କୋକସରା ଆମ୍ବପାଣିରେ ସଙ୍ଗରୋଧ ଗୃହରୁ ୨୫ ଶ୍ରମିକ ଫେରାର : ୬୪ ଜଣଙ୍କ ମଧ୍ୟରୁ ରାତିରେ ଛୁ ମାରିଲେ ୨୫ ଜଣ, ସ୍ଥାନୀୟ ସରପଞ୍ଚ ଦେଲେ ସୂଚନା

1,635

କନକ ବ୍ୟୁରୋ : କୋକସରା ଆମ୍ବପାଣିରେ ସଙ୍ଗରୋଧ ଗୃହରୁ ଶ୍ରମକ ଫେରାର । ଗତକାଲି ରାତିରେ ୨୫ ଶ୍ରମିକ ଫେରାର ହୋଇଯାଇଛନ୍ତି । ସଙ୍ଗରୋଧ ଗୃହରେ ମୋଟି ୬୪ ଜଣ ରହୁଥିଲେ । ଆଉ ସେମାନଙ୍କ ମଧ୍ୟରୁ ଗତକାଲି ରାତିରେ ୨୫ ଜଣ ଫେରାର ହୋଇଯାଇଛନ୍ତି । ସ୍ଥାନୀୟ ସରପଞ୍ଚ ଏନେଇ ସୂଚନା ଦେଇଛନ୍ତି ।

ନବରଙ୍ଗପୁର ପାପହାହାଣ୍ଡି ବ୍ଲକ ଅଂଚଳର ୨୬ ଜଣ ଶ୍ରମିକ ସୋମବାର ଫୁଲବାଣୀରୁ ଚାଲିଚାଲି ଫେରୁଥିବା ସମୟରେ ଆମ୍ବପାଣି ପୁଲିସ ସେମାନଙ୍କୁ ଅଟକ ରଖି ବ୍ଲକ ପ୍ରଶାସନ ସହାୟତାରେ ସଂଙ୍ଗରୋଧ ଗୃହରେ ରଖିଥିଲେ । ତେବେ ୨୫ ଜଣ ଶ୍ରମିକ ଫେରାର ପରେ କୋକସରା ବ୍ଲକ ତହସିଲଦାର ବିଡଓ ପହଞ୍ଚି ତଦନ୍ତ କରିଛନ୍ତି ।