କନକ ବ୍ୟୁରୋ : ଖୋର୍ଦ୍ଧା ବାଘମାରି ଥାନା ପଙ୍ଗାରସି ପଂଚାୟତର ଭୋଗଡା ଗାଁରେ ଅଧରାତିରେ ଡକାୟତଙ୍କ ଆତଙ୍କରାଜ । ପ୍ରାୟ ୧୦ରୁ ୧୫ ଡକାୟତଙ୍କ ସିରିଜି ବୋମାମାଡ କରିଛନ୍ତି । ଘଟଣାରେ ପୂର୍ବତନ ସଂରପଚଙ୍କ ସମେତ ୫ ଜଣ ଗୁରୁତର ହୋଇଛନ୍ତି । ଗୁରୁତରଙ୍କୁ ଭୁବନେଶ୍ୱର ସ୍ଥାନାନ୍ତର କରାଯାଇଛି ।
ଗତକାଲି ବିଳମ୍ବିତ ରାତିରେ ବାଘମାରୀ ଥାନା ଅନ୍ତର୍ଗତ ଭୋଗଡ଼ା ଗାଁରେ କିଛି ଦୁର୍ବୃତ୍ତ ଜଣଙ୍କ ଘରେ ପଶି ବୋମାମାଡ଼ କରିଥିବା ସୂଚନା ମିଳିଛି । ବୋମାମାଡରେ ଗୋଟିଏ ପରିବାରର ୫ ଜଣ ଆହତ ହୋଇଛନ୍ତି । ଆହତମାନଙ୍କୁ ଚିକିତ୍ସା ଲାଗି ଖୋର୍ଦ୍ଧା ମେଡିକାଲରେ ଭର୍ତ୍ତି କରାଯାଇଛି। ବୋମାମାଡ଼ ପରେ ଦୁର୍ବୃତ୍ତମାନେ ଘଟଣାସ୍ଥଳରୁ ଖସି ପଳାଇ ଯାଇଛନ୍ତି । ଖବର ପାଇ ବାଘମାରୀ ଥାନା ପୁଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଜାରି ରଖିଛି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2020/05/7-19.jpg)