ଝାରସୁଗୁଡା ଲଖନପୁର ଜାତୀୟ ରାଜପଥରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା : ଟ୍ରକ ଧକ୍କାରେ ଚାଲିଗଲା ଗୋଟିଏ ପରିବାରର ୩ ଜୀବନ

651

କନକ ବ୍ୟୁରୋ : ଝାରସୁଗୁଡା ଲଖନପୁର ଜାତୀୟ ରାଜପଥରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା । ଟ୍ରକ୍ ଧକ୍କାରେ ଚାଲିଗଲା ୩ ଜୀବନ । ଆଜି ପୂର୍ବାହ୍ନ ସାଢ଼େ ଏଗାରଟା ପରେ ୪୯ ନମ୍ବର ଜାତୀୟ ରାଜପଥ ଅନ୍ତର୍ଗତ ପିପିଲିପାଲି ଗୌଡ଼ପଡ଼ା ନିକଟରେ ଗୋଟାଏ କୋଇଲା ଟ୍ରକ୍ ଏବଂ ମଟରସାଇକେଲ୍ ମଧ୍ୟରେ ମୁହାଁମୁହିଁ ଧକ୍କା ହୋଇଥିଲା । ଆଉ ଏହି ଦୁର୍ଘଟଣାରେ ତିନି ଜଣ ଲୋକଙ୍କର ମୃତ୍ୟୁ ଘଟିଛି । ମୃତବ୍ୟକ୍ତିମାନେ ଗୋଟିଏ ପରିବାରର । ଟ୍ରକ୍ ଧକ୍କାରେ ବାପା, ମା’,ପୁଅ ମୃତ । ମୃତକମାନେ ହେଲେ କୋଡ଼ାଲୋଇ ଗ୍ରାମର ୫୫ ବର୍ଷିୟ ବିଶିକେସନ କାଲୋ, ତାଙ୍କ ୫୦ ବର୍ଷୀୟ ପତ୍ନୀ ତପସ୍ୱିନୀ ଓ ୨୫ ବର୍ଷିୟ ପୁତ୍ର ସତ୍ୟ ନାରାୟଣ ।

ବିଭାଘର ପାଇଁ  କିଛି ଜିନିଷପତ୍ର କିଣାକିଣି କରିବା ନିମନ୍ତେ ମଟରସାଇକେଲରେ ବେଲପାହାଡ଼ ଆସିଥିଲେ । ଘରକୁ ଫେରିବା ବାଟରେ ଟ୍ରକ୍ ଧକ୍କା ଖାଇ ଘଟଣାସ୍ଥଳରେ ହିଁ ତିନିଜଣ ମୃତ୍ୟୁ ବରଣ କରିଛନ୍ତି । ବେଲପାହଡ଼ ପୁଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।