ ଜେଇ ସୁବ୍ରତ ମିଶ୍ର ହେଲେ ସସପେଣ୍ଡ । ଲାଞ୍ଚ ନେଇ ପାୱାରକଟ୍ କରାଉଥିବା ଅଧିକାରୀଙ୍କୁ ପାନେ ମିଳିଛି । କିଛି ଟଙ୍କା ପାଇଁ ସାଧାରଣ ଜନତାଙ୍କୁ ହଇରାଣ କରୁଥିବା ବଡ଼ବାବୁଙ୍କ ପାଦତଳେ ଆଉ ମାଟି ନାହିଁ । କାରଣ ସକାଳ ହେଉ ହେଉ ତାଙ୍କର ଦୁର୍ନୀତି ମୁଖା ଖୋଲିଯିବା ସହ ଚାକିରୀ ମଧ୍ୟ ଯାଇଛି ।

ତେବେ ଆଗକୁ ବିଭାଗରେ ସ୍ୱଚ୍ଛତା ବଜାୟ ରଖିବାକୁ ଯାଇ ଏସପି ଭିଜିଲାନ୍ସ ଓ ଡିଆଇି ଭିଜିଲାନ୍ସ ସହ କଥା ହୋଇଛନ୍ତି ଅରୁଣ ବୋଥ୍ରା  । ଟେକ୍ନୋଲୋଜି ବ୍ୟବହାର କରି ଆଗାମୀ ଖରାଦିନେ ଉତ୍ତମ ବିଦ୍ୟୁତ ସେବା ଯୋଗାଇ ଦିଆଯିବ ବୋଲି ପ୍ରତିଶ୍ରୁତି ଦେଇଛନ୍ତି । ତେବେ ବର୍ତ୍ତମାନ ସମୟରେ ସବୁଠାରୁ ବଡ଼ କଥା ହେଲା ଏବେ ବର୍ତ୍ତିପାରିବେନି ଲାଞ୍ଚଆ ଅଧିକାରୀ ।