ବିଧାନସଭା ଆରମ୍ଭରୁ ହଙ୍ଗାମା ! ଧାନର ସର୍ବନିମ୍ନ ସହାୟକ ମୂଲ୍ୟ ବୃଦ୍ଧି ପ୍ରସଙ୍ଗରେ ଶାସକ ଦଳ ବିଧାୟକଙ୍କ ହୋହାଲ୍ଲା, ଅପରାହ୍ନ ୩ଟା ଯାଏଁ ଗୃହ ମୁଲତବି

24

କନକ ବ୍ୟୁରୋ : ବିଧାନସଭାର ମୌସୁମୀ ଅଧିବେସନର ଦ୍ୱିତୀୟ ଦିନ ଆରମ୍ଭରୁ ହଟ୍ଟଗୋଳ । ଗୃହ କାର୍ଯ୍ୟ ଆରମ୍ଭରୁ ଶାସକ ଦଳର ବିଧାୟକମାନେ ଗୃହରେ ହଙ୍ଗାମା କରିଛନ୍ତି । ଧାନର ସର୍ବନିମ୍ନ ସହାୟକ ମୂଲ୍ୟ ବୃଦ୍ଧି ପ୍ରସଙ୍ଗ ଉଠାଇଛି ଶାସକ ଦଳ । କେନ୍ଦ୍ର ସରକାର ନୀତି ନିର୍ଦ୍ଧାରଣ କରିବା ଦାବିରେ ନିଜ ସ୍ଥାନରେ ଠିଆ ହୋଇ ପ୍ରତିବାଦ କରିଛନ୍ତି । ଫଳରେ ଗୃହ ଅଚଳ ହୋଇଛି । ବାଚସ୍ପତି ଗୃହ କାର୍ଯ୍ୟକୁ ଅପରାହ୍ନ ୩ଟା ଯାଏଁ ମୁଲତବି ଘୋଷଣା କରିଛନ୍ତି । ୧୬ତାରିଖ ପର୍ଯ୍ୟନ୍ତ ଚାଲିବାକୁ ଥିବା ଏହି ସ୍ୱଳ୍ପକାଳୀନ ଅଧିବେଶନରେ ମୋଟ୍ ୮ଟି କାର୍ଯ୍ୟଦିବସ ରହିଛି । ଏହା ମଧ୍ୟରେ ୬ଟି ସରକାରୀ ଓ ୨ଟି ବେସରକାରୀ କାର୍ଯ୍ୟଦିବସ ରହିଛି ।

odisha-assemblyସୂଚନାଯୋଗ୍ୟ ଗତକାଲି ଓଡିଶା ବିଧାନସଭାର ମୌସୁମୀ ଅଧିବେଶନପ୍ରଥମ ଦିନରେ ଦିବଙ୍ଗତ ସଦସ୍ୟ ଓ ସହୀଦ କନେଷ୍ଟବଳଙ୍କ ସମ୍ମାନାର୍ଥେ ଆଜି ପର୍ଯ୍ୟନ୍ତ ଗୃହକୁ ମୁଲତବି ଘୋଷଣା କରିଥିଲେ ବାଚସ୍ପତି । ମୌସୁମୀ ଅଧିବେଶନର ପ୍ରଥମ ଦିନରେ ଦିବଙ୍ଗତ ସଦସ୍ୟଙ୍କୁ ଦିଆଗଲା ଶ୍ରଦ୍ଧାଞ୍ଜଳୀ ଅର୍ପଣ କରାଯାଇଥିଲା । ନିକଟରେ ବିଜେପୁର ବିଧାୟକ ସୁବଳ ସାହୁଙ୍କ ପରଲୋକ ଘଟିଥିବା ବେଳେ ପୂର୍ବତନ ବିଧାୟକ ସୁର ସେଠୀ ଓ ସହୀଦ କନେଷ୍ଟବଳ ଲକ୍ଷ୍ମୀକାନ୍ତ ଜାନୀଙ୍କ ଉଦ୍ଦେଶ୍ୟରେ ଶୋକ ପ୍ରସ୍ତାବ ଆଗତ ହୋଇଥିଲା । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଶୋକ ପ୍ରସ୍ତାବ ଆଗତ କରିଥିଲେ । ପରେ ବିରୋଧୀ ଦଳ ନେତା ନରସିଂହ ମିଶ୍ର ଓ ବିଜେପି ବିଧାୟକ ପ୍ରଦୀପ ପୁରୋହିତ ସ୍ୱର୍ଗତ ସୁବଳ ସାହୁଙ୍କ ସ୍ମୃତିଚାରଣ କରିଥିଲେ । ଦିବଙ୍ଗତଙ୍କୁ ଶ୍ରଦ୍ଧାଞ୍ଜଳୀ ଦିଆଯିବା ପରେ ଗୃହକୁ ଆଜତ ପର୍ୟ୍ୟନ୍ତ ମୁଲତବି ଘୋଷଣା କରିଥିଲେ ବାଚସ୍ପତି ।