୨୪ ଘଣ୍ଟାରେ ୨୬୯୮ ନୂଆ କରୋନା ଆକ୍ରାନ୍ତ । ସଙ୍ଗରୋଧରୁ ୧୬୭୫, ସ୍ଥାନୀୟ ଅଞ୍ଚଳରୁ ୧୦୨୩ କରୋନା ଆକ୍ରାନ୍ତ ଚିହ୍ନଟ । ରାଜ୍ୟରେ ମୋଟ୍ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୭୨ହଜାର୭୧୮ରେ ପହଞ୍ଚିଲା ।

416

କନକ ବ୍ୟୁରୋ : ରାଜ୍ୟରେ ଆଜି ୨୬ ଶହ ୯୮ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୭୨ ହଜାର ୭୧୮ ରେ ପହଚିଂଛି । ଆଜି ଚିହ୍ନଟ ୨୬ ଶହ ୯୮ ଆକ୍ରାନ୍ତଙ୍କ ମଧ୍ୟରୁ ସଂଗରୋଧ କେନ୍ଦ୍ରରୁ ୧୬ ଶହ ୭୫ ଓ ସ୍ଥାନୀୟ ସଂକ୍ରମିତ ୧୦୨୩ ଅଛନ୍ତି । ଖୋର୍ଦ୍ଧାରୁ ସର୍ବାଧିକ ୪୭୫ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସେହିପରି ୮ ଜିଲ୍ଳାରେ ୧୦୦ ଉପରେ ଆକ୍ରାନ୍ତଙ୍କ ସଂଖ୍ୟା ରହିଛି ।

ବାଲେଶ୍ୱରରୁ ୧୦୨, କଟକରୁ ୨୦୭,ଗଂଜାମରୁ ୧୬୨, କୋରାପୁଟରୁ ୧୪୬,ମାଲକାନଗିରିରୁ ୮୧, ମୟୁରଭଂଜରୁ ୧୨୮,ନବରଙ୍ଗପୁରରୁ ୯୧, ରାୟଗଡାର ୧୫୪,ସୁନ୍ଦରଗଡରୁ ୧୦୩, ସମ୍ବଲପୁରରୁ ୭୮ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏଯାଏ ୪୮ ହଜାର ୫୭୬ ଜଣ ସୁସ୍ଥ ହୋଇଥିବା ବେଳେ ସକ୍ରିୟ ସଂକ୍ରମିତଙ୍କ ସଂଖ୍ୟା ରହିଛି ୨୩ ହଜାର ୬୯୯ ।

ସେହିପରି ୨୪ ଘଂଟାରେ ରାଜ୍ୟରେ ୧୦ ଜଣଙ୍କ ମୃତ୍ୟୁ ହୋଇଛି । ମୃତକଙ୍କ ମଧ୍ୟରେ ଖୋର୍ଦ୍ଧାରୁ ୨ ଜଣ ଥିବା ବେଳେ ଗଂଜାମରୁ ୪ ଜଣ, କୋରାପୁଟ, ନୟାଗଡ,ସୋନପୁର,ଅନୁଗୁଳରୁ ଜଣେ ଲେଖାଁଏ ଅଛନ୍ତି । ଅନୁଗଳରୁ ଜଣେ ୫୫ ବର୍ଷୀୟ ବ୍ୟକ୍ତିଙ୍କ ମୃତ୍ୟୁ ହୋଇଥିବା ବେଳେ ତାଙ୍କର ଡାଏବେଟିସ ଥିଲା । ସେହିପରି ଭୁବନେଶ୍ୱରରୁ ଜଣେ ୭୦ ବର୍ଷୀୟ ବୃଦ୍ଧ ଓ ଜଣେ ୫୮ ବର୍ଷୀୟ ମହିଳାଙ୍କ ମୃତ୍ୟୁ ହୋଇଛି ।ସେହିପରି କୋରାପୁଟରେ ବି ଜଣେ ୩୫ ବର୍ଷୀୟ ମହିଳାଙ୍କ ମୃତ୍ୟୁ ହୋଇଛି ।ନୟାଗଡରେ ଜଣେ ୬୧ ବର୍ଷୀୟ ବ୍ୟକ୍ତିଙ୍କ ମୃତ୍ୟୁ ହୋଇଥିବା ବେଳେ ସୋନୁପର ମୃତକଙ୍କ ବୟସ ରହିଛି ୭୬ ବର୍ଷ । ସେହିପରି ଗଂଜାମରେ ଜଣେ ୭୦ ବର୍ଷୀୟ ବୃଦ୍ଧ ଓ ୫୯ ବର୍ଷୀୟ,୫୦ ବର୍ଷୀୟ ବ୍ୟକ୍ତିଙ୍କ ମୃତ୍ୟୁ ହୋଇଛି । ରାଜ୍ୟରେ ମୋଟ କରୋନା ମୃତ୍ୟୁ ସଂଖ୍ୟା ୩୯୦ରେ ପହଚିଂଛି ।

ସେପଟେ ଗତକାଲି ରାଜ୍ୟରେ ରେକର୍ଡ ସଂଖ୍ୟକ ଟେଷ୍ଟ ହୋଇଛି । ସର୍ବାଧିକ ୫୬ ହଜାର ୪ଶହ ଅଣାଅଶିଟି ନମୁନା ପରୀକ୍ଷା କରାଯାଇଛି । ସେମଧ୍ୟରୁ ୪୪ ହଜାର ୯ଶହ ପଚାଶ ଟି ଆଂଟିଜେନ ପରୀକ୍ଷା ହୋଇଥିବା ବେଳେ ୧୧ ହଜାର ୩ଶହ ଅଠାବନଟି ନମୁନା ଆରଟିପିସିଆର ମାଧ୍ୟମରେ ପରୀକ୍ଷା ହୋଇଛି । ଗଂଜାମ ଜିଲ୍ଲାରେ ସର୍ବାଧିକ ୭ହଜାର ୯ଶହ ପଂଚାବନଟି ନମୁନା ପରୀକ୍ଷା ହୋଇଛି । ୧୭୧ ଟି ନମୁନା ପରୀକ୍ଷା ଟ୍ରୁନାଟ ପଦ୍ଧତି ମାଧ୍ୟମରେ ହୋଇଥିବା ଜଣାପଡିଛି ।